• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନ୍ମମାଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଶେଷକୃତ୍ୟ କରାଯାଇଛି । ସହିଦଙ୍କ ପାର୍ଥିବ ଶରୀର ଆଜି ଗାଁରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା । ହଜାର ହଜାର ଜନତାଙ୍କ 'ବୀର ଯବାନ ସୁଶାନ୍ତ ଅମର ରହେ ଧ୍ୱନୀରେ ପ୍ରକଂମିତ ହୋଇଥିଲା ସାରା ପରିବେଶ ।

ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା ଶ୍ମଶାନ । ସେଠାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ଦିଆଯାଇଥିଲା । ଶେଷଦର୍ଶନ କରିଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ।

ଝାଡ଼ଖଣ୍ଡ ମାଓ ହମଲାରେ ସହିଦ ହୋଇଛନ୍ତି CRPF ଯବାନ ସୁଶାନ୍ତ । ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇଥିବା ବେଳେ ଦୁଇ ମାସ ତଳେ ବିବାହ କରିଥିଲେ । ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି ।

ପରିବାରର ମୋଟ ୪ଜଣ ପୁରୁଷ ବ୍ୟକ୍ତିଙ୍କର ଦେହାନ୍ତ ହୋଇଯାଇଛି । ୨୦୨୦ ଫେବ୍ରୁୟାରୀ ୭ରେ ବାପା ଆତୁଳ ଖୁଣ୍ଟିଆଙ୍କ ପରଲୋକ ହୋଇଥିଲା। ୨୦୨୨ରେ ମଝିଆଁ ଭାଇଙ୍କର କ୍ୟାନସରରେ ମୃତ୍ୟୁ ଘଟିଛି । ଚଳିତବର୍ଷ ଜାନୁୟାରୀ ମାସରେ ତାଙ୍କ ବଡ଼ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ଖାଲି ସେତିକି ନୁହେଁ, ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ କିଛିଦିନ ହେବ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ମଧ୍ୟ ଥିଲେ । ସାରା ପରିବାରରେ ଏବେ କେବଳ ଦୁଃଖ ଆଉ ଦୁଃଖ...