• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Girl Found Hanging,Hostel Room
କାହିଁକି କଲେ ଆତ୍ମହତ୍ୟା ?

ମମିତା ମେହେର ହତ୍ୟା ଘଟଣା ଥମି ନଥିବା ବେଳେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ଏକ ଲେଡିଜ ହଷ୍ଟେଲରୁ ମିଳିଥିବା ଝୁଲନ୍ତା ମୃତଦେହକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି।

odia school in kotia
ଓଡିଶା ଆନ୍ଧ୍ର ମଧ୍ୟରେ ଛକାଛକି

କୋରାପୁଟ କୋଟିଆକୁ ନେଇ ଓଡ଼ିଶା ଆନ୍ଧ୍ରମଧ୍ୟରେ ଚାଲିଛି ଛକାଛକି । ନେରେଡିବାଲସାରେ ଆରମ୍ଭ ହେଲା ଓଡ଼ିଆ ସ୍କୁଲରେ ପାଠପଢ଼ା । ଏହାସହ ଆଖାପାଖ ଗାଁରେ ଓଡ଼ିଆରେ ଲାଗିଲା ନାମଫଳକ। ସେପଟେ ଓଡ଼ିଆ ସ୍କୁଲ ଖୋଲିବା ପରେ ଆନ୍ଧ୍ର ପୋଲିସ ମାରୁଛି ପଇଁତରା।

Similipal National Park
ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ଖରାପ ହୋଇ ଯାଉଥିବା ଯୋଗୁଁ ପର୍ଯ୍ୟଟନ ପାଇଁ ବନ୍ଦ କରା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ।

hockey team
ଏନ୍ତୁଡିଶାଳରେ ହକିର କ୍ରେଜ : ପାଣିଭରା ଷ୍ଟାଡିୟମ୍‌ରେ ହକି ମ୍ୟାଚ୍, ଟ୍ରଫି ବଦଳରେ ଖାସି ପୁରସ୍କାର

ଉବୁଡା ଖାବୁଡା ଖେଳପଡିଆ । ବର୍ଷାରେ ପଚପଚ କାଦୁଅ ଓ ପାଣି ଭରା ଷ୍ଟାଡିୟମ, ତଥାପି ଉତ୍ସାହ କମ ନାହିଁ । ପଡିଆ ଭିତରେ ଖେଳାଳିଙ୍କ ଘମାସାନ ଆଉ ପଡିଆ ବାହାରେ ଦର୍ଶକଙ୍କ ଖଚାଖଚ୍ ଗହଳି । ସୁନ୍ଦରଗଡ ଜିଲ୍ଲା ଗ୍ରାମାଚଂଳରେ ହକିର କ୍ରେଜ ବଢ଼ିବଢ଼ି ଚାଲିଛି ।

Dead Body On Bike
ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ; ବାଇକ୍‌ରେ ୫ କି.ମି. ବୁହା ହେଲା ମୃତଦେହ

ହସ୍ପିଟାଲରେ ହେଲା ମୃତ୍ୟୁ। କିନ୍ତୁ ମୃତଦେହ ନେବା ପାଇଁ ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ। ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ବାଇକ୍‌ରେ ମୃତଦେହ ବୋହିକି ନେଇଥିଲେ।

Odia youth Muktikant
ଓଡିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ପଦଯାତ୍ରା : ଭୁବନେଶ୍ୱରରୁ ବାହାରି ଆନ୍ଧ୍ର ଅଭିମୁଖେ ଓଡ଼ିଆ ଯୁବକ

କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି ।

 Dance Bars Sealed
ଏକାସାଙ୍ଗରେ ୫ଟି ବାର ଉପରେ ଚଢାଉ

ରାଜଧାନୀରେ ବେଆଇନ ଭାବେ ଚାଲିଥିବା ବାର ଉପରେ ଚଢାଉ । ଏକାସାଙ୍ଗରେ ୫ଟି ବାର ଉପରେ ଚଢାଉ କରିଛି ଅବକାରୀ ଏବଂ ପୋଲିସ ଟିମ୍ ।

Brahmani Bridge
କେବେ ଶେଷ ହେବ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍ ?

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। କେବେ ତିଆରି ସରିବ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍? ଏ ରାସ୍ତା ଦେଇ ଯିଏ ଯିବ ଆଉ ଥରେ ମନ ନ କରିବ।

farmer
ବଳ ଗଲାଣି, ମନରୁ ଉତ୍ସାହ ଯାଇନି : ବୟସର ଅପରାହ୍ନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦୁଇ ଭାଇ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କଠିନ ପରିଶ୍ରମ ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଏଥିସହ ୧୫ରୁ ୨୦ ଲୋକଙ୍କୁ ଦେଇଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ

  • Wednesday, 27 October 2021
  • Farmer
village problem
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ, ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ରହିଛି ଟମକସିଳା ଗାଁ। ଯେଉଁ ଗାଁରେ ନାହିଁ ବିକାଶର ଚିହ୍ନ ବର୍ଣ୍ଣ। ଏହି ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। କୌଣସି କାମ ପଡିଲେ ଗାଁ ଲୋକେ ପ୍ରତିଦିନ ଭରା ନଦୀରେ ହାତରେ ବାଡି ଖଣ୍ଡେ ଧରି ଜୀବନକୁ ବାଜି ଲଗାଇ ଯାଆସ କରନ୍ତି। ଦେହ ଖରାପ ହେଲେ ଭଗବାନ ହିଁ ଭରସା

photographer
ମେରାଇନ ଇଂଜିନିୟରରୁ ଫଟୋଗ୍ରାଫର

ଫଟୋଗ୍ରାଫର ତାଙ୍କର ନିଶା ଏବଂ ପେଶା । ଆଉ ସେଥିପାଇଁ ମେରାଇନ ଇଂଜିନିୟରରୁ ହୋଇଗଲେ ଫଟୋଗ୍ରାଫର । ସେ ହେଉଛନ୍ତି ଜଗତସିଂହପୁରର ପ୍ରବଳ ମହାନ୍ତି । 

mysterious woman
ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ! ସାମ୍ନାକୁ ଆସିଲା ନୂଆ ତଥ୍ୟ

ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ଘଟଣା ଏବେ ସାମ୍ନାକୁ ଆସିଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍‌ କରିଥିବା ସୂଚନା ମିଳିଛି। 

Road Still Distant Dream For People
ସରକାରୀ ଯୋଜନା କାହା ପାଇଁ ? ଜୀବନକୁ ବାଜି ଲଗାଇ ଭରା ନଦୀରେ ଯାଆସ କରୁଛନ୍ତି ଲୋକେ

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ। ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା। ରାସ୍ତା ନଥିବାରୁ କେଉଁଠି ଲୋକଙ୍କୁ ନଦୀ ପାର୍‌ ହେବାକୁ ପଡୁଛି ତ ଆଉ କେଉଁଠି ନାଳ ଓ ଘାଟି ରାସ୍ତା ପାର୍‌ ହେବାକୁ ପଡୁଛି।

Dance Bar Sealed
ରଙ୍ଗୀନ ହେଉଥିଲା ରାତି: ଜମୁଥିଲା ନାଚଗୀତର ଆସର, ଫିଙ୍ଗା ଯାଉଥିଲା ନକଲି ଟଙ୍କା

ବେଆଇନ୍‌ ଭାବେ ଚାଲିଥିଲା ଡ୍ୟାନ୍ସ। ଆଉ ଜମୁଥିଲା ନାଚଗୀତର ଆସର। ଖାଲି ଏତିକି ନୁହେଁ ବାର୍‌ରେ ବହୁ ନକଲି ଟଙ୍କା ମଧ୍ୟ ଫିଙ୍ଗା ଯାଉଥିଲା। ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଫିକା ପଡ଼ିଗଲା ସବୁକିଛି। 

BUS Stand
ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ

ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ । ଆଜି ରାଜ୍ୟ ସରକାରଙ୍କୁ ଏମିତି ଚରମବାଣୀ ଶୁଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

  • Tuesday, 26 October 2021
Sarala Puraskar
ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର, ଜଗଦୀଶ କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ବିଶିଷ୍ଟ କଥାକାର ପାରମିତା ଶତପଥୀ ପାଇଲେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ଇମ୍ଫା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ୪୨ତମ ଶାରଳା ପୁରସ୍କାର ଉତ୍ସବରେ ତାଙ୍କୁ ସମାନ୍ନୀତ କରାଯାଇଛି ।

successful farmer
ବଳ ଗଲାଣି, ମନରୁ ଉତ୍ସାହ ଯାଇନି : ବୟସର ଅପରାହ୍ନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦୁଇ ଭାଇ

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭାମାପୁରର ମାଳିହତା ଗାଁର ଦୁଇ ଭାଇ । ପ୍ରାୟ ୩୦ ଏକରରୁ ଉର୍ଦ୍ଧ ଜମିରେ ସଚାଷ କରିଛନ୍ତି । କେବଳ ଚାଷ ନୁହେଁ ସେଠାରେ ମାଛ ପୋଖରୀ ମଧ୍ୟ ରହିଛି । ଚାଲିଛି ମାଛଧରା । ଆଉ ଡିଜିଟାଲ ଦଣ୍ଡିରେ ସେସବୁକୁ ଓଜନ କରାଯାଉଛି । ଆଉ ସବୁ ଗୁଡ଼ିକ ବୋହିନେଇ ମାଛକୁ ଟ୍ରକରେ ଲୋଡ଼ କରାଯାଉଛି ।

Congress
ଥମୁନି ମମିତା ନିଆଁ, ନବୀନ ନିବାସ ଆଗରେ ନାକେଦମ କଲା ଛାତ୍ର କଂଗ୍ରେସ

ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ନିଆଁ ଜଳୁଛି । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେବା ପରେ ବିରୋଧୀ ସାରା ରାଜ୍ୟରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି ।

BUS Stand
ସରକାରଙ୍କୁ ଚେତାବନୀ ! ତେଲ ଦର ନକମିଲେ ଗଡ଼ିବନି ଗାଡ଼ି..

ତେଲ ଦର କମାଅ, ନହଲେ ପରିଣାମ ଭୟଙ୍କର ହେବ । ଏଭଳି ଚରମବାଣୀ ଶୁଣାଇଛନ୍ତି ଘରୋଇ ବସ୍ ମାଲିକ ସଂଘ । ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ୧୫ ତାରିଖ ଯାଏଁ ସମୟ ଦେଲୁ ତେଲ ଦର କମାଅ ନହେଲେ ଚକା ବନ୍ଦ ହେବ । 

Weird calf was born has two heads
ଦୁଇ ମୁଣ୍ଡ ଥିବା ବାଛୁରୀ ଜନ୍ମ

ଏ ଦୁନିଆ ଅଜବ ଗଜବ। ବେଳେ ବେଳେ ଏମିତି କିଛି ଜିନିଷ ସାମ୍ନାକୁ ଆସେ ତାହାକୁ ନିଜ ଆଖିରେ ଦେଖିଲା ପରେ ବି ବିଶ୍ୱାସ ହୁଏ ନାହିଁ। ଆଖି ଧୋକା ଖାଇଯାଏ। ଏମିତି ବି ଲାଗେ ଏହା ଅସମ୍ଭବ। କିନ୍ତୁ ସେ ସବୁ ସତ ହୋଇଥାଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି।

  • Tuesday, 26 October 2021
  • Viral
Fish
ମାଛ କରିଦେଲା କୋଟିପତି, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍

ମାଛର ଦାମ୍‌ କୋଟିଏ ଟଙ୍କା। ହୁଏତ ଏହି କଥା ଶୁଣିବା ପରେ ଆପଣ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ପୂରା ସତ। ବାହାର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାରେ ଏହି ମାଛ ଧରାପଡ଼ିଛି। ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ମାଛକୁ ଧରାଯାଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ, ଦିଘାରେ ଏକ କୋଟି ଟଙ୍କା ମୂଲ୍ୟର ତେଲିଆ ଭୋଲା ମାଛ ଧରାପଡ଼ିଛି।

Baby remains left inside woman womb
ଡାକ୍ତର ମହିଳାଙ୍କ ପେଟରେ ଛାଡିଦେଲେ ପିଲାର କିଛି ଅଂଶ

ମା ଏମିତି ଏକ ଶବ୍ଦ, ଯେଉଁଥିରେ ଭରି ରହିଛି ଦୁନିଆର ସବୁ ମିଠାପଣ। ତେଣୁ ପ୍ରତ୍ୟେକ ନାରୀ ମା’ ହେବାକୁ ଏକ ଆଶୀର୍ବାଦ ବୋଲି ଭାବନ୍ତି। ଯେତେବେଳେ ସେ ସମୟ ପଳେଇଆସେ, ନାରୀଟିଏ ଯେତେବେଳେ ଗର୍ଭବତୀ ହୁଏ ସେ ତା’ର ଭବିଷ୍ୟତର ସନ୍ତାନକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିବସେ। ମନେ ମନେ ଭାବେ ସେ ଯେତେବେଳେ ପ୍ରଥମ ଥର ପାଇଁ ନିଜ ସନ୍ତାନକୁ କୋଳରେ ଧରିବ ସେ ଅପୂର୍ବ ଆନନ୍ଦ କିଭଳି ଲାଗିବ।

Naveen Patnaik
ନବୀନଙ୍କ ବଡ଼ ନିଷ୍ପତ୍ତି: ପ୍ରତି ପୋଲିସ୍‌ ଜିଲ୍ଲାରେ ଶିଶୁଙ୍କ ପାଇଁ ରହିବ ସ୍ୱତନ୍ତ୍ର ଥାନା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି। ଏଣିକି ଶିଶୁଙ୍କ ପାଇଁ ରହିବ ସ୍ୱତନ୍ତ୍ର ଥାନା। ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

rasgolla
ଜୟ ଜଗନ୍ନାଥ ! ରସଗୋଲା ଆମର, ରିୟଲିଟି ସୋରେ ବେଙ୍ଗଲକୁ ଜବାବ ଦେଲେ ଓଡ଼ିଆ ଝିଅ

ଜୟ ଜଗନ୍ନାଥ ! ରସଗୋଲା ଆମର । ରିୟଲିଟି ସୋରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ଓଡ଼ିଆ ଝିଅ । ଜାତୀୟ ସ୍ତରର ଏକ ଘରୋଇ ଟିଭି ଚ୍ୟାନେଲର ରିୟଲିଟି ସୋରେ ଓଡ଼ିଆ ଝିଅ ସ୍ଥିତିପଦ୍ମା ଦାଶଙ୍କ ଏଭଳି ରୋକଠୋକ୍ ଜବାବ ଏବେ ସୋସି‌ଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Giant Fish Weighing 78 KGs, Worth Rs 36 Lakh Caught By Fishermen
ଗଭୀର ସମୁଦ୍ରରୁ ଧରାହେଲା ବିରଳ ପ୍ରଜାତିର ମାଛ; ଦାମ୍‌ ୩୫ ଲକ୍ଷ

ହୀରା ଦରଠୁ ବି ଅଧିକ ଦାମୀ ମାଛର ଦାମ୍ । ଗଭୀର ସମୁଦ୍ରରୁ ଧରା ହୋଇଛି ୩୫ ଲକ୍ଷର ମାଛ । ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ତେଲିଆ ମାଛଟି ଧରା ହୋଇଛି ।