/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699952511.jpg)
Gutkha ban in the Sri Mandir
ମନ୍ଦିରରେ ବି ଥୁ ଥୁ କରୁଥିଲେ । କିନ୍ତୁ ଆସନ୍ତାବର୍ଷରୁ ଆଉ କରି ପାରିବେନି । ବ୍ୟାନ ହୋଇଗଲା ପାନ ଓ ଗୁଟଖା । ପୁରୀ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିଛି ମନ୍ଦିର ପ୍ରଶାସନ । ଆସନ୍ତା ଜାନୁଆରୀ ୧ ତାରିଖରୁ ଲାଗୁ ହେବ ଏହି ନିୟମ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ କହିଛନ୍ତି, ପ୍ରଥମେ ସମସ୍ତଙ୍କୁ ସଚେତନ କରାଯିବ । ନିୟମ ମାନିବାକୁ କୁହାଯିବ । ବର୍ତ୍ତମାନ ପାନ, ଗୁଟଖା ପାଇଁ ଫାଇନ୍ ବ୍ୟବସ୍ଥା ଥିଲେ ବି କେହି ମାନୁନାହାନ୍ତି । ତେବେ ଆସନ୍ତା ଜାନୁଆରୀ ୧ରୁ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ ହେବ ।
ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀଙ୍କ ପ୍ରତି ମଧ୍ୟ ଏହି ନିୟମ ଲାଗୁ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ । ବର୍ତ୍ତମାନ ସଚେତନ କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଆସନ୍ତା ଜାନୁଆରୀ ୧ରୁ କଡ଼ାକଡ଼ି ଭାବେ ନିୟମ ଲାଗୁ ହେବ ବୋଲି ସୂଚନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)