• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Kids eat poisonous fruit looking like apple
ମରଣ ଫଳ ଖାଇ ଚାଲିଗଲା ଦୁଇ ନିରୀହ ପିଲାଙ୍କ ଜୀବନ

ଦୁନିଆରେ ଏପରି ଅନେକ ଫଳ ଅଛି ଯାହାକୁ ଖାଇ ହେବ ନାହିଁ। କାରଣ ଏହି ଫଳଗୁଡ଼ିକ ଅତ୍ୟଧିକ ବିଷାକ୍ତ ହୋଇଥାଏ। ଯଦି ଜଣେ ବ୍ୟକ୍ତି ଭୁଲରେ ମଧ୍ୟ ଏହି ଫଳ ଖାଏ, ତେବେ ତା’ର ମୃତ୍ୟୁ ନିଶ୍ଚିତ। ଠିକ ଗଛ ଓ ଫଳ ସାଧାରଣ ଲୋକଙ୍କ ଦ୍ୱାରା ସହଜରେ ଚିହ୍ନି ହୁଏ ନାହିଁ। ଯେଉଁ କାରଣରୁ ଲୋକମାନେ ହଠାତ୍ ଏହି ଫଳଗୁଡିକ ଖାଇ ସମସ୍ୟାର ସମ୍ମୁଖିନ ହୋଇଥା’ନ୍ତି। ସମ୍ପ୍ରତି, ଏହିପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ୨ ନିରୀହ ପିଲା ଏହି ମରଣ ଫଳ ଖାଇ ଏକ ଯନ୍ତ୍ରଣାଦାୟକ ମୃତ୍ୟୁର ସାମ୍ନା କରିଛନ୍ତି।

Human brains decreased in size
କାହିଁକି ଛୋଟ ହେଉଛି ମାନବ ମସ୍ତିଷ୍କ, ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ

ମାନବ ମସ୍ତିଷ୍କକୁ ଅଧ୍ୟୟନ କରିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଆକର୍ଷଣୀୟ ବିଷୟ ହୋଇଥାଏ। ସେମାନେ ଆଶା କରନ୍ତି ଯେ ଏହାକୁ ଅଧ୍ୟୟନ କରି ସେମାନେ ମଣିଷର ବିବର୍ତ୍ତନକୁ ବୁଝିପାରିବେ। ବୈଜ୍ଞାନିକମାନେ ମଧ୍ୟ ମସ୍ତିଷ୍କର ଉତ୍ପତ୍ତି ବିଷୟରେ ଅଧ୍ୟୟନ କରୁଛନ୍ତି, ଯେଉଁଠି ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ମସ୍ତିଷ୍କ କିପରି ଏକ ସୁପର ବୁଦ୍ଧିମାନ ମସ୍ତିଷ୍କରେ ବିକଶିତ ହେଲା? ପ୍ରାୟ ତିନି ହଜାର ବର୍ଷ ପୂର୍ବେ ମାନବ ମସ୍ତିଷ୍କର ଆକାର ଛୋଟ ହୋଇଯାଇଥିଲା, କିନ୍ତୁ ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପିମ୍ପୁଡ଼ି ଉପରେ କରାଯାଇଥିବା ଅଧ୍ୟୟନକୁ ଆଧାର କରି ବର୍ତ୍ତମାନ ନୂଆ ଅନୁସନ୍ଧାନରେ ଏହାର କାରଣ ମିଳିଛି।

Little Scientist Titikhya
ଚର୍ଚ୍ଚାରେ ଅଷ୍ଟମ ଶ୍ରେଣୀ ଝିଅ ତିତୀକ୍ଷା, ତିଆରି କରିଛନ୍ତି ଏମିତି ମେସିନ୍, ଖଇରୁ ଆପଣା ଛାଏଁ ଅଲଗା ହେଇଯାଉଛି ଧାନ

କଥାରେ ଅଛି ତୁଳସୀ ୨ ପତ୍ରରୁ ବାସେ । ସେହିପରି ଜଣେ କୁନି ଝିଅ ହେଲେ ତିତୀକ୍ଷା । ନିଜର ଅକ୍ଲାନ୍ତ ପରିଶ୍ରମ ଦୃଢ ମନୋବୃତ୍ତି ବଳ ଯୋଗୁଁ ବରଗଡ଼ର ତିତୀକ୍ଷା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ବରଗଡ଼ ଜିଲ୍ଲା ଗ୍ରୀଞ୍ଜେଲ ଗାଁର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଝିଅ ୬ ମାସ ଧରି ପରିଶ୍ରମ କରି ଏକ ମେସିନ୍ ତିଆରି କରିଛି। ଯାହା ଭିତରେ ଖଇକୁ ପକାଇ ଦେଲେ ଏହାର ଧାନ ଆପେ ଆପେ ଅଲଗା ହୋଇଯାଉଛି ।

7 AM Headlines 23 October | Odisha TV
ସକାଳ ୭ଟା ବେଳର ମୁଖ୍ୟ ଖବର

ସକାଳ ୭ଟା ବେଳର ମୁଖ୍ୟ ଖବର

Aditya Prasad Padhi
ଏଣିକି ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ । ପୋଲିଂ ସରିବା ପରେ ଭୋଟ ବାକ୍ସ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକ ସ୍ତରରେ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତ କରାଯିବ ।

Police
ରଣକ୍ଷେତ୍ର ପାଲଟିଲା ଥାନା ପରିସର: ୪ ଆହତ

ନରସିଂହପୁର ଥାନା ପରିସର ରଣକ୍ଷେତ୍ର ପାଲଟିଲା। ପିଟାପିଟିରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିଛି। ଧାରଣାକୁ ନେଇ ଉତ୍ତେଜନା ପରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିବା ବେଳେ ଏମିତି ଅଘଟଣ ହୋଇଛି।

Potato Farmers Lo osing Hope
ଚିନ୍ତାରେ କନ୍ଧମାଳ ଆଳୁଚାଷୀ, ଫସଲକୁ ନଷ୍ଟ କରିଦେଲେ ରୋଗ ପୋକ

ଆଳୁର ଅଭାବୀ ବିକ୍ରି ରୋକିବାକୁ ସରକାର କିଛି ମାସ ତଳେ ନିଷ୍ପତ୍ତି ନେଇଥିଲେ। ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏବଂ ଓଡ଼ିଶାର ଶୀତଳ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ରିହାତି ଦରରେ ଉନ୍ନତ ମାନର ଆଳୁ ବିହନ ଯୋଗାଣ କରିଥିଲେ ।

World's Tallest Woman
ବିଶ୍ୱର ସବୁଠୁ ଡେଙ୍ଗା ମହିଳା, ଉଚ୍ଚତା ୭ ଫୁଟ୍ ୭ ଇଞ୍ଚ

ତୁର୍କୀର ରୁମେସା ଗେଲ୍‌ଗି ବିଶ୍ୱର ସବୁଠୁ ଲମ୍ଭା ମହିଳା ଭାବେ ଆଖ୍ୟା ପାଇଛନ୍ତି। ରୁମେସାଙ୍କ ଉଚ୍ଚତା ୨୧୫ ଦଶମିକ ୧୬ ସେଣ୍ଟିମିଟର। ଯାହାକି ଫୁଟରେ ୭ ଫୁଟ୍ ୭ ଇଞ୍ଚ। ବିଶ୍ୱର ସବୁଠୁ ଲମ୍ଭା ମହିଳା ଭାବେ ସେ ଗିନିଜ୍ ଓ୍ୱାର୍ଲଡ୍‌ ରେକର୍ଡର ଅଧିକାରିଣୀ ହୋଇ ପାରିଛନ୍ତି।

Special Story,JEE Main,IIT,Athagarh,otv,otv news,odisha tv,odishatv,odisha news,latest odisha news,o
JEEରେ ୯୮.୪୨% ନମ୍ବର ରଖିଲେ ଗରିବ ବୁଣାକାରର ପୁଅ, ପୂରଣ ହୋଇପାରୁନି IIT ସ୍ୱପ୍ନ

କଥାରେ ଅଛି, ଯାହାର କାନ ଅଛି ତା’ର ସୁନା ନାହିଁ, ଆଉ ଯାହାର ସୁନା ଅଛି ତା’ର କାନ ନାହିଁ। ଗରିବ ବୁଣାକାର ଘରର ପିଲାଟିଏ। କିନ୍ତୁ ପ୍ରଚଣ୍ଡ ମେଧାବି। JEEରେ ୯୮.୪୨ ନମ୍ବର ରଖିଥିବା ଏହି ପିଲାଟିର କିନ୍ତୁ ଆଗକୁ ବଢ଼ିବାର ବାଟ ବନ୍ଦ ହୋଇଯାଇଛି।

Potato Farming
ଠକିଦେଲେ ସରକାର ! ଚାଷୀ ମୁଣ୍ଡରେ ଚଡ଼କ; ବର୍ଷା ଦିନେ ବି ଆଳୁ ଫଳିବ କହି ଦେଇଥିଲେ ବିହନ, ହେଲେ..

ଜମିରେ ଧାଡି ଧାଡି ହୋଇ ଲାଗିଛି ଆଳୁ ଗଛ । ହେଲେ ଗଛଗୁଡିକ ଛନଛନିଆ ବଦଳରେ କେଉଁଠି ପତ୍ର ପୋଡି ଯାଇଛି, କେଉଁଠି ମୁହଁ ମାଡି ପଡିଛି ଗଛ ତ ଆଉ କେଉଁଠି ମାଟି ତଳେ ବିହନ ଗୁଡ଼ିକ ଗଣ୍ଠି ଧରିବା ବଦଳରେ ନଷ୍ଟ ହୋଇଯାଇଛି ।

Husband fulfill wife desire
ଅନ୍ୟ ପୁରୁଷ ସହ ସଂପର୍କ ରଖିବାକୁ ଇଛା କଲେ ସ୍ତ୍ରୀ; ସ୍ୱାମୀ ଦେଲେ...

ପତି-ପତ୍ନୀଙ୍କ ସଂପର୍କ ଦୁନିଆର ସବୁଠାରୁ ପବିତ୍ର ହୋଇଥାଏ। ଏହାର ମୂଳରେ ଥାଏ ଏକ ସମର୍ପଣର ଭାବ। ଏହାରି ମାଧ୍ୟମରେ ହିଁ ଦୁହେଁ ଦୁହିଁଙ୍କର ଇଛାକୁ ପୂରଣ କରିଥାନ୍ତି। ଯଦି ଉଭୟଙ୍କ ମଧ୍ୟରୁ ଜଣକର ଉଦ୍ଦେଶ୍ୟ ପ୍ରତାରଣା କରିବା ହୁଏ ତେବେ କ’ଣ କରାଯିବ? ଭାରତରେ ଏଭଳି ମାମଲା ସିଧାସଳଖ କୋର୍ଟରେ ପହଞ୍ଚେ। କିନ୍ତୁ ଏପରି କିଛି ଘଟଣା ଅଛି ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗେ। ସମ୍ପ୍ରତି ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କର ଯେଉଁ କାହାଣୀ ସେୟାର କରିଛନ୍ତି ତାହା ପ୍ରକୃତରେ ଅଦ୍ଭୁତ ଅଟେ।

No way to go to crematorium, muslim families give land
ଏମିତି ଆମ ଦେଶ : ହିନ୍ଦୁଙ୍କ ଶ୍ମଶାନ ପାଇଁ ଜାଗା ଛାଡିଲେ ମୁସଲମାନ

ଝାଡଖଣ୍ଡର ଲାତେହରରେ ଗ୍ରାମବାସୀ ଏକତାର ଉଦାହରଣ ସୃଷ୍ଟି କରିଛନ୍ତି। ମନିକା ବ୍ଲକ୍‌ର ସେମରୀ ଗ୍ରାମରେ ଥିବା ହିନ୍ଦୁମାନଙ୍କ ଶ୍ମଶାନ ଘାଟରେ ପହଞ୍ଚିବା ପାଇଁ କୌଣସି ରାସ୍ତା ନ ଥିଲା। ସେମରୀ ଓ ବାରୱାଡିହର ଉଭୟ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟର ଲୋକମାନେ ପାରସ୍ପରିକ ଚୁକ୍ତି କରିଛନ୍ତି। ଏହା ପରେ ମୁସଲମାନ ସମ୍ପ୍ରଦାୟର କେତେକ ଲୋକ ସେମାନଙ୍କର ରୟତି ଜମି ଦାନ କରି ସେମାନଙ୍କ ଶ୍ରମଦାନରେ ଶ୍ମଶାନ ଘାତ ପର୍ଯ୍ୟନ୍ତ ରାସ୍ତା ତିଆରି କରୁଛନ୍ତି। ଗତ ମଙ୍ଗଳବାର ଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

Bearded woman inundated by male
ମହିଳାଙ୍କ ମୁହଁ ସାରା ଦାଢି;‍ ତଥାପି ପୁରୁଷ ଆକୃଷ୍ଟ

ଶରୀରରୁ ଅବାଞ୍ଛିତ କେଶକୁ ବାହାର କରିବା ପାଇଁ ମହିଳାମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବଜାରରେ ଅନେକ ଉପାୟ ମଧ୍ୟ ରହିଛି। କିନ୍ତୁ ଏପରି ଜଣେ ମହିଳା ଅଛନ୍ତି, ତାଙ୍କ ମୁହଁରେ ଅନେକ କେଶ ଥିଲେ ମଧ୍ୟ ତାଙ୍କୁ କୌଣସି ଫରକ୍ ପଡୁନି। ଏହି ମହିଳାଙ୍କ ମୁହଁରେ ପୁରୁଷଙ୍କ ପରି ଦାଢି ଅଛି। ଏହାକୁ ନେଇ ତାଙ୍କ ମନରେ ଟିକେ ବି ଦୁଃଖ ନ ଥିବା ବେଳେ ସେ ଗର୍ବର ସହିତ ଏହାକୁ ସୋସିଆଲ ମିଡିଆରେ ପ୍ରଦର୍ଶନ କରୁଛନ୍ତି। ପୁରୁଷମାନେ ମଧ୍ୟ ତାଙ୍କ ବୋଲ୍ଡ ଫଟୋ ଦେଖି ଆକୃଷ୍ଟ ହେଉଛନ୍ତି।

MLA Prashant Jagdev
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ୍‌ରେ ମିଛ ବାହାନା କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥିବା ନେଇ କିଛିଦିନ ପୂର୍ବେ ବିଜେପି ଅଭିଯୋଗ ଆଣିଥିଲା। 

Nabarangapur
ଆସିଲେ ନାହିଁ ସାହିଭାଇ, ଶବ ବୋହିଲେ ଦୁଇ ପତ୍ନୀ

ଜଗବନ୍ଧୁଙ୍କର ଶବ ବୋହିଲେନି ଜାତିଭାଇ। ଜାତିରେ ମିଶିବାକୁ ୧୦ ହଜାର ଟଙ୍କା ଦାବି କଲେ। ଉପାୟ ନପାଇ ଅଣ୍ଟା ଭିଡ଼ିଲେ ଜଗବନ୍ଧୁଙ୍କର ଦୁଇ ପତ୍ନୀ ଓ ବାପା ମାଆ। ସେମାନେ କୋକେଇ ବାନ୍ଧି, ଶବକୁ ମଶାଣିକୁ ବୋହିନେଲେ ଆଉ ଦାହ ସଂସ୍କାର କଲେ। ଏବେ କର୍ମ କରିବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ

Andhra Pradesh
ଓଡ଼ିଶା ସୀମାରେ ପଶି ଜନ ସଂପର୍କ ଶିବିର ଆୟୋଜନ କରିଛି ଆନ୍ଧ୍ର

ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ସୀମାରେ ପଶି ଆନ୍ଧ୍ର ଜନ ସଂପର୍କ ଶିବିର ଆୟୋଜନ କରିଛି। କୋରାପୁଟ କୋଟିଆରେ ଜନ ସଂପର୍କ ଶିବିର ଆୟୋଜନ କରିଛନ୍ତି ଆନ୍ଧ୍ର ଅଧିକାରୀ। କୋଟିଆ ପଂଚାୟତ ଉପର ସେମ୍ବି ଗାଁର ମହିଳା ସଙ୍ଗଠନର ଶିବିର ଆୟୋଜନ କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି।

Odisha Tourism
ପର୍ଯ୍ୟଟନ ଶିଳ୍ପକୁ ବେହାଲ କରିଛି କରୋନା

କରୋନା ମାଡ଼ରେ ଧରାଶାୟୀ ରାଜ୍ୟ ପଯର୍ୟଟନ କ୍ଷେତ୍ର । ଏହି କ୍ଷେତ୍ର ଉପରେ ନିର୍ଭର କରୁଥିବା ପରିବାରଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ହୋଟେଲ ହେଉ କି, ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ଅବା ପଯର୍ୟଟନସ୍ଥଳୀ ନିକଟରେ ଛୋଟମୋଟ ଦୋକାନ ଖୋଲି ପେଟ ପୋଷୁଥିବା ବ୍ୟବସାୟୀଙ୍କ ହାତ ବନ୍ଦ କହିଲେ ଚଳେ । ଆଗକୁ ଯଦି ସଂକ୍ରମଣ ସ୍ଥିତିରେ ସୁଧାର ନଆସେ ତେବେ ଏମାନଙ୍କ ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ରହିଛି ।

Rourkela Smart City
ନାଁ କୁ ମାତ୍ର ସ୍ମାର୍ଟ ସିଟି, ରାସ୍ତା ଘାଟ ଗାଁ ଗହଳିଠୁ ବି ହୀନ !

ସ୍ମାର୍ଟ ସିଟି ରାଉରକେଲାରେ ରାସ୍ତା ସମସ୍ୟା । ସହରର ମୁଖଶାଳା କୁହାଯାଉଥିବା ପାନପୋଷ ଛକରୁ ଆରମ୍ଭ କରି ହକି ଛକ, ହନୁମାନ ବାଟିକା ଛକ ସବୁଠି ଦୟନୀୟ ରାସ୍ତାଘାଟ ।

Sri Jagannath Temple Land Scam
ଜଗା ଜମି ହଡପ୍‌!

ଖୋଦ୍ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହଡ଼ପ ଲାଗି ଚାଲିଥିଲା ଚକ୍ରାନ୍ତ । ବାଲେଶ୍ୱର ସୋରରେ ଶ୍ରୀଜିଉଙ୍କ ଜମିକୁ ହ଼ଡ଼ପ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପରେ ଜାଗିଛି ଶ୍ରୀମନ୍ଦିର ପ୍ରଶାସନ । ଏ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ଦୁଇ ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କ ନାଁରେ ସୋର ଥାନାରେ ଏତଲା ହୋଇଛି ।

Hyder Gangster
ହାଇଦରକୁ ପୋଲିସ ଏନ୍‌କାଉଣ୍ଟର ନୁହେଁ ହତ୍ୟା କରିଛି !

ପୋଲିସ ବିରୋଧରେ ହତ୍ୟା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ ହସିନା ବିବି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ସେ ଏତଲା ଦେଇଛନ୍ତି ।

The sun never sets in these places
ଏମିତି ଜାଗା, ଏଠି ଅସ୍ତ ହୁଅନ୍ତି ନି ସୂର୍ଯ୍ୟ

ଦିନ ପରେ ରାତି ଓ ରାତି ପରେ ଦିନ ହେବା, ଏହା ହିଁ ପ୍ରକୃତିର ନିୟମ। ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ବହୁତ କମ ଲୋକେ ଜାଣନ୍ତି ଯେ ଏ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଦୁନିଆର ଏହି ଜାଗାରେ ସୂର୍ଯ୍ୟ ୭୦ ଦିନରୁ ଅଧିକ ଅସ୍ତ ହୁଅନ୍ତି ନାହିଁ। ଏହି ଶୁଣି ଆପଣ ହୁଏତ ବିଶ୍ୱାସ କରିପାରୁ ନ ଥିବେ। ଆପଣଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଥିବ ଯେ ଏମିତି କେମିତି ବା ହେବ? ତେବେ ଆସନ୍ତୁ ଜାଣିନେବା କେଉଁ କେଉଁ ଜାଗାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି।

auto driver
ତେଲ ଦର ଏତେ, ଭଡା ନେବୁ ଆମେ କେତେ?

କରୋନା ପରଠାରୁ ତ ଏମିତିରେ ବହୁତ କମ୍ ଲୋକ ଅଟୋରେ ବସୁଥିଲେ, କିନ୍ତୁ ଗଲା ଦେଢ଼ ବର୍ଷ ଭିତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୫ରୁ ୩୦ ଟଙ୍କା ବଢ଼ିଯାଇଛି । ଏହି ଦରବୃଦ୍ଧି ଯୋଗୁଁ ସେମାନେ ଦର ବଢ଼ାଇଥିବାରୁ, ଯାତ୍ରୀ ଅଧିକ ପଇସା ଦେବାକୁ ଅମଙ୍ଗ ହେଉଛନ୍ତି । ଫଳରେ ପରିବାର ଚଳାଇବା କଷ୍ଟକର ହେଉଥିବା କହିଛନ୍ତି ଅଟୋ ଚାଳକ ।

Drone Eye On Sensitive Jails
ଏଣିକି ଜେଲ୍ ଜଗିବ ଡ୍ରୋନ

ଜେଲ୍ ଜଗିବ ଡ୍ରୋନ୍। ରାଜ୍ୟର କେତେକ ସ୍ପର୍ଶ କାତର ଜେଲରେ ଏଣିକି ଡ୍ରୋନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜେଲରେ ରହୁଥିବା କୁଖ୍ୟାତ ଅପରାଧୀଙ୍କ ଗତିବିଧି, ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଏହା ନଜର ରଖିବ।

10 lakh species will extinct on earth in this century
ଏହି ଶତାବ୍ଦୀରେ ବିଲୁପ୍ତ ହେବେ ଘରଚଟିଆ-କାଉ ଭଳି ୧୦ ଲକ୍ଷ ଜୀବ

ଦେଶ ଦୁନିଆରେ ଜୈବ ବିବିଧତା ଅତି କ୍ଷୀପ୍ର ଗତିରେ ଶେଷ ହେଉଛି। ଆମ ଚାରିପାଖରେ ଥିବା ଏପରି ଅନେକ ଜୀବକୁ ଆମେ ମନେ ପକେଇପାରିବା ଯେ ଯେଉଁମାନେ ପ୍ରଚୁର ପରିମାଣରେ ଥିଲେ କିନ୍ତୁ ଏବେ ଆଉ ଦେଖାଯାଉ ନାହାନ୍ତି। ଏଥିରୁ ଘରଚଟିଆ ଅନ୍ୟତମ। ଏହି ପକ୍ଷୀମାନେ କିଛି ଦଶନ୍ଧି ପୂର୍ବରୁ ଆମ ଘର ଅଗଣାରେ ବୋବୋଉଥିଲେ, କିନ୍ତୁ ବର୍ତ୍ତମାନ ସେମାନର ପ୍ରାୟ ଦେଖା ନାହିଁ। କାଉମାନଙ୍କ ଅବସ୍ଥା ମଧ୍ୟ ସମାନ ପ୍ରାୟ। ବର୍ତ୍ତମାନ ଏହି ପକ୍ଷୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି।