Advertisment

ଟଙ୍କା ପାଇଁ ୩୦ କି.ମି. ଗୁରୁଣ୍ଡିଲେ ଦିବ୍ୟାଙ୍ଗ, ଆଧାର ଲିଙ୍କ୍‌ ହୋଇନି କହି ଫେରାଇ ଦେଲା ବ୍ୟାଙ୍କ...

ପ୍ରଶ୍ନ ଉଠୁଛି, ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ କେତେ କ’ଣ ଯୋଜନା କରିଛନ୍ତି ସରକାର । ମାତ୍ର ଟଙ୍କା ଉଠାଣ ପାଇଁ ଦିବ୍ୟାଙ୍ଗଙ୍କୁ ୩୦ କି.ମି. ବାଟ ଗୁରୁଣ୍ଡି ଗୁରୁଣ୍ଡି ଯିବା ଏସବୁ ଯୋଜନାକୁ ଉପହାସ କରିଲା ଭଳି ଲାଗୁଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Divyang woman crawls her way 30 km to take her pension money in Sundergarh

Divyang woman crawls her way 30 km to take her pension money in Sundergarh

ଟଙ୍କା ପାଇଁ ୩୦ କି.ମି. ଦୂର ରାସ୍ତା ଗୁରୁଣ୍ଡି ଗୁରୁଣ୍ଡି ଗଲେ ଦିବ୍ୟାଙ୍ଗ ବୃଦ୍ଧା । ରାଜ୍ୟ ସରକାରଙ୍କ ଦୁଆର ମୁହଁରେ ବ୍ୟାଙ୍କିଂ ସେବା ବ୍ୟବସ୍ଥାକୁ ଉପହାସ କଲା ଭଳି ଏ ଚିତ୍ର ସୁନ୍ଦରଗଡ଼ ଜିଲ୍ଲା କୁତ୍ରାରୁ ଆସିଛି ।

Advertisment

ସୂଚନା ଅନୁସାରେ, ବଡ଼ମାଳ ବଜାରପଡ଼ାର ୬୮ ବର୍ଷୀୟା ବୃଦ୍ଧା ଟେରସା ବାର୍ଲା ଟଙ୍କା ଉଠାଇବାକୁ ଗାଁ ପାଖ ଗ୍ରାହକ ସେବା କେନ୍ଦ୍ରକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ କୁହାଯାଇଥିଲା, ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ୍‌ ହୋଇନାହିଁ । ତେଣୁ ଟଙ୍କା ଉଠାଇ ହେବନି । ନିରୁପାୟ ହୋଇ ଶେଷରେ ଟେରସା ବୁଧବାର ସକାଳେ ଗାଁରୁ ୩୦ କି.ମି. ଦୂର କୁତ୍ରା ଷ୍ଟେଟ୍‌ ବ୍ୟାଙ୍କ ଅଭିମୁଖେ ଗୁରୁଣ୍ଡି ଗୁରୁଣ୍ଡି ବାହାରି ଥିଲେ । 

ବ୍ୟାଙ୍କ ଯିବା ବାଟରେ ଜଣେ ସମାଜସେବୀଙ୍କ ନଜର ଟେରସାଙ୍କ ଉପରେ ପଡ଼ିବାରୁ ପାଖ ଗ୍ରାହକ ସେବା କେନ୍ଦ୍ରକୁ ତାଙ୍କୁ ନେଇ ସେଠାରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଜଣାପଡ଼ିଥିଲା, ଟେରସାଙ୍କ ଆକାଉଣ୍ଟ ଆଧାର ଲିଙ୍କ ହୋଇଛି । ଏହାପରେ ଟଙ୍କା ଉଠାଣ କରି ସମ୍ପୃକ୍ତ ସମାଜସେବୀ ଜଣକ ଟେରସାଙ୍କୁ ଘରକୁ ପଠାଇଥିଲେ ।

Advertisment

ଏଠାରେ ପ୍ରଶ୍ନ ଉଠୁଛି, ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ କେତେ କ’ଣ ଯୋଜନା କରିଛନ୍ତି ସରକାର । ଦୁଆର ମୁହଁରେ ବ୍ୟାଙ୍କିଂ ସେବା ଯୋଗାଇବାକୁ ବି ବ୍ୟବସ୍ଥା କରିଛନ୍ତି । ମାତ୍ର ଟଙ୍କା ଉଠାଣ ପାଇଁ ଦିବ୍ୟାଙ୍ଗଙ୍କୁ ୩୦ କି.ମି. ବାଟ ଗୁରୁଣ୍ଡି ଗୁରୁଣ୍ଡି ଯିବା ଏସବୁ ଯୋଜନାକୁ ଉପହାସ କରିଲା ଭଳି ଲାଗୁଛି । 

Advertisment
Advertisment