କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍।
୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।
ଆଜି ଉଦ୍ଘାଟିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ। ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଉଦ୍ଘାଟନ କରିବେ।
ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।
ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।
ବାହାରୁ ଦେଖିଲେ ସାଧାରଣ ଆହାର କେନ୍ଦ୍ର । କିନ୍ତୁ ଭିତରକୁ ଗଲେ ଲାଗିବ ଆପଣ କାଳେ ଭୁଲରେ କେଉଁ ପଞ୍ଚତାରକା ହୋଟେଲରେ ପ୍ରବେଶ କରିଛନ୍ତି । କଟକ ଖାନନଗର ସ୍ଥିତ ନେତାଜୀ ବସ ଟର୍ମିନାଲରେ ଲୋକାର୍ପଣ ଅପେକ୍ଷାରେ ଥିବା ସିଏମସିର ନୂଆ ଆହାର କେନ୍ଦ୍ରର ପରିବେଶ କିଛି ଏମିତି ।
ଚକାଚକ୍ ପରିବେଶ, ସୁନ୍ଦର ସାଜସଜା । ବାହାରୁ ଦେଖିଲେ ଯେତିକ ମନୋରମ, ଭିତରେ ପ୍ରବେଶ ପରେ ଦୃଶ୍ୟ ଆଶାଠୁ ବି ଅଧିକ ଆକର୍ଷଣୀୟ । ଆମେ କହୁଛୁ, ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ CNBTରେ ଲୋକାର୍ପଣ ଅପେକ୍ଷାରେ ଥିବା ଆହାର କେନ୍ଦ୍ର କଥା ।
ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି କଟକବାସୀ ।