Advertisment

ଡ୍ୟାନ୍ସ ବାର୍‌ରେ ନାବାଳିକା କର୍ମଚାରୀ ଥିଲେ ଫସିବେ ବାର୍‌ ମାଲିକ !

ଡ୍ୟାନ୍ସ ବାର୍‌ରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍‌ ମାଲିକ ! ୨୧ ବର୍ଷରୁ କମ୍‌ ବୟସର ମହିଳା କର୍ମଚାରୀ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

author-image
Rajalaxmi Sahoo
Action Against Dance Bar Owner If Minor Girl Employees Work There

Action Against Dance Bar Owner If Minor Girl Employees Work There

ଡ୍ୟାନ୍ସ ବାର୍‌ରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍‌ ମାଲିକ ! ୨୧ ବର୍ଷରୁ କମ୍‌ ବୟସର ମହିଳା କର୍ମଚାରୀ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ୱରରେ ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ଆତ୍ମହତ୍ୟା ଘଟଣା ପରେ ଅବକାରୀ ବିଭାଗ ଚେତିଛି। 

Advertisment

ଭୁବନେଶ୍ୱରର ସବୁ ଡ୍ୟାନ୍ସ ବାର୍‌ରେ ରେଡ୍ ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି। ଏଥିପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି। ଯଦି କୌଣସି ଡ୍ୟାନ୍ସ ବାର୍‌ରେ ୨୧ ବର୍ଷ ବୟସରୁ କମ୍‌ ମହିଳା ଥାନ୍ତି, ତା’ହେଲେ ସମ୍ପୃକ୍ତ ବାର୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ରାଜଧାନୀ ଭୁବନେଶ୍ୱରରେ ୧୮ଟି ବାର୍‌ରେ ୨୧୬ ଜଣ ମହିଳା କର୍ମଚାରୀ ନିୟୋଜିତ ଅଛନ୍ତି। ସେପଟେ ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ଘଟଣାରେ ଶିଶୁ କମିଶନ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

ନାବାଳିକା ଶୁଭଲକ୍ଷ୍ମୀଙ୍କୁ ବାର୍‌ରେ କାମ କରିବା ପାଇଁ ନିୟୋଜିତ କରାଯାଇଥିବା ଜାଣିବା ପରେ ଶିଶୁ କମିଶନ ଅଧ୍ୟକ୍ଷା ମନ୍ଦାକିନୀ କର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ନେଇ କମିଶନଙ୍କ ପକ୍ଷରୁ ଡିସିପିଙ୍କୁ ରିପୋର୍ଟ ତଲବ କରାଯାଇଛି। ନାବାଳିକାଙ୍କୁ ବାର୍‌ରେ ନିୟୋଜିତ କରୁଥିବା ଦଲାଲଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

Advertisment
Advertisment