/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699851218.jpg)
Fire breaks out
ଅଗ୍ନିକାଣ୍ଡରେ ଜଳିଗଲା ୬ବଖରା । ପୁରୀ କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ପୋଡିଗଲା ୬ ବଖରା ଘର । ଏହା ସହ ଅମଳ ହୋଇ ରଖା ଯାଇଥିବା ୪୦ ବସ୍ତା ଧାନ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ଖାଲି ସେତିକି ନୁହେଁ, ଅଗ୍ନିକାଣ୍ଡରେ ୬ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଏଥି ସହ ଘରର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । କାଲି ପୟାଶ୍ରାଦ୍ଧ ଥିବାରୁ ଘରର ସମସ୍ତ ଲୋକେ ପୟା ଡାକି ରାତି ୧୧ଟା ସମୟରେ ଶୋଇ ପଡ଼ିଥିଲେ । ଏହି ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା ।
ସୌଭାଗ୍ୟ ବଶତଃ ପରିବାରର ସମସ୍ତ ଲୋକେ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ । ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ଜଣା ପଡ଼ିନାହିଁ । ଅଗ୍ନିକାଣ୍ଡ ପରେ ପୁରା ପରିବାର ଏବେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ।
ଅନ୍ୟପଟେ ଦୀପାବଳିରେ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ଘଟିଛି । ନୂଆପଡ଼ା ଜିଲ୍ଲା ସିନାପାଲିରେ ବାଣ ନିଆଁ ଲାଗି ଘର ପୋଡ଼ି ଯାଇଛି । ସିନାପାଲି ସନ୍ତୋଷୀ ମନ୍ଦିର ପଡାରେ ରହୁଥିବା ଜମିର ଖାନଙ୍କ ଘରେ ନିଆଁ ଲାଗି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର କପା ଓ ଘରର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।
ଖବର ପାଇଁ ସିନାପାଲି ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଜମିର ଖାନ ଦୀର୍ଘ ୨୦ ବର୍ଷ ହେବ ବିହାରରୁ ଆସି ସିନାପାଲିରେ ଗଦି ବ୍ୟବସାୟ କରୁଥିଲେ । ତେବେ ନିଆଁରେ ସର୍ବସ୍ୱ ହରାଇବା ପରେ ପ୍ରଶାସନ ପକ୍ଷରୁ ସହାୟତା ଦେବାକୁ ଦାବି ହୋଇଛି ।
ଦୀପାବଳି ପାଳନ ବେଳେ ରକେଟ ବାଣରୁ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଛି । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ସହର କ୍ଷେତରାଜପୁରର ଶ୍ୟାମ ବାଟିକା ଆପାର୍ଟମେଣ୍ଟର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ସୌଭାଗ୍ୟ ବଶତଃ ଫ୍ଲାଟରେ କେହି ନଥିବାରୁ ମୃତାହତର ଖବର ମିଳି ନାହିଁ । ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆପାର୍ଟମେଣ୍ଟ ନିଆଁରୁ ପାଖରେ ଥିବା ଏକ ଅଳିଆ ଗଦା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)