ବାହାରୁ ଦେଖିଲେ ସାଧାରଣ ଆହାର କେନ୍ଦ୍ର । କିନ୍ତୁ ଭିତରକୁ ଗଲେ ଲାଗିବ ଆପଣ କାଳେ ଭୁଲରେ କେଉଁ ପଞ୍ଚତାରକା ହୋଟେଲରେ ପ୍ରବେଶ କରିଛନ୍ତି । କଟକ ଖାନନଗର ସ୍ଥିତ ନେତାଜୀ ବସ ଟର୍ମିନାଲରେ ଲୋକାର୍ପଣ ଅପେକ୍ଷାରେ ଥିବା ସିଏମସିର ନୂଆ ଆହାର କେନ୍ଦ୍ରର ପରିବେଶ କିଛି ଏମିତି ।
ଚକାଚକ୍ ପରିବେଶ, ସୁନ୍ଦର ସାଜସଜା । ବାହାରୁ ଦେଖିଲେ ଯେତିକ ମନୋରମ, ଭିତରେ ପ୍ରବେଶ ପରେ ଦୃଶ୍ୟ ଆଶାଠୁ ବି ଅଧିକ ଆକର୍ଷଣୀୟ । ଆମେ କହୁଛୁ, ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ CNBTରେ ଲୋକାର୍ପଣ ଅପେକ୍ଷାରେ ଥିବା ଆହାର କେନ୍ଦ୍ର କଥା ।
ଖୁବଶୀଘ୍ର ଲୋକାର୍ପିତ ହେବ ରାଜ୍ୟର ସର୍ବୋତ୍କୃଷ୍ଟ ଏବଂ ଅତ୍ୟାଧୁନିକ ଆହାର କେନ୍ଦ୍ର । ଯାହାର ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ପ୍ରାୟ ୫ କୋଟି ଟଙ୍କା । କଟକ ସହରର ନେତାଜୀ ବସ ଟର୍ମିନାଲ ପରିସରରେ କାର୍ଯ୍ୟକ୍ଷମ ହେବ ଏହି ଆହାର କେନ୍ଦ୍ର । ଯେଉଁଠି ସେଣ୍ଟ୍ରାଲ ଏସି ଭିତରେ ଭୋଜନ କରିବାର ସୁଯୋଗ ପାଇବେ ଯାତ୍ରୀ
୫ ଟଙ୍କାରେ ଗରିବ ଲୋକଙ୍କୁ ଭାତ ଡାଲମା ଦେବା ପାଇଁ ସରକାର ଆହାର ଯୋଜନା ଆରମ୍ଭ କରିଥିଲେ । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ହିତାଧିକାରୀ ପାଉନାହାନ୍ତି ଖାଦ୍ୟ ।
ଏଇଟା ଆହାର କେନ୍ଦ୍ର ନା ଆଉ କଣ? ମଣିଷ ଯେଉଁଠି ଖାଉଛନ୍ତି ସେଇଠି ଯାଇ ହମା ହମା କରି ଖାଉଛି ଗାଇ...ନାରଣରେ ଏଇଟା ନୂଆ ଯୋଜନା, ତୁ ଜାଣିନୁ ବୋଧହୁଏ...