ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ- BMC ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ ।
ଏଭଳି ସ୍ଥିତି ଦେଖି ୨୦୧୧ କଥା ଭାବି ଡରିଲେଣି ସହରବାସୀ.. ପୁଣି ଲେଉଟିବ କି ଅତୀତ ? ଛନକାରେ ଅନୁଗୁଳ ବାସିନ୍ଦା...
ହଇରେ ନାରଣ ଏ ପାଲ ନୁହଁ ତ ବିଶ୍ୱସ୍ତରୀୟ ତାଳି...
ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସ୍ଥିତିକୁ ନେଇ ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି ।
ରାଧାଦେଇପୁର ପଞ୍ଚାୟତ ନୂଆପଡ଼ା ଗାଁର ୨ଜଣ ଯୁବକ ଫସିରହିଥିବା ଜଣାପଡ଼ିଛି । ଉଭୟ ଯୁବକ ନଦୀରେ ଏକ ମେଗା ପ୍ରୋଜେକ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ।
ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଠ ପଢୁଥିଲେ । ଗତ ବର୍ଷ ବାପାଙ୍କ ଦେହାନ୍ତ ହୋଇଥିଲା । ପ୍ରତିକୂଳ ପରିସ୍ଥିତିରେ ପାଠ ପଢି ବାପାଙ୍କ ଅବର୍ତ୍ତମାନରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଶ୍ୱେତଲିନା ସାହୁ । ତାଙ୍କ ପାଇଁ ନିଆଳି ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ ।
ଜନ୍ମ ମାଟି ଓ ପରିବାର ଛାଡ଼ି ଦୂର ଜାଗାକୁ ଯିବାଠାରୁ ବଳି ଦୁଃଖ ନାହିଁ। ତଥାପି ପେଟ ପୋଷିବାକୁ, ପରିବାର ଚଳାଇବାକୁ ଘରଦ୍ବାର ଛାଡ଼ି ଦେଶ ବିଦେଶକୁ ଯିବାକୁ ପଡ଼େ। ସେଠାରେ ଯଦି କିଛି ଅଘଟଣ ଘଟେ, ବଢ଼ିଯାଏ ଦୁଃଖ ।
ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ମୁକୁଳା ଡ୍ରେନରେ ଗଳିପଡ଼ିଥିଲେ ସୁଜାତା । ଏଥର ବର୍ଷା ବିତ୍ପାତରେ ଖାଲି ଯେ ନୟାପଲ୍ଲୀରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ତା’ନୁହେଁ ।
ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ମୁକୁଳା ଡ୍ରେନରେ ଗଳିପଡ଼ିଥିଲେ ସୁଜାତା । ଏଥର ବର୍ଷା ବିତ୍ପାତରେ ଖାଲି ଯେ ନୟାପଲ୍ଲୀରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ତା’ନୁହେଁ ।
ଏବେଠୁ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ପ୍ରାଥମିକ ଭାବେ ଅନୁଗୁଳସ୍ଥିତ ନାଲକୋ ଚିଡ଼ିଆଖାନାରୁ ୬୦ଟି ଚିତ୍ରା ହରିଣକୁ ରାଇଗୁଡ଼ା ଅଞ୍ଚଳରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।
ଏବେଠୁ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ପ୍ରାଥମିକ ଭାବେ ଅନୁଗୁଳସ୍ଥିତ ନାଲକୋ ଚିଡ଼ିଆଖାନାରୁ ୬୦ଟି ଚିତ୍ରା ହରିଣକୁ ରାଇଗୁଡ଼ା ଅଞ୍ଚଳରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।
ସହର ଭିତରେ ରାତିରେ ବୁଲୁଛି ଏଇ ଜନ୍ତୁ । ସିସିଟିଭିରେ କଏଦ୍ ହୋଇଛି ଏ ଦୃଶ୍ୟ । ଆତଙ୍କିତ ହୋଇପଡିଛନ୍ତି ଲୋକ
ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।
ବୈତରଣୀ ନଦୀରେ ଗାଧୋଇବା ବେଳେ ଅଚାନକ ପାଣି ଆସିବାରୁ ଭାସିଗଲେ ମହିଳା ।
ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ତଳି ଅଞ୍ଚଳରେ ପଶିଲା ପାଣି । ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି ।
ବର୍ଷାରେ ଭିଜିଭିଜି ଆନ୍ଦୋଳନ । ଆନ୍ଦୋଳନକାରୀଙ୍କ ରଣହୁଙ୍କାରରେ କମ୍ପୁଛି ରାଜଧାନୀର ଗାନ୍ଧୀ ମାର୍ଗ...ଏତେ ବର୍ଷା ପରେ ବି ଆନ୍ଦୋଳନ ବନ୍ଦ କଲେନି ଆଉଟ୍ ସୋର୍ସିଂ କର୍ମଚାରୀ
ଚଳିତ ସପ୍ତାହରେ ଆସିବ ଶେଷ ପର୍ଯ୍ୟାୟ DNA ରିପୋର୍ଟ । ବଳକା ମୃତ ଶରୀର ନେଇ ସରକାର ନେବେ ନିଷ୍ପତ୍ତି ।
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ 188 ନମ୍ୱର ରାଙ୍କ ପାଇ ସଫଳତା ହାସଲ କରିଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୁନିପାର ଗାଁର ଚିନ୍ମୟ କୁମାର ସାହୁ । କହିଲେ, ବିଫଳତା ହିଁ ସଫଳତାର ପାହାଚ
ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ?
ଛାତ ପଡିବାର ୨ ମାସ ପରେ ଭୁଶୁଡ଼ି ପଡ଼ିଲା । ଲୋକେ କହୁଛନ୍ତି ଅତି ନିମ୍ନମାନର କାମ ହୋଇଛି । ହେଲେ ସରପଂଚ ମାନିବାକୁ ନାରାଜ । କହୁଛନ୍ତି, ଅଧ ରାତିରେ ହାତୀ ଆସିଲା, ଛାତ ଭାଙ୍ଗି ପଳେଇଗଲା
ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ। ରାଜୀବନଗର ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷାରେ ଘରଦ୍ୱାରରେ ୪ ଫୁଟ ଉଚ୍ଚର ପାଣି ପଶିଯାଇଥିଲା।
ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଏକତା ହିଁ ବଳ । ଗାଁକୁ ସବୁଦିନିଆ ପୋଲ କରିବାକୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । ବର୍ଷା ଦିନ ପୂର୍ବରୁ ମିଟିଂ ହେଲା...ଧାନ, ଚାଉଳ ସହ ଟଙ୍କା ଏକାଠି ହେଲା । କଂକ୍ରିଟ ପୋଲ ତିଆରି ପରେ ଏବେ ଘାଏଁ ଘାଏଁ ଗଡୁଛି ଗାଡ଼ି
ନା ରାସ୍ତା ଅଛି ନା ପୋଲ ଅଛି। ଭରା ନଈରେ ଚାଲିଛି ଜୀବନ ଯାତ୍ରା । ସରକାରଙ୍କ ବିଜୁ ସେତୁ ଯୋଜନା ଏମାନଙ୍କ ପାଇଁ କଳ୍ପନାର ବାହାରେ.....
ପାଣିକୁ ଗଲେ ଟାଣି ନେଉଛି । ଦରମରା କରି ଫିଙ୍ଗି ଦେଉଛି । ଚାରି ଚାରି ଜଣଙ୍କ ଜୀବନ ଗଲା ପରେ ଏବେ ଭୟ ଅଧିକ ଘାରିଛି । ଖାସ୍ ସେଥିପାଇଁ କୁମ୍ଭୀର ଦାଉରୁ ବର୍ତ୍ତିବା ପାଇଁ ଲୋକେ ତାରବାଡ଼କୁ ଭରସା କରିଛନ୍ତି । ନଦୀ ଭିତରେ ତାର ବାଡ଼ ଅଛି । ତଥାପି ଖାଇ ଗୋଡ଼ାଉଛି ଡର...