ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ବିଜେପି କରୁଛି ୧୨ ଘଣ୍ଟିଆ ସୋନପୁର ବନ୍ଦ
ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ.. ପ୍ରକୃତିର ଶୋଭାରାଜିକୁ ଉପଭୋଗ କରିପାରିବେ ପର୍ଯ୍ୟଟକ ଆଉ ରାତ୍ରୀଯାପନ ବି କରିପାରିବେ.. ଏଥର ସାଇକେଲରେ ବି ବୁଲିପାରିବେ..
ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି।
ଛୋଟିଆ ଘରଟିଏ। ଏଇଠି ହେଉଛି ରୋଷେୟୀବାସ, ଖାଉବା ପିଇବା, ଶୁଆବସା। ଏମିତି ଦୟନୀୟ ଭାବେ ଦୀର୍ଘ ୪ ବର୍ଷ ହେବ ଦିନ କାଟୁଛନ୍ତି ୧୦ ଜଣ। ବଂଚିବାର ଏହି ବିକଳ ଚିତ୍ର କହୁଛି ସରକାରୀ ଯୋଜନାର ପ୍ରକୃତ ସତ ।
କଟକରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ-ଟଏଲେଟ୍ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି । ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ । ଲୋକଙ୍କୁ ୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ
ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି।
ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଦୁର୍ଘଟଣା ବଢିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୩ ବର୍ଷ ମଧ୍ୟରେ ଗଲାଣି ଶତାଧିକ ଜୀବନ।
ଛୋଟିଆ ଘରଟିଏ । ସେଇଠି ରୋଷେଇ, ସେଇଠି ଶୁଆବସା । ଜଣେ ନୁହେଁ, ଗୋଟିଏ ପରିବାରର ଦଶ ଜଣ ସେଇଠି ଖାଉଛନ୍ତି, ପିଉଛନ୍ତି, ଶୋଉଛନ୍ତି ମଧ୍ୟ । ଘର ଖଣ୍ଡେ ନଥିବାରୁ ଏମିତି ଦହଗଂଜ ହେଉଛନ୍ତି ନୂଆପଡ଼ି ଜିଲ୍ଲା ଖଡିଆଳ ଘରଧରା ଗାଁର ଗିରି ହରିଜନ ।
ବିବାହ ଏମିତି ଏକ ସ୍ମୃତି ଯାହାକୁ ମନେରଖିବା ନେଇ ଲୋକେ ଅନେକ କିଛି କରିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିବାହକୁ ନେଇ ଏମିତି ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ ଯେଉଁଥିରେ ବର-କନ୍ୟା ବହୁତ ଉତ୍ସାହିତ ଥିବା ଦେଖାଯାଆନ୍ତି। ସେମାନଙ୍କର ଖୁସୀର ସୀମାକୁ ସହଜରେ କଳନା କରିହୁଏ ନାହିଁ, କାରଣ ସେମାନେ ଗୋଟିଏ ଦୁନିଆରୁ ଆଉ ଏକ ଦୁନିଆକୁ ଯାଆନ୍ତି। ଗୋଟିଏ ନୂଆ ଜୀବନର ଆରମ୍ଭରେ ନିଜକୁ ପ୍ରସ୍ତୁତ କରନ୍ତି।
ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି।
ନନ୍ଦନକାନନରେ ପୁଣି ଅଘଟଣ ଘଟିଛି। କିଛି ଦିନ ତଳେ ଟୟ ଟ୍ରେନ୍ ନିଆଁ ଲାଗିଯାଇଥିଲା। ଭୟରେ ଟ୍ରେନ୍ରେ ଥିବା ଯାତ୍ରୀ ଡେଇଁପଡ଼ିଥିଲେ।
ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏକ ପାଇଖାନା ତିଆରିକୁ ନେଇ ହେମନ୍ତଙ୍କର ତାଙ୍କ ପଡ଼ୋଶୀଙ୍କ ସହ ବିବାଦ ରହିଛି। ଅଭିଯୁକ୍ତଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କରୁଥିବାରୁ କିଛି ଅଭିଯୁକ୍ତ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବା ହେମନ୍ତ ଅଭିଯୋଗ କରିଛନ୍ତି। ପୋଲିସ୍ କିଛି ନକରିବାରୁ ନିରାଶ ହୋଇ ସେ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।
ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍ କଲେଣି ।
DRDO ହନିଟ୍ରାପ୍ ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି.. ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜରୁ ଆସିଥିଲା ୨୪ ହଜାର ଟଙ୍କା.. ରାହସ୍ୟମୟୀ ମହିଳା ରାଜସ୍ଥାନ ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ମଧ୍ୟ ହନିଟ୍ରାପ୍ କରିଥିଲା ।
ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର। ରାଜଧାନୀ ଭୁବନେଶ୍ୱରରେ ଘନ ଘନ ହେଉଛି ଚଢାଉ। କେତେବେଳେ ପୋଲିସ ତ ଆଉ କେତେବେଳେ ଅବକାରୀ ବିଭାଗ କରିଛି ରେଡ।
ମମିତା ମେହେର ହତ୍ୟା ଘଟଣା ଥମି ନଥିବା ବେଳେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ଏକ ଲେଡିଜ ହଷ୍ଟେଲରୁ ମିଳିଥିବା ଝୁଲନ୍ତା ମୃତଦେହକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି।
କୋରାପୁଟ କୋଟିଆକୁ ନେଇ ଓଡ଼ିଶା ଆନ୍ଧ୍ରମଧ୍ୟରେ ଚାଲିଛି ଛକାଛକି । ନେରେଡିବାଲସାରେ ଆରମ୍ଭ ହେଲା ଓଡ଼ିଆ ସ୍କୁଲରେ ପାଠପଢ଼ା । ଏହାସହ ଆଖାପାଖ ଗାଁରେ ଓଡ଼ିଆରେ ଲାଗିଲା ନାମଫଳକ। ସେପଟେ ଓଡ଼ିଆ ସ୍କୁଲ ଖୋଲିବା ପରେ ଆନ୍ଧ୍ର ପୋଲିସ ମାରୁଛି ପଇଁତରା।
ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ଖରାପ ହୋଇ ଯାଉଥିବା ଯୋଗୁଁ ପର୍ଯ୍ୟଟନ ପାଇଁ ବନ୍ଦ କରା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ।
ଉବୁଡା ଖାବୁଡା ଖେଳପଡିଆ । ବର୍ଷାରେ ପଚପଚ କାଦୁଅ ଓ ପାଣି ଭରା ଷ୍ଟାଡିୟମ, ତଥାପି ଉତ୍ସାହ କମ ନାହିଁ । ପଡିଆ ଭିତରେ ଖେଳାଳିଙ୍କ ଘମାସାନ ଆଉ ପଡିଆ ବାହାରେ ଦର୍ଶକଙ୍କ ଖଚାଖଚ୍ ଗହଳି । ସୁନ୍ଦରଗଡ ଜିଲ୍ଲା ଗ୍ରାମାଚଂଳରେ ହକିର କ୍ରେଜ ବଢ଼ିବଢ଼ି ଚାଲିଛି ।
ହସ୍ପିଟାଲରେ ହେଲା ମୃତ୍ୟୁ। କିନ୍ତୁ ମୃତଦେହ ନେବା ପାଇଁ ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ। ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ବାଇକ୍ରେ ମୃତଦେହ ବୋହିକି ନେଇଥିଲେ।
କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି ।
ରାଜଧାନୀରେ ବେଆଇନ ଭାବେ ଚାଲିଥିବା ବାର ଉପରେ ଚଢାଉ । ଏକାସାଙ୍ଗରେ ୫ଟି ବାର ଉପରେ ଚଢାଉ କରିଛି ଅବକାରୀ ଏବଂ ପୋଲିସ ଟିମ୍ ।
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। କେବେ ତିଆରି ସରିବ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍? ଏ ରାସ୍ତା ଦେଇ ଯିଏ ଯିବ ଆଉ ଥରେ ମନ ନ କରିବ।
ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କଠିନ ପରିଶ୍ରମ ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଏଥିସହ ୧୫ରୁ ୨୦ ଲୋକଙ୍କୁ ଦେଇଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ରହିଛି ଟମକସିଳା ଗାଁ। ଯେଉଁ ଗାଁରେ ନାହିଁ ବିକାଶର ଚିହ୍ନ ବର୍ଣ୍ଣ। ଏହି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। କୌଣସି କାମ ପଡିଲେ ଗାଁ ଲୋକେ ପ୍ରତିଦିନ ଭରା ନଦୀରେ ହାତରେ ବାଡି ଖଣ୍ଡେ ଧରି ଜୀବନକୁ ବାଜି ଲଗାଇ ଯାଆସ କରନ୍ତି। ଦେହ ଖରାପ ହେଲେ ଭଗବାନ ହିଁ ଭରସା