Advertisment

ଅଣନିଶ୍ୱାସୀ କଲା ଦୀପାବଳି ବାଣ ଧୂଆଁ

ଦୀପାବଳି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା। ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

ଚିନ୍ତା ବଢ଼ାଇଲା ଦୀପାବଳିରେ ମନଇଛା ବାଣଫୁଟା। ରାଜ୍ୟର ବହୁ ସହରରେ ସର୍ବୋଚ୍ଚ ସୀମା ଛୁଇଁଛି ପ୍ରଦୂଷଣ ମାତ୍ରା। ଦୀପାବଳି ବାଣ ଫୁଟା ଯୋଗୁ ରବିବାର ରାତି ଗୋଟାଏରେ ତାଳଚେର, ଭୁବନେଶ୍ୱର, କଟକ, ବାଲେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ-AQI ୫୦୦ ଛୁଇଁଥିଲା । ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୩୩୫ ଥିଲା ବେଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୩୩୨, ବାଲେଶ୍ୱରରେ ୩୨୪ ବା ଅତି ଖରାପ ସ୍ଥିତିକୁ ପହଞ୍ଚି ଯାଇଥିଲା। କଟକରେ AQI ୨୯୪ ଓ ଭୁବନେଶ୍ୱର ପଟିଆ ଅଞ୍ଚଳରେ ୨୯୦ ରହିଥିଲା। ତେବେ ଆଶ୍ଚର୍ଯ୍ୟର କଥା ଦୀପାବଳି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା। ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି, ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପ୍ରଶାସନକୁ ବି ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏକ ସମୟରେ ବାଣ ଫୁଟା ଯୋଗୁ ରାଜ୍ୟରେ ପ୍ରଦୂଷଣ ମାତ୍ରା ଏମିତି ବଢ଼ିଛି।

Advertisment
Bhubaneswar Odisha Air Pollution Diwali
Advertisment
Advertisment