Advertisment

ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ , ଜାଣନ୍ତୁ କଣ ରହିଛି ବିଶେଷତ୍ୱ…

ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ ଭିଡିଓ । ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସଂଯୋଗ ଯୋଗାଇବାକୁ ନିଜର ସୁଦୁର ପ୍ରସାରୀ ଲକ୍ଷ୍ୟକୁ ଦୋହରାଇଲା ଜିଓ। ଜିଓଫୋନ ନେକ୍ସଟ୍ ପ୍ରସ୍ତୁତ କରିବାକୁ ସହଭାଗୀ ଗୁଗଲ ଏବଂ କ୍ୱାଲକମ୍ ସହିତ ନିଜର ଦୂରଦୃଷ୍ଟି ଓ ମିଳିତ ପ୍ରୟାସ ସମ୍ପର୍କରେ ସୂଚନା ଦେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି

author-image
Sarbeswar
JioPhone Next

JioPhone Next

ଭୁବନେଶ୍ୱର: ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ ଭିଡିଓ । ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସଂଯୋଗ ଯୋଗାଇବାକୁ ନିଜର ସୁଦୁର ପ୍ରସାରୀ ଲକ୍ଷ୍ୟକୁ ଦୋହରାଇଲା ଜିଓ। ଜିଓଫୋନ ନେକ୍ସଟ୍ ପ୍ରସ୍ତୁତ କରିବାକୁ ସହଭାଗୀ ଗୁଗଲ ଏବଂ କ୍ୱାଲକମ୍ ସହିତ ନିଜର ଦୂରଦୃଷ୍ଟି ଓ ମିଳିତ ପ୍ରୟାସ ସମ୍ପର୍କରେ ସୂଚନା ଦେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଦୀପାବଳୀ ପୂର୍ବରୁ ରିଲାଏନ୍ସ ଜିଓ ପକ୍ଷରୁ ‘ମେକିଂ ଅଫ୍ ଜିଓଫୋନ ନେକ୍ସଟ’ ଭିଡିଓ ରିଲିଜ୍ କରାଯାଇଛି । ଏହି କ୍ଷୁଦ୍ର ଭିଡିଓରେ ଚଳିତ ସମୟର ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ ଫୋନ ‘ଜିଓଫୋନ ନେକ୍ସଟ୍‌’ ପ୍ରଚଳନ କରିବାର ଲକ୍ଷ୍ୟ ଏବଂ ଚିନ୍ତାଧାରା ପଛରେ ରହିଥିବା ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି । ଏହି ନୂଆ ଫୋନ୍ ଭାରତୀଙ୍କୁ ନଜରରେ ରଖି ଡିଜାଇନ କରାଯାଇଛି ଏବଂ ଏହା ବିଶ୍ୱସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ ମଧ୍ୟ କରିଛି ।

Advertisment

ମାତ୍ର ୫ ବର୍ଷ ମଧ୍ୟରେ ଜିଓ ଭାରତରେ ଘରେ ଘରେ ପରିଚିତ ହୋଇସାରିଛି। ୪୩୦ ନିୟୁତ ବ୍ୟବହାରକାରୀଙ୍କୁ ନେଇ ଏହାର ସେବା ଚାଲିଛି। ସମସ୍ତ ଭୌଗୋଳିକ ଅଂଚଳ, ଅର୍ଥନୀତି ଏବଂ ସାମାଜିକ ବର୍ଗଙ୍କ ମଧ୍ୟରେ ପରିବ୍ୟାପ୍ତ ହୋଇଛି । ଜିଓଫୋନ ନେକ୍ସଟ୍ ସହିତ ଜିଓ ଭାରତରେ ଡିଜିଟାଲ ସଂଯୋଗୀକରଣକୁ ସାର୍ବଜନୀନ କରିବା ଦିଗରେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହେବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ଯୋଜନା କରିଛି । ଜିଓଫୋନ ନେକ୍ସଟ୍ ଭାରତରେ ତିଆରି, ଭାରତ ପାଇଁ ତିଆରି ଏବଂ ଭାରତୀୟଙ୍କ ଦ୍ୱାରା ତିଆରି ହୋଇଛି ବୋଲି ଜଣାପଡ଼ିଛି । ପ୍ରତ୍ୟେକ ଭାରତୀୟ ଡିଜିଟାଲ ପ୍ରଯୁକ୍ତିରେ ସମାନ ସୁଯୋଗ ଏବଂ ସମାନ ବ୍ୟବହାର ସୁବିଧା ଯେଭଳି ପାଇପାରିବେ ତାହା ଜିଓଫୋନ ନେକ୍ସଟ୍ ସୁନିଶ୍ଚିତ କରିବ । ଏହି ଭିଡିଓରେ ଜିଓଫୋନ ନେକ୍ସଟ କିଭଳି କୋଟି କୋଟି ସଂଖ୍ୟକ ଭାରତୀୟଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି ତାହା ଦର୍ଶାଯାଇଛି । ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ପ୍ରଗତି ଓଏସ୍ (ଅପରେଟିଂ ସିଷ୍ଟମ)ଏକ ବିଶ୍ୱଶ୍ରେଣୀର ଅପରେଟିଂ ସିଷ୍ଟମ ଯାହା ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି ଏବଂ ଏହା ଜିଓଫୋନ ନେକ୍ସଟ୍ ର ମୂଳରେ ରହିଛି ।

Advertisment

ଏହା ଜିଓ ଏବଂ ଗୁଗଲର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସୁଲଭ ମୂଲ୍ୟରେ ବାସ୍ତବରେ ନିର ବିଚ୍ଛିନ୍ନ ଅନୁଭୂତି ପ୍ରଦାନ ସହିତ ସମସ୍ତଙ୍କ ପାଇଁ ପ୍ରଗତି ଆଣିଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି । ଜିଓଫୋନ ନେକ୍ସଟ୍‌ର ପ୍ରୋସେସର ବିଶ୍ୱର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା କ୍ୱାଲକମ୍ ପ୍ରସ୍ତୁତ । ଜିଓଫୋନ୍ ନେକ୍ସଟ୍‌ରେ କ୍ୱାଲକମ୍ ପ୍ରୋସେସର ଦ୍ୱାରା ଉପକରଣର ପ୍ରଦର୍ଶନ, ଅଡିଓ ଏବଂ ବ୍ୟାଟେରୀର କାର୍ଯ୍ୟଦକ୍ଷତା ସର୍ବାଧିକ କରିବା ସହିତ ସର୍ବୋତମ କନେକ୍ଟିଭିଟି ଓ ଅବସ୍ଥିତି ପ୍ରଯୁକ୍ତି ପ୍ରଦାନ ଉପରେ କାମ କରୁଛି। ଜିଓଫୋନ ନେକ୍ସଟ୍‌ର ସମୃଦ୍ଧ ବୈଶିଷ୍ଟ୍ୟାବଳୀ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ଭାବ ବିନିମୟକୁ ସମର୍ଥ କରାଇବ ।

ଜିଓଫୋନ ନେକ୍ସଟର କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ:

ଭଏସ ଆସିଷ୍ଟାଂଟ : ଭଏସ ଆସିଷ୍ଟାଂଟ ବ୍ୟବହାରକାରୀଙ୍କୁ ହ୍ୟାଣ୍ଡ୍‌ସେଟ ପରିଚାଳନା (ଆପ୍ ଖୋଲିବା, ସେଟିଂ ପରିଚାଳନା ଆଦି) କରିବା ଏବଂ ସେମାନଙ୍କ ପାଇଁ ପରିଚିତ ଭାଷାରେ ସୂଚନା / ବିଷୟବସ୍ତୁ ଇଂଟରନେଟରୁ ସହଜରେ ପାଇବାରେ ସହାୟତା କରୁଛି ।

ରିଡ୍ ଆଲାଉଡ୍ :

ଶୁଣିବା ସୁବିଧା ବ୍ୟବହାରକାରୀଙ୍କୁ ଯେକୌଣସି ପରଦାରେ ଥିବା ବିଷୟବସ୍ତୁକୁ ସେମାନଙ୍କ ହ୍ୟାଣ୍ଡସେଟ ଦ୍ୱାରା ପଢି ଶୁଣାଇବାକୁ ସୁଯୋଗ ପ୍ରଦାନ କରୁଛି । ଏହା ବ୍ୟବହାରକାରୀଙ୍କୁ ସେମାନେ ବୁଝିପାରୁଥିବା ଭଳି ଭାଷାରେ ବିଷୟବସ୍ତୁକୁ ଶୁଣିବାର ସୁଯୋଗ ଦେଉଛି ।

ଟ୍ରାନ୍ସଲେଟ:

‘ଟ୍ରାନ୍ସଲେଟ’ ସୁବିଧା ବ୍ୟବହାରକାରୀଙ୍କୁ ପରଦାରେ ଥିବା ଯେକୌଣସି ବିଷୟକୁ ତାଙ୍କ ପସନ୍ଦର ଭାଷାରେ ଅନୁବାଦ କରିବାର ସୁଯୋଗ ଦେଉଛି । ଏହା ବ୍ୟବହାରକାରୀଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଯେକୌଣସି ବିଷୟ ପଢିବାକୁ ସୁଯୋଗ ଦେଉଛି ।

ଇଜି ଆଣ୍ଡ ସ୍ମାର୍ଟ କ୍ୟାମେରା:

ହ୍ୟାଣ୍ଡସେଟରେ ଏକ ସ୍ମାର୍ଟ ଓ ଶକ୍ତିଶାଳୀ କ୍ୟାମେରା ଅଛି ଯାହା ପୋଟ୍ରେଟ୍ ମୋଡ ଭଳି ବିବିଧ ଫଟୋ ଉଠାଇବା ମୋଡକୁ ସମର୍ଥନ କରୁଛି ତଥା ବ୍ୟବହାରକାରୀଙ୍କୁ ଆପେ ଆପେ ଝାପସା ହୋଇଯାଉଥିବା ପୃଷ୍ଠଭୂମିରେ ଭଲ ରିଜଲ୍ୟୁସନ୍‌ର ଫଟୋ ଉଠାଇବା ସୁଯୋଗ ଦେଉଛି । ନାଇଟ୍ ମୋଡ ବ୍ୟବହାରକାରୀଙ୍କୁ କମ୍ ଆଲୋକରେ ମଧ୍ୟ ଭଲ ରିଜଲ୍ୟୁସନ୍‌ର ଫଟୋ ଉତୋଳନ କରିବାକୁ ସୁଯୋଗ ଦେଉଛି । କ୍ୟାମେରା ଆପ୍ ଭାବପ୍ରବଣତା ଏବଂ ପାର୍ବଣ ସମ୍ପର୍କିତ ଫଟୋ ସମୃଦ୍ଧ କରିବାକୁ ଭାରତୀୟତା ବୈଶିଷ୍ଟ୍ୟ ଥିବା ରିଅଲିଟି ଫିଲଟର ସହିତ ପୂର୍ବରୁ ଲୋଡ୍ ହୋଇ ଆସୁଛି ।

ଜିଓ ଓ ଗୁଗଲ ଆପ୍ ସମୂହ ପ୍ରିଲୋଡେଡ:

ଏହି ହ୍ୟାଣ୍ଡ୍‌ସେଟ ସମସ୍ତ ଉପଲବ୍ଧ ଆଣ୍ଡ୍ରଏଡ ଆପ୍‌କୁ ସମର୍ଥନ କରୁଛି। ଯାହାକୁ ବ୍ୟବହାରକାରୀ ଡାଉନଲୋଡ କରି ତାଙ୍କ ହ୍ୟାଣ୍ଡସେଟରେ ଗୁଗଲ୍‌ ପ୍ଲେ ଷ୍ଟୋର ଜରିଆରେ ବ୍ୟବହାର କରିପାରିବେ ଏବଂ ଏହା ସେମାନଙ୍କୁ ପ୍ଲେ ଷ୍ଟୋରରେ ଉପଲବ୍ଧ ଲକ୍ଷ ଲକ୍ଷ୍ ଆପ ମଧ୍ୟରୁ ପସନ୍ଦ କରିବାର ସ୍ୱାଧୀନତା ପ୍ରଦାନ କରୁଛି । ଏହା ମଧ୍ୟ ଏକାଧିକ ଜିଓ ଏବଂ ଗୁଗଲ ଆପ୍ ସହ ପୂର୍ବରୁ ଲୋଡ୍ ହୋଇ ଆସୁଛି ।

ଅଟୋମାଟିକ ସଫ୍ଟୱେର ଅପଗ୍ରେଡ୍‌:

ଜିଓଫୋନ ନେକ୍ସଟ୍ ଆପେ ଆପେ ସଫ୍ଟୱେର ଅପ୍‌ଡେଟ୍ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛି । ସମୟକ୍ରମେ ସର୍ବାଧୁନିକ ବୈଶିଷ୍ଟ୍ୟ ଆପେ ଆପେ ପ୍ରଦାନ କରିବା ସହିତ ଏହି ଅନୁଭୂତି ଅଧିକ ଉନ୍ନତ ହେବାକୁ ଯାଉଛି । ଏହା ମଧ୍ୟ ସୁରକ୍ଷା ଅପ୍‌ଡେଟ ସହିତ ଆସୁଛି ଯାହା ଏକ ତ୍ରୁଟିଶୂନ୍ୟ ଅନୁଭୂତି ସୁନିଶ୍ଚିତ କରୁଛି ।

ଅଦ୍ଭୁତପୂର୍ବ ବ୍ୟାଟେରୀ ଲାଇଫ:

ନୂଆକରି ଡିଜାଇନ କରାଯାଇଥିବା ପ୍ରଗତି ଓଏସ୍ ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ହେଉଥିବାବେଳେ ଦୀର୍ଘ ବ୍ୟାଟେରୀ କାର୍ଯ୍ୟକାଳ ସୁନିଶ୍ଚିତ କରିବା ସହିତ ସର୍ବୋଚ୍ଚ ପ୍ରଦର୍ଶନ କରୁଛି ।

India Jio
Advertisment
Advertisment