୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି।
ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ । ଚିଲିକା ସ୍ଥିତ ମଙ୍ଗଳାଯୋଡି ଏବଂ ନଳବଣ ଭଳି ପକ୍ଷୀ ଅଭୟାରଣ୍ୟରେ ପ୍ରାୟ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏବଂ ପକ୍ଷୀ ସୁରକ୍ଷା ସମିତି ପକ୍ଷରୁ ଚିହ୍ନଟ କରାଯାଇଛି ।
ଡରାଇଲାଣି ପେଟ୍ରୋଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ୧୦୮.୫୪ ଟଙ୍କା ଓ ଡିଜେଲ ୧୦୫.୦୯ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ଏପରି ଅହେତୁକ ଦରବୃଦ୍ଧି ନେଇ ଗ୍ରାହକଙ୍କର କଣ ପ୍ରତକ୍ରିୟା ରହିଛି ଆସନ୍ତୁ ଶୁଣିବା ।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଂଚଳ ରେ ଦୀର୍ଘ କମୁନି ହାତୀଙ୍କ ଉପଦ୍ରବ । 15ଦିନ ହେବ ଦନ୍ତା ହାତୀଙ୍କ ଉତ୍ପାତ ଯୋଗୁ ଗ୍ରାମରେ ତାଟି କବାଟ ପଡିଛି । ସେପଟେ ଗତକାଲି ଡରେଇକଲା ନିକଟରେ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ।
ଗୋଟିଏ ତେଲିଆ ମାଛର ଦାମ୍ ୩୬ ଲକ୍ଷ ଟଙ୍କା। ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ମାଛ ମିଳିଛି। ଯାହାର ଓଜନ ପ୍ରାୟ ୮୦ କିଲୋଗ୍ରାମ୍।
ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ। ହଜାର ହଜାର ମାଇଲ ଅତିକ୍ରମ କରି ଆସିଥିବା ଅତିଥି ବିହଙ୍ଗଙ୍କ କଳରାବରେ ମୁଖରିତ ହେଲାଣି ଚିଲିକା। ନଭେମ୍ବର ପୂର୍ବରୁ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଏସବୁ ଅଂଚଳରେ ଦେଖିବାକୁ ମିଳିଲେଣି ।
ମମିତା ନିଖୋଜ ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲେ ବୋଲି ମମିତାଙ୍କ ବାପା କହିଛନ୍ତି। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି।
ବିଦ୍ୟୁତ୍ ଆସିନଥିବାରୁ ଖତ ଖାଉଛି ପ୍ରକଳ୍ପ ଉଦଘାଟନର ତିନି ବର୍ଷ ପରେ ବି ହୋଇପାରିଲାନି କାର୍ଯ୍ୟକ୍ଷମ । କାହା ପାଇଁ ପାର୍ବତୀଗିରି ଜଳସେଚନ ପ୍ରକଳ୍ପ ?
ଏ ଗାଁରେ କାହାର ବି ନାହିଁ ଆଧାରକାର୍ଡ । ଗାଁରେ ରହୁଥିବା ଜଣେ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କାହାରି ପାଖରେ ଆଧାରକାର୍ଡ ନାହିଁ ।
ଦେଖିବାକୁ ଯେମିତି ଛୋଟ, ଓଜନ ବି କମ୍। ହେଲେ ଦାମ୍ ଓ କାମ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଜାଣନ୍ତୁ, ଏହି ଛୋଟିଆ ବନ୍ଧୁକର ବଡ଼ କଥା...
ଅଚଳ ସଂପତ୍ତି ବା ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟରେ ବଢୁଛି ଚିନ୍ତା । ଗଲା ୩ ମାସରେ ଏନପିଏ ହାର ୬.୨୨ ପ୍ରତିଶତରୁ ବଢି ୭.୨୦ ପ୍ରତିଶତରେ ପହଞ୍ଚିଲାଣି । ଷ୍ଟେଟ୍ ଲେବୁଲ୍ ବ୍ୟାଙ୍କର୍ସ କମିଟି ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ହଠାତ୍ ବଢିଯାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା ।
ସରକାରଙ୍କଠୁ ମିଳୁଥିବା ସାହାଯ୍ୟ, ସହଯୋଗକୁ ନେଇ କେତେ ସନ୍ତୁଷ୍ଟ ଆମ ରାଜ୍ୟର ଚାଷୀ ? ସରକାର କାଳିଆ ଯୋଜନା କରିଛନ୍ତି, ସାର, ବିହନ ଓ କୃଷି ଯନ୍ତ୍ରପାତି କିଣାରେ ସବ୍ସିଡି ବି ଦେଉଥିବା କହୁଛନ୍ତି ।
ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍’ ଭିଡିଓ । ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସଂଯୋଗ ଯୋଗାଇବାକୁ ନିଜର ସୁଦୁର ପ୍ରସାରୀ ଲକ୍ଷ୍ୟକୁ ଦୋହରାଇଲା ଜିଓ। ଜିଓଫୋନ ନେକ୍ସଟ୍ ପ୍ରସ୍ତୁତ କରିବାକୁ ସହଭାଗୀ ଗୁଗଲ ଏବଂ କ୍ୱାଲକମ୍ ସହିତ ନିଜର ଦୂରଦୃଷ୍ଟି ଓ ମିଳିତ ପ୍ରୟାସ ସମ୍ପର୍କରେ ସୂଚନା ଦେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି
କାଠରେ ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ନୟାଗଡ଼ ଭାପୁରର ଭୀମସେନ ଖୁଣ୍ଟିଆ l ନିଜର କାଉଁରୀ ଛୁଆଁରେ ନିର୍ଜୀବ କାଠରେ ଏମିତି ରୂପ ଆଙ୍କୁଛନ୍ତି, ଯାହାକୁ ଦେଖିଲେ ପୂରାପୂରି ଜୀବନ୍ତ ଲାଗୁଛି। ଦିନେ ନିଜର କାମ ପାଇଁ ରାଜ୍ୟ ସରକାର ପ୍ରଶଂସା ମଧ୍ୟ କରିଥିଲେ।
ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଅଜବ ଗଜବ ରହିଛି। ଅଦ୍ୟାବଧି ଆପଣ ଏକ ଫ୍ଲାଟ, ଘର କିମ୍ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଭଡାରେ ଦିଆଯାଉଥିବା ଶୁଣିଥିବେ ନିଶ୍ଚୟ। କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷମାନେ ମଧ୍ୟ ଭଡାରେ ମିଳନ୍ତି। ଏହି କଥାଟି ଆପଣଙ୍କ ପାଇଁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହି ଦେଶରେ ବିବାହ ଉତ୍ସବରେ ଅତିଥିମାନଙ୍କୁ ଭଡ଼ାରେ ନିମନ୍ତ୍ରଣ କରାଯାଇଥାଏ ଏବଂ ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯାଏ।
ମହିଳା ମାନେ ପୁରୁଷଙ୍କ ଠାରୁ କିଛି ଗୁଣରେ କମ ନୁହଁନ୍ତି । ମହିଳା ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଯାହା ଫଳରେ ଆଜିର ମହିଳା ଘରୁ ଗୋଡ କାଢ଼ି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟକରିବା ସହିତ ଆକାଶରେ ଉଡିପାରୁଛି । ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଚାରି ଚକିଆ ଗାଡି ଚଳାଇ ଆସୁଥିଲେ ମହିଳା ।
ଆଳୁକୁ ଦେଶ ଦୁନିଆରେ ପନିପରିବାର ରାଜା ବୋଲି କୁହାଯାଏ। ପନିପରିବା ବ୍ୟତୀତ ଚିପ୍ସ ଓ ହାଲ୍ୱା ମଧ୍ୟ ଆଳୁରୁ ତିଆରି ହୋଇଥାଏ। ଏହା ବର୍ଷସାରା ଖିଆଯାଉଥିବା ଏକ ପରିବା। କିନ୍ତୁ ଅଫ୍ସିଜିନ୍ ତଥା ଯେତେବେଳେ ଆଳୁର ନୂଆ ଫସଲ ଆସିବାକୁ ଥାଏ ସେତେବେଳେ ପୁରୁଣା ଆଳୁରେ ଏକା ପ୍ରକାର ସମସ୍ୟା ଦେଖାଦେଇଥାଏ। ତାହା ହେଉଛି, ଉପରୁ ଭଲ ଦେଖାଯାଉଥିବା ଏକ ସତେଜ ଆଳୁକୁ କାଟିଦେଲା ପରେ ତା ଭିତରେ କିଛି କଳା କଳା ଦେଖାଯାଏ। ଏହା ସମସ୍ତେ ଜାଣନ୍ତି। କିନ୍ତୁ ଅଧିକାଂଶ ଜାଣନ୍ତି ନାହିଁ ଏହା ଭଲ କି ଖରାପ। ତେବେ ଆସନ୍ତୁ ଜାଣିବା ଆଳୁରେ ଦେଖାଯାଉଥିବା ଏହି କଳା ଅଂଶ କ’ଣ? ଏହା ଆଳୁ ନଷ୍ଟ ହେବାର ଲକ୍ଷଣ କି?
ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍ । ମମିତି ମେହେର ହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବିଜେପିର ଏହି ଟିମ୍ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ ।
ଖାଲି ଯେ ଭାରତ ତାହା ନୁହେଁ ଅନ୍ୟ ଦେଶରେ ମଧ୍ୟ ବିଦ୍ୟୁତ ମହାଙ୍ଗାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏମିତିରେ ଭାରତର କୌଣସି ଏକ ସହରରେ ଅତିକମରେ ଦୁଇଟି କୋଠରୀବିଶିଷ୍ଟ ଘରେ ରହୁଥିବା ଏକ ମଧ୍ୟବର୍ଗୀୟ ପରିବାରର ପାଖାପାଖି ୩ରୁ ୪ ହଜାର ଟଙ୍କାର ମାସିକ ବିଲ ଆସିଯାଏ। କିନ୍ତୁ ଏହି ଲେଖାରେ ଆମେ ଆମ ଦେଶ ବିଷୟରେ ଆଲୋଚନା କରୁନୁ। ଏଠାରେ ଆମେ ୟୁରୋପର ସବୁଠାରୁ ବିକଶିତ ରାଷ୍ଟ୍ର ଜର୍ମାନୀର କଥା କହୁଛୁ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏଠି ଲୋକଙ୍କୁ ଦୁଇ ପ୍ରକାରର ବିଦ୍ୟୁତ୍ ବିଲ୍ ଭରଣ କରିବାକୁ ହୋଇଥାଏ।
ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ । ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି ।
ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ କାଠମୁଣ୍ଡା ନୋଡାଲ ଉପ୍ରା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ରାଉତ ବିଦ୍ୟାଳୟ ଚାଉଳ ବଂଟନରେ ହେରଫେର କରିବା ସହ ବିଦ୍ୟାଳୟରେ ଶିକ୍ଷା ପରିଚାଳନା କମିଟି ଗଠନ ନକରି କାର୍ଯ୍ୟରତ ସିଆରସିସିଙ୍କ ସହ ମିଶି ଏପର୍ଯ୍ୟନ୍ତ ପିଲାମାନଙ୍କ ପୋଷାକ ବଣ୍ଟନ କରିନାହାଁନ୍ତି।
ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
ଧାନ କଳା କିନ୍ତୁ ଚାଉଳ ଧଳା। ଏହି ଧାନ କଳା ଜିରା ଭଳି ଦେଖିବାକୁ। ଏଥିପାଇଁ ଏହାର ନାଁ ‘କଳାଜିରା’ ରଖାଯାଇଛି। କୋରାପୁଟର ଏହି ବିରଳ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପଲ୍ଲୀରୁ ଯାଇ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଅଞ୍ଚଳର ଏହି ସ୍ୱତନ୍ତ୍ର ଓ ବିରଳ କଳାଜିରା ଧାନ ସ୍ଥାନ ପାଇଛି।
ମାତ୍ର ଦଶ ବର୍ଷ ବୟସରେ ଗୋବର୍ଦ୍ଧନଙ୍କ ଦୃଷ୍ଟିଶକ୍ତି କମିଗଲା । ପରେ ଆଉ ଦେଖାଗଲାନି । ବହୁତ ଅସୁବିଧାରେ ଥିଲେ । ଓଟିଭିରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲେ ସ୍ୱେଚ୍ଛାସେବୀ । ଚିକିତ୍ସା ପରେ ପୁଣି ନିଜ ଆଖିରେ ଦୁନିଆ ଦେଖିଛନ୍ତି ଗୋବର୍ଦ୍ଧନ।