ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ ।
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ ଆଜିଠୁ ଆରମ୍ଭ ହେବ ।
କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି ।
ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।
ନାଟମଣ୍ଡପ ଓ ଜଗମୋହନ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ।
ରାଜଧାନୀରେ ଭାରତୀୟ ମଜଦୁର ସଂଘର ଗର୍ଜନ । ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନୱାଡ଼ି, ପାଚିକା, ଆଶା କର୍ମୀଙ୍କ ମିଳିତ ସମାବେଶ । ସେପଟେ ଲୋୟର ପିଏମଜିରେ ୫ ଦଫା ଦାବି ନେଇ ହଜାର ହଜାର କଳାକାରଙ୍କ ସଂକୀର୍ତ୍ତନ ଆନ୍ଦୋଳନ ।
ଧାନ ନୁହେଁ, କ୍ଷେତରେ ଫଳିଥିଲା ସୁନାର ଫସଲ । ଭଲ ଅମଳ ହେବାକୁ ନେଇ ବେଶ୍ ଖୁସିରେ ଥିଲା ଚାଷୀ । ହେଲେ ସବୁକିଛି ଛଡ଼ାଇନେଲା ଚକଡ଼ା ପୋକ...
ଆଗେ ଅଶାଳୀନ ପୋଷାକ କଟକଣା । ତା ପଛକୁ ପାନ, ଗୁଟଖା ବ୍ୟାନ୍ । କଣ୍ଟ ସେଇ ନୂଆବର୍ଷ । ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ନେଇଛି ଆଉ ଏକ ବଡ଼ ପଦକ୍ଷେପ। ଭକ୍ତଙ୍କଠୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କାହାକୁ ବି ଛାଡ଼ ନାହିଁ । କେହି ପାନ କି ଗୁଟ୍ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେନି । ଏବେ ଦୁଇମାସ ସଚେତନ କରାଯିବ, ନୂଆବର୍ଷରୁ ନିୟମ ଲାଗୁ ହେବ। ଫାଇନ୍ ବ୍ୟବସ୍ଥା ବି କଡ଼ାକଡ଼ି ହେବ।
ଗୋକୁଳଙ୍କ ଅନ୍ତିମ ସଂସ୍କାର ପରେ ସ୍ତ୍ରୀ ଅନନ୍ଦିତା ସୁବୁଦ୍ଧି ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ସ୍ୱାମୀ ମୃତ୍ୟୁରେ ମ୍ରିୟମାଣ ହୋଇ ଅନନ୍ଦିତା ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ମନ୍ଦିରରେ ବି ଥୁ ଥୁ କରୁଥିଲେ । କିନ୍ତୁ ଆସନ୍ତାବର୍ଷରୁ ଆଉ କରି ପାରିବେନି । ବ୍ୟାନ ହୋଇଗଲା ପାନ ଓ ଗୁଟଖା ।
ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗର ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି ।
ପୁଅଟିଏ ଜନ୍ମ ହେବା ପରେ ପରିବାରରେ ଖେଳି ଯାଇଥିଲା ଖୁସିର ଲହରୀ..ଏବେ ଛାଇ ଯାଇଛି ଦୁଃଖର କଳା ବାଦଲ..
କୃଷକ ଡି.ଶ୍ରୀନିବାସ 50 ଏକର ଜମିରେ ବିନା ରାସାୟନିକ ସାରରେ ଅମଳ କରୁଛନ୍ତି ଭଳିକି ଭଳି ଉତ୍କୃଷ୍ଟ ପନିପରିବା.. ଯାହା ସ୍ୱାଦଯୁକ୍ତ ହୋଇଥିବାବେଳେ ଏହାର ଅଧିକ ଚାହିଦା ବି ରହୁଛି.. ଯାହା ଫଳରେ ବାର୍ଷିକ 4 ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରୁଛନ୍ତି ଶ୍ରୀନିବାସ..
ଦୀପାବଳି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା। ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି।
ଫୁଟିଲା ବେପରୁଆ ବାଣ। ଚରମ ସୀମାରେ ବାୟୁ ପ୍ରଦୂଷଣ। ଖାଲି ଦିଲ୍ଲୀ ନୁହେଁ, ଓଡ଼ିଶାବାସୀ ବି ଅଣନିଶ୍ୱାସୀ।
କାର୍ତ୍ତିକ ସୋମବାରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ।
ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା । ପୁରୀ କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ପୋଡିଗଲା ୬ ବଖରା ଘର ।
ଅଜା ବାହାବେ... ଅନ୍ଧାରେ ଅନ୍ଧାରେ ଆବେ, ଉଜଲେ ଉଜଲେ ଜାବେ... ମହାପ୍ରସାଦ ଖାବେ ।
ବର୍ତ୍ତମାନ ନୂଆ ନୋଷ୍ଟ୍ରାଡମସ୍ ନାମକ ଜଣେ ଭବିଷ୍ୟବକ୍ତା ୨୦୨୪ ବର୍ଷ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ୨୦୨୪ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସେ କହିଛନ୍ତି। ଏକ ବିମାନ ଦୁର୍ଘଟଣା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବ ବୋଲି ସେ କହିଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।
ଚର୍ଚ୍ଚା ହେଉଛି ରାଜ୍ୟ ସରକାର ପୁରୀ ବଡଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଫିକା ଗୋଲାପୀ କରିବାକୁ ଯାଉଛନ୍ତି ।
ପଞ୍ଚାୟତ ଗୋଦାମକୁ ଆସିଥିଲା ୩ ମାସର ଚାଉଳ । ୨ ମାସର ଦେଲେ ମାସକର ଲୁଟି ନେଲେ...
ଆସିଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ତ କିଏ ଘରକୁ ଫେରୁଥିଲେ ଖୁସି ମନରେ, ତ ଆଉ କିଏ ବେପାର ଆଶାରେ କୋଲକାତାରୁ ଫେରୁଥିଲେ ପସରା ଧରି। ରାତି ପାହିଥିଲେ ଯିଏ ଯାହା ବାଟରେ ପହଞ୍ଚିଯାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ସର୍ବଗିଳା ନିଆଁ କେଉଁଠି ଲୁଚିଥିଲା କେଜାଣି, ହଠାତ୍ ବ୍ୟାପିଯାଇଥିଲା ବସରେ। ଯେଉଁଥିରେ କେନ୍ଦ୍ରାପଡ଼ାର ଜଣେ ମହିଳା ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବାବେଳେ ମରଣମୁହଁରୁ ଫେରିଆସିଥିଲେ ବସର ଅନ୍ୟ ସମସ୍ତ ଯାତ୍ରୀ..
କିଏ ବା ଜାଣିଥିଲା ଦଇବର ବିଚିତ୍ର ଲୀଳାକୁ । କିଏ ବା ଭାବିଥିଲା ଆଲୋକର ପର୍ବ ଦୀପାବଳି ପାଇଁ ଖୁସିରେ ଘରକୁ ଫେରୁଥିବା ମଣିଷଙ୍କ ସହ ଘଟିଯିବ ଏଭଳି ଅଘଟଣ ।