କେବେ ଦୂର ହେବ ବୁଣାକାରଙ୍କ ଦୁଃଖ ? ନିଜେ ବୁଣଥିବା ଜିନିଷ ବଡ଼ ସହରରେ ବିକ୍ରି ହେଉଛି । ଅଥଚ ଦଦରା ଘରେ ଦୟନୀୟ ଭାବେ ବଞ୍ଚୁଛି ବୁଣାକାର ।
ମଣିଷ ସହ ମିତ ବସିଛି ବାଛୁରୀ । କପିଳା ଡାକିଲେ ବନ୍ଧୁଙ୍କ ପାଖକୁ ଦୌଡ଼ି ଆସୁଛି । ସାଙ୍ଗରେ ଯିବାରୁ ଜିଦ୍ ଧରୁଛି...
ସାଙ୍ଗ ହେବ ତ ଏମିତି ! ଜଣେ ଦିବ୍ୟାଙ୍ଗ ହେବାରୁ ଅନ୍ୟ ଜଣେ କାନ୍ଧରେ ବସାଇ ନିଇତି ନେଉଛି ସ୍କୁଲ । ଖାଇବାଠୁ ପିଇବା...ବସିବାଠୁ ବୁଲିବା ସବୁ ଏକାଠି କରୁଛନ୍ତି ଏମାନେ । ଲୋକେ କହୁଛନ୍ତି, ଏସେ ଦୋସ୍ତି ନେହଁ ଦେଖେଥେ
ସ୍ୱପ୍ନ ପାଲଟିଛି ପିଚୁ ରାସ୍ତା । କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆସୁନି ଆମ୍ବୁଲାନ୍ସ କି ଗଡ଼ୁନି ଗାଡ଼ି । ଭାରରେ ବୁହାହୋଇ ମେଡିକାଲ ଯାଉଛନ୍ତି ଗର୍ଭବତୀ ମହିଳା ।
ଶୋକାକୁଳ ପରିବେଶରେ ନୌସେନା ଯବାନ ସହିଦ ଜନସନ୍ ବେହେରାଙ୍କୁ ବିଦାୟ । କଟକ ଜିଲ୍ଲା ତିଗିରିଆ ଥାନା ଅଚଳକୋଟ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ।
ଏପଟେ ଆଠଗଡରେ ବି ଶହ ଶହ ଏକର ଜମିରେ ଉଜୁଡି ଯାଇଛି ପନିପରିବା ଫସଲ। ବିଲରେ ଏବେବି ଭର୍ତ୍ତି ହୋଇ ରହିଛି ବନ୍ୟା ପାଣି।
ମୂଳରୁ ରାସ୍ତା କାମ ହୋଇନି, ନାଁକୁ ମୋରମ ପଡିଛି । ହେଲେ ବିଲ୍ ହୋଇଛି ୫ ଲକ୍ଷ ଟଙ୍କା..ଶ୍ରମିକଙ୍କୁ ପୁଣି ୩୪୫ ବଦଳରେ ମିଳିଛି ମାତ୍ର ୨୦୦ ଟଙ୍କା
ଖୁବଶୀଘ୍ର ଲୋକାର୍ପିତ ହେବ ରାଜ୍ୟର ସର୍ବୋତ୍କୃଷ୍ଟ ଏବଂ ଅତ୍ୟାଧୁନିକ ଆହାର କେନ୍ଦ୍ର । ଯାହାର ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ପ୍ରାୟ ୫ କୋଟି ଟଙ୍କା । କଟକ ସହରର ନେତାଜୀ ବସ ଟର୍ମିନାଲ ପରିସରରେ କାର୍ଯ୍ୟକ୍ଷମ ହେବ ଏହି ଆହାର କେନ୍ଦ୍ର । ଯେଉଁଠି ସେଣ୍ଟ୍ରାଲ ଏସି ଭିତରେ ଭୋଜନ କରିବାର ସୁଯୋଗ ପାଇବେ ଯାତ୍ରୀ
ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ । ପୁଣି ଆଠଟି ମେଣ୍ଢା ମାରିଲା ଅଜଣା ଜନ୍ତୁ । ସାତ ବର୍ଷଧରି ଅଜଣା ଜନ୍ତୁ ମାରିଚାଲିଛି ମେଣ୍ଢା । ନିଆଳି ଅଞ୍ଚଳର ସହ ସହ ଚାଷୀଙ୍କ ହଜାର ହଜାର ମେଣ୍ଢା ମାରି ଗୁହାଳ ଖାଲି କରୁଛି। ମେଣ୍ଢା ବଂଶ ଏଠାରେ ଶେଷ ହେବାକୁ ବସିଲାଣି। ଚାଷୀ ଆଉ ମେଣ୍ଢା ଚାଷ କରିବାକୁ ଇଚ୍ଛା କରୁନି ।
ବିଚିତ୍ର ବ୍ୟବସ୍ଥା...ଚାଉଳ ବସ୍ତା ଉପରେ ବସିଲେ ପିଲାଏ ପଢିବେ ପାଠ । ବାରମ୍ବାର ଗୁହାରି କରିବା ପରେ ବି ତିଆରି ହେଉନି ସ୍କୁଲ ଘର କି ଅସୁବିଧା ହେଉନି ଦୂର
ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ
ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍
ଇଏ ବି ଜଣେ କଳାକାର । ପେଶାରେ ସିନା ଝାଡୁଦାର ହେଲେ ସକାଳୁ ସଂଜ ପର୍ଯ୍ୟନ୍ତ ବଂଶୀ ବଜାଇବା ତାଙ୍କର ନିଶା । ମନ୍ଦିର ସାମ୍ନାରେ ଏତେ ମଧୁର ସ୍ୱରରେ ବଂଶୀ ବଜାନ୍ତି ଯେ ଶୁଣିବା ଲୋକ କାମ ଛାଡି ଘଡିଏ ଛିଡା ହୁଏ, ଗୀତ ଶୁଣେ.
କରିବନି ଯଦି ଖୋଳିଲ କାହିଁକି ? ଆମେ ଏ ରାସ୍ତାରେ ଯିବୁ କେମିତି ? ବର୍ଷା ହେଲେ ଗାତ କେଉଁଟା ରାସ୍ତା କେଉଁଟା ଜାଣିବା ମୁସ୍କିଲ
ମୂଳରୁ ରାସ୍ତା କାମ ହୋଇନି, ନାଁକୁ ମୋରମ ପଡିଛି । ହେଲେ ବିଲ୍ ହୋଇଛି ୫ ଲକ୍ଷ ଟଙ୍କା..ଶ୍ରମିକଙ୍କୁ ପୁଣି ୩୪୫ ବଦଳରେ ମିଳିଛି ମାତ୍ର ୨୦୦ ଟଙ୍କା
ଇଚ୍ଛା ଆଗରେ ହାର ମାନିଛି ବୟସ । ୬୮ ବର୍ଷରେ ବି ଥକିନାହାନ୍ତି...ଜିମ୍ ଯାଉଛନ୍ତି, ୱର୍କ ଆଉଟ୍ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଭିଡିଓ
ଆଦିବାସୀ ବୋଲି...ଦେହ ଖରାପ ହୋଇଥିଲା, ଡାକ୍ତରଖାନାକୁ ଯାଇଥିଲେ ଚିକିତ୍ସା ପାଇଁ । କିଛିଦିନ ଚିକିତ୍ସା କଲେ, ହେଲେ ପରେ କହିଲେ ତୁମର ଡେଟ୍ ସରିଗଲା, ଘରକୁ ପଳାଅ । ବିଧାୟକ କହିଲେ, କାର୍ଯ୍ୟାନୁଷ୍ଠାନ ନହେଲେ ଜୋରଦାର ହେବ ଆନ୍ଦୋଳନ
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅସନ୍ତୋଷ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ।
୩୧ ବର୍ଷ ତଳେ ସାଙ୍ଗର ଯାଇଥିଲା ଜୀବନ । ଏମିତି ଦୁଃଖକୁ କେବେ ଭୁଲିପାରୁନାହାନ୍ତି ଆଉ ଜଣେ ସାଙ୍ଗ । ଦିନରାତି ୨୪ ଘଂଟା ଶ୍ମଶାନରେ ଏବେ କଟୁଛି ଦିନ । ଇଚ୍ଛା ଅଛି...ସାଙ୍ଗର ପ୍ରେତାତ୍ମାକୁ ଦେଖିବେ, ଦୁଇ ପଦ କଥା ହେବେ
ଏମିତି ବନ୍ଧୁ କେବେ ଦେଖିନଥିବେ ! ଏକା ସାଙ୍ଗରେ ମଣିଷ-ମାଙ୍କଡ଼-କୁକୁର-ଚଢେଇ ବାହାରୁଛନ୍ତି ବୁଲି । ପୁଣି କୁକୁରଠାରୁ କ୍ଷୀର ପିଉଛି ମାଙ୍କଡ଼ । କେହି କାହାକୁ କାମୁଡୁନାହାନ୍ତି କି ଆକ୍ରମଣ କରୁନାହାନ୍ତି । ନିଜେ ନଖାଇ ଏମାନଙ୍କ ମୁହଁରେ ଦାନା ଦେଉଛନ୍ତି ପୀତବାସ
ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି
କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ପର ବିଲରେ ମଜୁରୀ ଖଟୁଛି ବୋହୂ ।
ସମ୍ପର୍କରେ ଏମାନେ ସ୍ୱାମୀ-ସ୍ତ୍ରୀ...୧୦ ବର୍ଷ ହେଲାଣି ରୋଗରେ ପଡିଛି ସ୍ୱାମୀ । ଖରାପ ପରିସ୍ଥିତିରେ ବି ହାର ମାନିନି ସ୍ତ୍ରୀ । ୭ ଜନ୍ମର ସାଥୀ ହେବାକୁ ଯେଉଁ ଶପଥ କରିଥିଲା ଆଜି ବି ତା’କୁ ପାଳନ କରୁଛି । ମଜୁରୀ ଖଟି ଆସିବା ପରେ ସ୍ତ୍ରୀର ମୁହଁକୁ ପୋଛି ଦେଉଛି ସ୍ୱାମୀ । ଆଉ କହୁଛନ୍ତି, ବଞ୍ଚିଥିବା ପର୍ଯ୍ୟନ୍ତ ସାଥୀ ହୋଇ ରହିବୁ
ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର ।