ଦୁନିଆଁରେ କ’ଣ ଖାଲି ପୃଥିବୀରେ ଜୀବ ଅଛନ୍ତି? ପୃଥିବୀ ଛଡା କ’ଣ ଆଉ କେଉଁ ଗ୍ରହରେ ଜୀବନ ନାହିଁ? ନା ଅନ୍ୟ ଗ୍ରହରେ ବି ପୃଥିବୀ ଭଳି ଜୀବ ଅଛନ୍ତି? ଅଲଗା ଦୁନିଆର ଜୀବ ଅର୍ଥାତ୍ ଏଲିଏନ୍ସକୁ ନେଇ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ, ଯାହାର ଉତ୍ତର ଏବେ ବି ରହସ୍ୟରେ ରହିଛି। ଏମିତିରେ ବି ଅନେକ ବୈଜ୍ଞାନିକ ଏଲିୟନ୍ସ ଥିବା ସମ୍ଭାବନାକୁ ଏଡେଇ ଦେଇ ନାହାନ୍ତି। କିନ୍ତୁ ଏହାକୁ ନେଇ ଏନେଇ କଳ୍ପନା ଜଳ୍ପନା ଲାଗିରହିବାର କାରଣ ହେଉଛି, ଏଲିୟନ୍ସ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳି ନାହିଁ।
ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ଆଲୋକର ବିଜୟର ଏହି ପର୍ବରେ ସବୁଠି ଖୋଜା ପଡ଼େ ଦୀପ । ହେଲେ ସାରା ଦୁନିଆକୁ ଆଲୋକିତ କରିବା ପାଇଁ ଦୀପ ଯୋଗାଉଥିବା କୁମ୍ଭକାରର କୂଳ ବେଉସା ଏବେ ଅନ୍ଧାରରେ ।
କେଉଁଠି ସରକାରଙ୍କ ଯୋଜନା ପାଖରେ ସାଧାରଣ ଲୋକଟିଏ ପହଁଚି ପାରୁନି ତ କେଉଁଠି ସରକାରଙ୍କ ଯୋଜନା ଗରିବ ଅସହାୟଙ୍କ ପାଇଁ ବାଟ ଭୁଲି ଯାଇଛି। ଏହାର ଅବିକଳ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଓରାଓରୀ ଗ୍ରାମର ରାଜେନ୍ଦ୍ର ସିଂ ଙ୍କ କ୍ଷେତ୍ରରେ । ଦୁଇ ବର୍ଷ ପୂର୍ବେ ଦୁର୍ଘଟଣାରେ ଶିକାର ହେଇ ଏବେବି ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ରାଜେନ୍ଦ୍ର ବଞ୍ଚିବା ପାଇଁ ଶେଷରେ ସରକାରଙ୍କ ପାଖରେ ମାଗିଛି ଜୀବନ ଭିକ୍ଷା ।
କୁଇ ଗୀତ ଗାଇ ପାଲଟିଲେ ସୁପରହିଟ୍ ଗାୟକ । ରାୟଗଡା ନିକଟସ୍ଥ ଆଦିବାସୀ ଇଲାକାର ଶିରିଗୁଡା ଗ୍ରାମର ରୋଜାଲିନ୍ ହିମିରିକା ।
ସାଉଥ୍ ଆକ୍ଟର ପୁନିତ୍ ରାଜକୁମାରଙ୍କ ପରଲୋକ । ପୁନିତ୍ଙ୍କ ହୃଦଘାତର ଶିକାର ହୋଇ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅସୁସ୍ଥ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ସେ ଦିନ ରାତିରେ ଅସଲରେ କ୍ରୁଜରେ କଣ ଘଟିଥିଲା ? ଏନସିବି ରେଡ୍ ବେଳେ କଣ କଣ ମିଳିଥିଲା ? ତଦନ୍ତ ପ୍ରକ୍ରିୟାକୁ ବେଶ ନିକଟରୁ ଦେଖିଛନ୍ତି ମନୀଷ। ଏନେଇ କଣ କହିଛନ୍ତି ଜାଣନ୍ତୁ
ଓଡ଼ିଆ ବୀର ଯବାନ ଅଜୟ ଭଞ୍ଜ। ଯିଏକି ନିଜ ଜୀବନର ୪୦ବର୍ଷ ଭାରତର ସୁରକ୍ଷା ପାଇଁ ଉତ୍ସର୍ଗ କରିଛନ୍ତି। ଆସନ୍ତୁ ଜାଣିବା ଅଜୟଙ୍କ ସେଇ ବିଜୟ କାହାଣୀ।
ମାଟି ଦୀପ ନୁହେଁ କି ଚାଇନା ତିଆରି ଦୀପ ନୁହେଁ, ବରଂ କ୍ଷୀର, ଘିଅ ଆଉ ଗୋବର ମିଶ୍ରଣରେ ତିଆରି ହୋଇଛି ପଞ୍ଚଗବ୍ୟ ଦୀପ। ଏ ଦୀପର ସଳିତା ଜଳି ସାରିବା ପରେ ଦୀପ ଟିବି ସମ୍ପୂର୍ଣ୍ଣ ଜଳି ଯିବ। ଆଉ ଏମିତି ଦୀପ ଯିଏ କରିଛନ୍ତି ତାଙ୍କୁ ଆପଣ ଭେଟିବେନି? ଚାଲନ୍ତୁ ଦେଖିବା ତାଙ୍କ ଦୀପ ଦିଆରି ପ୍ରକ୍ରିୟା
ଫେସବୁକରେ ଫେକ ଆଇଡି ଖୋଲି ନାଁ ବଦଳାଉଥିଲା ଏ ମହିଳା। ଶିକ୍ଷିତ ଯୁବକଙ୍କୁ ଟାର୍ଗେଟ କରୁ କରୁଥିଲା ଚାଲବାଜି। ଦିନ ହଠାତ ଏମିତି ହେଲା, ସବୁ କିଛି ଖୋଲିଗଲା.
୩୦ ଜିଲ୍ଲାର ଡ୍ରାଇଭରମାନେ ଏକାଠି ହୋଇ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି। ଏମାନେ ସମସ୍ତେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି।
୧୯୯୯ ମହାବାତ୍ୟାକୁ ଆଜି ପୂରିଲା ୨୨ ବର୍ଷ। ସେଦିନ ବି ଥିଲା ଶୁକ୍ରବାର, ଆଜି ବି ହେଉଛି ଶୁକ୍ରବାର। ମନେ ପଡିଯାଉଛି ସେଦିନର ସେହି ସ୍ମୃତି
ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ।
କିଏ ଜାଣିଥିଲା ଏମିତି ହେବ ବୋଲି। ମାତ୍ର କେଇ ଘଣ୍ଟାରେ ଛିନଛତ୍ର ହୋଇଗଲା ଉପକୂଳ ଓଡ଼ିଶା। ମାଟିରେ ମିଶିଗଲା ଘରଦ୍ୱାର। ଜମିବାଡ଼ିରେ ଲହଡି ଖେଳିଲା ପାଣି। ଶବ ଉପରେ ଚଢି ବାପାମାଆ, ପୁଅଝିଅଙ୍କୁ ଖୋଜିଲେ ସଂପର୍କୀୟ। ସେଦିନର ସେହି ଛାତିଥରା ଘଟଣା ମନେ ପଡିଲେ ଆଖି ହୋଇଯାଏ ଛଳଛଳ...
ସମ୍ବଲପୁର ଠେଲକୋଲିରେ ଥିବା JSW-ଭୂଷଣ କାରଖାନାର ପ୍ରଦୂଷଣରେ ଆକ୍ତାମାକ୍ତା ସ୍ଥାନୀୟ ବାସିନ୍ଦା । ଗତକାଲି ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିଲା ପାଉଁଶ ଝଡ଼ ।
ଘର, ବାରଣ୍ଡା, ଛାତ ଯୁଆଡ଼େ ଚାହିଁବେ ସିଆଡ଼େ ପାଉଁଶର ଆସ୍ତରଣ। ସମ୍ବଲପୁର ଠେଲକୋଲି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଥିବା JSW-ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି।
ଆଖିରେ ଧାରଧାର ଲୁହ, ଆଉ ଗୋଟିଏ ହିଁ କଥା କହୁଛି ମୋ କଥା ନାଁ ପ୍ରଶାସନ ଶୁଣିଲା, ନାଁ ସରକାର, ମୋତେ ଗୋଟିଏ କାମକର, ଗୁଳିମାରି ହତ୍ୟା କରିଦିଅ ନହେଲେ ମୁଁ ନିଜେ ଏଇଠି ଆତ୍ମହତ୍ୟା କରିଦେବି।
JSW-ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି। ସ୍ଥାନୀୟ ଆର୍ଆର୍ କଲୋନୀ ଓ ଆଖପାଖ ଅଞ୍ଚଳରେ ଏହା ମାଡ଼ି ଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛିା
ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍ କଲେଣି । କିନ୍ତୁ ମୁହଁ ଖୋଲିବାକୁ ପୋଲିସ ମୁଖିଆ ନାରାଜ।
ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବେ ବି ଏଭଳି ଗାଁ ଅଛି ଯେଉଁଠି ବିଦ୍ୟୁତ୍ ଓ ରାସ୍ତା ସଂଯୋଗୀକରଣ ସେବା ସାତସପନ ପରି । ଗାଁରେ ସରକାରୀ ସୁବିଧା ନ ପହଁଚିଥିବା ଯୋଗୁଁ ଅନେକ ଗ୍ରାମବାସୀ ପରିବାର ସହ ଗାଁ ଛାଡିଦେଲେଣି । ତଥାପି ଏଠି ପ୍ରଶାସନ ନିରବଦ୍ରଷ୍ଟା । ଏହିଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡଠାରୁ ମାତ୍ର ୮ କିମି ଦୂରରେ ଅବସ୍ଥିତ ତୈଲାସାହି ଗାଁରେ ...
ବୋଲ ମାନୁନି ତେଲ ଦର । ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସବୁଠୁ ମହଙ୍ଗା ।
‘ଯିଏ ବି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ। ପିଅନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ’ ବୋଲି ମମିତାଙ୍କ ବାପା କହିଛନ୍ତି।
ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ଆହୁରି ବଢ଼ିଗଲା.. ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ରେଡ୍ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।
ବୋଲ ମାନୁନି ତେଲ ଦର । ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସବୁଠୁ ମହଙ୍ଗା । ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ପଇସା ରହିଥିବା ବେଳେ ଡିଜେଲ୍ ଦର ୧୧୧ ଟଙ୍କା ଉପରେ ରହିଛି । ସେହିଭଳି କାଳିମେଲାରେ ସବୁ ରେକର୍ଡ ଭାଙ୍ଗିଛି ତେଲ ଦର । ୧୧୫ ଟଙ୍କା ୮୭ ପଇସାରେ ତେଲ ବିକ୍ରି ହେଉଛି ପେଟ୍ରୋଲ ।
ସୁନ୍ଦରଗଡ ଯୁବକ ଚର୍ଚ୍ଚିତ କୁମାର । ବନଦୁର୍ଗା କଲୋନୀ ଶଙ୍କରାର ନିବାସୀ ଲମ୍ବୋଦର ବୁଡାଙ୍କର ସାନ ପୁଅ । ଛୋଟ ବେଳୁ ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଥିଲା । ଷଷ୍ଠ ଶ୍ରେଣୀରେ ପାଠପଢିଲା ବେଳୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଏବଂ ଦଶମ ଶ୍ରେଣୀ ବେଳକୁ ଷ୍ଟେଜ ପ୍ରୋଗ୍ରାମ ସବୁ କରୁଥିଲେ । ଧୀରେ ଧୀରେ ଗୀତ କମ୍ପୋଜ କରିବା ଆଡକୁ ମନବଳାଇଲା ପରେ ଆଜି ସେ ଏହି ସଫଳତା ପାଇ ପାରିଛନ୍ତି ।
ବହିଷ୍କୃତ କନେଷ୍ଟବଲ୍ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଭିଜିଲାନ୍ସ ହାତରେ ଲାଗିଛି ପ୍ରସନ୍ନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଡୁମଡୁମାରେ ଥିବା ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ ରୁମ୍ର ମୂଲ୍ୟ ହେଉଛି କୋଟି କୋଟି ଟଙ୍କା।