Advertisment

ଏଠି ବିବାହରେ ଭଡାରେ ଆସନ୍ତି ଅତିଥି; ମୁଣ୍ଡ ପିଛା ୧୫ ଶହ

ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଅଜବ ଗଜବ ରହିଛି। ଅଦ୍ୟାବଧି ଆପଣ ଏକ ଫ୍ଲାଟ, ଘର କିମ୍ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଭଡାରେ ଦିଆଯାଉଥିବା ଶୁଣିଥିବେ ନିଶ୍ଚୟ। କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷମାନେ ମଧ୍ୟ ଭଡାରେ ମିଳନ୍ତି। ଏହି କଥାଟି ଆପଣଙ୍କ ପାଇଁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହି ଦେଶରେ ବିବାହ ଉତ୍ସବରେ ଅତିଥିମାନଙ୍କୁ ଭଡ଼ାରେ ନିମନ୍ତ୍ରଣ କରାଯାଇଥାଏ ଏବଂ ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯାଏ।

author-image
Pramod Behera
Fake guests are invited in wedding

Fake guests are invited in wedding

ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଅଜବ ଗଜବ ରହିଛି। ଅଦ୍ୟାବଧି ଆପଣ ଏକ ଫ୍ଲାଟ, ଘର କିମ୍ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଭଡାରେ ଦିଆଯାଉଥିବା ଶୁଣିଥିବେ ନିଶ୍ଚୟ। କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷମାନେ ମଧ୍ୟ ଭଡାରେ ମିଳନ୍ତି। ଏହି କଥାଟି ଆପଣଙ୍କ ପାଇଁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହି ଦେଶରେ ବିବାହ ଉତ୍ସବରେ ଅତିଥିମାନଙ୍କୁ ଭଡ଼ାରେ ନିମନ୍ତ୍ରଣ କରାଯାଇଥାଏ ଏବଂ ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କାମ କରିବା ପାଇଁ ଅନେକ ଏଜେନ୍ସି ମଧ୍ୟ ଅଛି। ଆବଶ୍ୟକ ହେଲେ ଲୋକେ ଏହି ସଂସ୍ଥାଗୁଡିକର ସହଯୋଗ ମଧ୍ୟ ନିଅନ୍ତି।

Advertisment
Fake guests are invited in weddingଏଠି ବିବାହରେ ଭଡାରେ ଆସନ୍ତି ଅତିଥି; ମୁଣ୍ଡ ପିଛା ୧୫ ଶହ

ଏଠାରେ ଆମେ ଦକ୍ଷିଣ କୋରିଆ ବିଷୟରେ କହୁଛୁ। ଏଠାରେ, ବିବାହ ସମାରୋହରେ ଅଧିକରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିବା ସେମାନଙ୍କୁ ସମାଜରେ ସେମାନଙ୍କର ସ୍ଥିତିକୁ ଯୋଡି ଦେଖାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁ ବ୍ୟକ୍ତିର ବିବାହ ଉତ୍ସବରେ ଯେତେ ଅତିଥି ଆସିଥିବେ ସେ ଲୋକ ସେତେ ଲୋକପ୍ରିୟ। ଏଠାରେ ଲୋକମାନେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାକୁ ଅତିଥି କିଣନ୍ତି।

Advertisment

ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆରେ ଏପରି ଅନେକ ଏଜେନ୍ସି ଅଛନ୍ତି ଯେଉଁମାନେ ଟଙ୍କା ନେଇ ଲୋକଙ୍କୁ ଭଡା ପାଇଁ ଅତିଥି ଯୋଗାନ୍ତି। ବିବାହକୁ ଆସୁଥିବା ଅତିଥିମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇ ପ୍ରସ୍ତୁତ କରାଯାଇଥାଏ। ବିବାହ ଉତ୍ସବରେ ଭଡା ସୂତ୍ରରେ ଆସୁଥିବା ଲୋକମାନେ ଏଭଳି ଅଭିନୟ କରନ୍ତି ଯେ ଅନ୍ୟମାନେ ଭାବି ନିଅନ୍ତି ସେମାନେ ସେହି ପରିବାରର କୌଣସି ସମ୍ପର୍କୀୟ ବୋଲି।

Fake guests are invited in weddingବିବାହରେ ଆସନ୍ତି ନକଲି ଅତିଥି

ଦକ୍ଷିଣ କୋରିଆର ଅତିଥିଙ୍କୁ ଭଡାରେ ଦେଉଥିବା ସବୁଠାରୁ ଜଣାଶୁଣା ଏଜେନ୍ସିର ନାମ ହେଉଛି ହାଗେକ୍ ଫ୍ରେଣ୍ଡସ୍। ଏହା ବ୍ୟତୀତ ଏଠାରେ ଏପରି ଅନେକ କମ୍ପାନୀ ଅଛି, ଯେଉଁମାନେ ଟଙ୍କା ନେଇ ବିହାରରେ ଅତିଥି ଯୋଗାନ୍ତି।

ଏଜେନ୍ସିଗୁଡିକ କହିଛନ୍ତି ଯେ କରୋନା ସଙ୍କଟ କାରଣରୁ ୯୯ ପ୍ରତିଶତ ଅତିଥିଙ୍କୁ ବିବାହ ସମାରୋହରେ ଯୋଗଦେବାକୁ ବାରଣ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ଏବଂ ୨୫୦ ଲୋକ ଏକ ଉତ୍ସବରେ ଯୋଗ ଦେଇ ପାରିବେ ବୋଲି କୁହାଯାଇଛି। ଦକ୍ଷିଣ କୋରିଆର ଲୋକମାନେ ବିବାହ ଉତ୍ସବରେ ୨୦ରୁ ୨୫ ନକଲି ଅତିଥିଙ୍କୁ ନିମନ୍ତ୍ରଣ କରନ୍ତି। ଏଠାରେ ଜଣେ ଅତିଥି ପିଛା ୧୫ଶହ ଟଙ୍କା ଭଡା ଦେବାକୁ ହୋଇଥାଏ।

Marriage South Korea Special Story
Advertisment
Advertisment