Advertisment

ଏଏସଆଇକୁ ନାଟମଣ୍ତପ ଛାଟ; ଆଜିଠାରୁ ମରାମତି ଆରମ୍ଭ କରିବାକୁ ନିର୍ଦ୍ଦେଶ

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ ଆଜିଠୁ ଆରମ୍ଭ ହେବ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
High Court directs ASI to start Natamandap repair

High Court directs ASI to start restoration of Nata Mandap

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ଅହେତୁକ ବିଳମ୍ବକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଆଜିଠାରୁ କାମ ଆରମ୍ଭ କରିବାକୁ ଏଏସଆଇକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଦୁର୍ବଳ ବିମ୍ ର ମରାମତି ପାଇଁ ଆଜିଠୁ କାମ ଆରମ୍ଭ ହେଲେ ଦୈନିକ ୬ଘଣ୍ଟା ଲେଖାଏଁ ୧୨୦ଦିନ ଲାଗିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ । ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଥିବା କ୍ରାକ୍ ବିମ୍ କୁ ସପୋର୍ଟିଂ ବିମ୍ ଦିଆଯିବ । କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ ଆଜିଠୁ ଆରମ୍ଭ ହେବ ।

ଷ୍ଟେନଲେସ୍ ଷ୍ଟିଲର ବକ୍ସ ବିମ୍ ଦ୍ବାରା ଏହାକୁ ଶକ୍ତ କରାଯିବ । ଏଥିପାଇଁ ଆଇଆଇଟି ମାଡ୍ରାସରୁ ଡିଜାଇନ୍ ଆସି ସାରିଛି ବୋଲି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ କହିଛନ୍ତି । ଶୁଣାଣି ସମୟରେ ଏଏସଆଇ ଦର୍ଶାଇ ଥିଲା ଯେ, ବିଭିନ୍ନ ଅଂଶୀଦାରଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମରାମତି କାର୍ଯ୍ୟ ୨୦୨୪ ଜାନୁଆରୀ ୨୦ ରୁ ଆରମ୍ଭ ହେବ ବୋଲି ରଖା ଯାଇଛି । ତେବେ ଏହାକୁ ନେଇ ହାଇକୋର୍ଟ ଖପ୍ପା ହୋଇଥିଲେ ଓ ଆଜିଠାରୁ ହିଁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ଏଥିପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ । କାର୍ଯ୍ୟର ଅଗ୍ରଗତି ନେଇ ପ୍ରତି ୧୫ ଦିନରେ ଆମିସକ୍ୟୁରି ରିପୋର୍ଟ ପ୍ରଦାନ କରିବେ । ଆସନ୍ତା ଡିସେମ୍ବର ୪ ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଗତକାଲି ଶୁଣାଣି ସମୟରେ ଏଏସଆଇ ତରଫରୁ ନାଟ ମଣ୍ତପ ମରାମତି ପ୍ରସଙ୍ଗରେ ସାନି ସତ୍ୟପାଠ ଦାଖଲ କରାଯାଇଥିଲା । ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, ନାଟ ମଣ୍ତପର ଫଟା ବିମକୁ ସଶକ୍ତ କରିବା ପାଇଁ ପରିବର୍ତ୍ତିତ ଡିଜାଇନ ଓ ଡ୍ରଇଂ ମିଳିଛି ।

କୋର କମିଟିଙ୍କ ପରାମର୍ଶ ନେଇ ଏହି ଡିଜାଇନ ପ୍ରସ୍ତୁତ ହୋଇଛି । ଆସନ୍ତା ଜାନୁଆରୀ ୨୦ରୁ ଏହି ମରାମତି ଆରମ୍ଭ ହୋଇଯିବ ବୋଲି ନିଜ ସତ୍ୟପାଠରେ ଉଲ୍ଲେଖ କରିଥିଲା ଏଏସଆଇ । ତେବେ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବା ସହ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ବିଳମ୍ବ ନେଇ କାହିଁକି ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ ? କଣ ଅତି ଖରାପ ସ୍ଥିତିରେ ଅଛି କି ଜଗନ୍ନାଥ ମନ୍ଦିରର ଏ ଗୁରୁତ୍ୱପୂର୍ଣ୍ଣ ଅଂଶ ? ତଥ୍ୟ ଅନୁସାରେ ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଜଣାପଡ଼ିଥିଲା । ଯାହାର ଲମ୍ବ ୭ ଫୁଟ ଓ ଗଭୀର ୭ ଇଞ୍ଚ ଦେଖା ଯାଇଥିଲା । ୫ବର୍ଷ ହେଲା ସେ ଫାଟ ସେମିତି ଥିବାରୁ କୋର୍ଟରେ ମାମଲା ହୋଇଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ASI ଓ ଉଚ୍ଚସ୍ତରୀୟ କମିଟି ଘନ ଘନ ଯାଞ୍ଚ କରି ନାଟମଣ୍ଡପରେ କ୍ରାକ୍ ମିଟର୍ ଜରିଆରେ ରିଡିଂ କରି ଫାଟ ତର୍ଜମା କରିଥିଲେ । ନିଜେ ହାଇକୋର୍ଟଙ୍କ ଆମିକସକ୍ୟୁରି ଏନ୍.କେ.ମହାନ୍ତି ବି ପୁରୀ ଆସି ନାଟମଣ୍ଡପ ସ୍ଥିତି ଖରାପ ଥିବା ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ ।

ସେପଟେ ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବାକୁ ଥିବା ମରାମତି ସମ୍ପର୍କରେ ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅଧିକ ସୂଚନା ଦେଇ କହିଛନ୍ତି- ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଥିବା କ୍ରାକ୍ ବିମ୍ କୁ ସପୋର୍ଟିଂ ବିମ୍ ଦିଆଯିବ। କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ କାଲିଠୁ ଆରମ୍ଭ ହେବ । ଷ୍ଟେନଲେସ୍ ଷ୍ଟିଲର ବକ୍ସ ବିମ୍ ଦ୍ୱାରା ଏହାକୁ ଶକ୍ତ କରାଯିବ । ଏଥିପାଇଁ ଆଇଆଇଟି ମାଡ୍ରାସରୁ ଡିଜାଇନ୍ ଆସି ସାରିଛି । ତେଣେ ନାଟମଣ୍ଡପ ମରାମତି ଶୀଘ୍ର ସାରିବାକୁ ଜୋର ଦେଇଛନ୍ତି ସେବାୟତ ।

Puri Srimandir High Court
Advertisment
Advertisment