• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

afghanistan
ପାକ୍ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା : କାବୁଲରେ ଶୁଭିଲା ପାକିସ୍ତାନ ମୁର୍ଦ୍ଦାବାଦ ନାରା

ନର୍ଦ୍ଦନ ଆଲାଏନ୍ସ ବିରୋଧରେ ପାକିସ୍ତାନୀ ବାୟୁସେନା ଦ୍ୱାରା ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ଆରମ୍ଭ ହୋଇଛି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

Taliban Finalise its Leadership
ମୁଲ୍ଲା ବରାଦରଙ୍କ ପତା କଟିଲା ! ତାଲିବାନୀ ସରକାରରେ କମାଣ ସମ୍ଭାଳିପାରନ୍ତି ମୁଲ୍ଲା ହସନ୍ ଅଖୁନ୍ଦ

ମୁଲ୍ଲା ହସନ୍ ଅଖୁନ୍ଦ ବର୍ତ୍ତମାନ ତାଲିବାନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକାରୀ ନୃତୃତ୍ୱ ପରିଷଦର(ରହବରୀ ଶୁରା) ମୁଖ୍ୟ ଅଛନ୍ତି । ସେ ତାଲିବାନର ଜନ୍ମସ୍ଥାନ କାନ୍ଦାହାର ସହ ତାଙ୍କର ଗଭୀର ସମ୍ପର୍କ ରହିଛି । ତାଲିବାନ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ହେଲେ ମୁଲ୍ଲା ହସନ୍ ଅଖୁନ୍ଦ । ସେ ୨୦ ବର୍ଷ ଧରି ରହବରୀ ଶୁରାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଲିବାନ ନେତୃତ୍ୱ ମଧ୍ୟରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରିପାରିଛନ୍ତି

Iran Slams Pakistan Military's Role
ପଞ୍ଜଶିରରେ ପାକ୍‌ର ବାୟୁସେନା ଆକ୍ରମଣକୁ ନିନ୍ଦା କଲା ଇରାନ୍

ଇରାନ, ପାକିସ୍ତାନର ବ୍ୟବହାର ଓ ଆଚରଣକୁ କଡ଼ା ବିରୋଧ କରିଛି । ତାଲିବାନଙ୍କୁ ସମର୍ଥନ, ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି

afghanistan
ଶେଷ ହୋଇନି ଯୁଦ୍ଧ : ପଞ୍ଜଶିରରେ ତାଲିବାନ ଉପରେ ଅଜ୍ଞାତ ସାମରିକ ବିମାନର ଆକ୍ରମଣ

ପଞ୍ଜଶିର ଦଖଲ କଲା ତାଲିବାନ୍ । ପ୍ରତିରୋଧର ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଗତକାଲି ପଞ୍ଜଶିର ଗଭର୍ଣ୍ଣର ହାଉସରେ ପତାକା ଉଡ଼ାଇଛି ତାଲିବାନ୍ । ତଥାପି ଶେଷ ହୋଇନି ଯୁଦ୍ଧ । ପଞ୍ଜଶୀର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି ।

Taliban
ସତ କିଏ କହୁଛି? ତାଲିବାନ ନା ନର୍ଦ୍ଦନ ଆଲାଏନ୍ସ

ତାଲିବାନୀ କବଜାକୁ ଚାଲିଗଲା କି ପଞ୍ଜଶିର? ପ୍ରତିରୋଧର ଏଇ ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଆଜି ପଞ୍ଜଶିର ଗଭର୍ଣ୍ଣର ହାଉସରେ ଝଣ୍ଡା ଉଡ଼ାଇଛି ତାଲିବାନ୍। ହେଲେ ତାଲିବାନର ଏହି ଦାବିକୁ ଅଗ୍ରାହ୍ୟ କରିଛି ନର୍ଦ୍ଦନ ଆଲାଏନ୍ସ ଟୁଇଟ୍ କରି ନ୍ୟାସନାଲ୍‌ ରେଜିଷ୍ଟାନ୍ସ ଫୋର୍ସ କହିଛି ଏହାର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି

curtain between boys and girls in afganistan
ତାଲିବାନ ଶାସନର ପ୍ରଥମ ଝଲକ, କଲେଜରେ ପୁଅ-ଝିଅଙ୍କ ମଝିରେ ପଡିଲା ପରଦା

ଆଫଗାନିସ୍ତାନ ତାଲିବାନକୁ ଅକ୍ତିଆର କରିବା ପରଠୁ ସେଠାକାର ପରିସ୍ଥିତିର ଫଟୋ ସାମ୍ନା‌କୁ ଆସୁଛି । ଏବେ କଲେଜର ଏକ ଫଟୋ ସୋସିଆଲ ମିଡ୍ଆରେ ଭାଇରାଲ ହେବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନରେ ନିୟନ୍ତ୍ରଣ କରିବା ପରେ ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ଯେଉଁଥିରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟରେ ପଢୁଥିବା ପୁଅ ଓ ଝିଅମାନଙ୍କ ମଧ୍ୟରେ ଅଲଗା ଅଲଗା ଶ୍ରେଣୀ ଗୃହ ରହିବା ଉଚିତ୍ ଯଦି ଏହା ସମ୍ଭବ ନୁହେଁ ତାହେଲେ ଶ୍ରେଣୀ ଗୃହରେ ପୁଅ ଓ ଝିଅଙ୍କ ମଧ୍ୟରେ ପରଦା ରହିବ ।

Taliban
ତାଲିବାନୀ ପାଇଁ ଏମାନେ ହେଉଛନ୍ତି ଯମ

ତାଲିବାନ ପାଇଁ ଯମ। ଯାହାଙ୍କ ନାଁ ଶୁଣିଲେ ଥରହର ତାଲିବାନୀ। କେହି ପଞ୍ଜଶିର ମାଟି ମାଡିଲେ ଲମ୍ଫ ଦେଇ ଜୀବନ ନେଇ ଯାଆନ୍ତି। ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ତାଲିବାନ ସେନାଙ୍କୁ ନିପାତ କରି ଏ ବ୍ୟକ୍ତି ଜଣଙ୍କ ପାଲଟି ଯାଇଛନ୍ତି ମହା ନାୟକ। ନାଁ ଓ୍ବାହିଦ ଜଲନ୍ଧର। ‘ବାବା ଜଲନ୍ଧର’ ନାଁରେ ଏ ବେଶ ପରିଚିତ

Amrullah SalehAmrullah Saleh
ତାଲିବାନ ଭୟରେ ଦେଶ ଛାଡ଼ିଲେ କି ପୂର୍ବତନ ଉପରାଷ୍ଟ୍ରପତି?

ଆଫଗାନିସ୍ତାନରେ ରାଜ୍‌ କରୁଛି ତାଲିବାନ। ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଞ୍ଜଶିର ଉପତ୍ୟକାରେ ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡି ପଳାଇଛନ୍ତି

Panjshir
ତାଲିବାନ୍ ହାତକୁ ଗଲା ପଞ୍ଜଶିର : ଅଭେଦ୍ୟ ଗଡ଼ରେ ଉଡ଼ିଲା ତାଲିବାନୀ ପତାକା

ପଞ୍ଜଶିରକୁ ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କଲା ତାଲିବାନ୍ । ପତାକା ଉଡ଼ାଇ ପତିଆର ଜାହିର ଗଲା । ପଞ୍ଜଶିର ମାଟିରେ ନିଜର ପତାକା ଲଗାଇ ବିଜୟ ଉତ୍ସବ ମନାଇଲେ ତାଲିବାନୀ । ବଡ଼ ଯୁଦ୍ଧ ପରେ ଅଭେଦ୍ୟ ଗଡ଼ରେ ଏଣ୍ଟ୍ରି ମାରିଲେ ତାଲିବାନୀ । ଆଫଗାନିସ୍ତାନରେ ତାଲିବାନୀଙ୍କୁ କଡ଼ା ଜବାବ ଦେଉଥିବା ପଞ୍ଜଶିର ଯୋଦ୍ଧାମାନେ ଶେଷରେ ପରାଜିତ ହୋଇଛନ୍ତି ।

Amrullah Saleh
ଟପ୍ କମାଣ୍ଡର ମୃତ : ଅମରୁଲ୍ଲା ସାଲେହଙ୍କ ଘର ଉପରକୁ ପ୍ରବଳ ଗୁଳିଗୁଳା ବର୍ଷା

ସଫଳତାର ସହ ପଞ୍ଜଶୀର ଉପତ୍ୟକାର କିଛି ଅଞ୍ଚଳ ଅକ୍ତିଆର କରିଛି ତାଲିବାନ । ଯୁଦ୍ଧଗ୍ରସ୍ତ ଦେଶର ଶେଷ ଗଡ଼ର ଅଂଶ ମଧ୍ୟ ତାଲିବାନୀ ସଂଗଠନ ଅଧୀନକୁ ଚାଲିଯାଇଛି । ତାଲିବାନୀ ଆକ୍ରମଣରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ Resistance Forceର ବହୁ କ୍ଷୟକ୍ଷତି ହେବା ସହ ଅନେକ ଯୋଦ୍ଧା ଆହତ ହୋଇଛନ୍ତି

taliban-kills-pregnant-female
ନିର୍ଦ୍ଦୟ ତାଲିବାନୀଙ୍କ ବର୍ବରକାଣ୍ଡ  ! ସ୍ୱାମୀ ଓ ପୁଅ ସମ୍ମୁଖରେ ଗର୍ଭବତୀ ମହିଳା ପୋଲିସ୍ ଅଧିକାରୀଙ୍କୁ ହତ୍ୟା

ଶନିବାର ରାତି ୧୦ଟାରେ ଏହି ବର୍ବର କାଣ୍ଡ ଘଟାଇଛନ୍ତି ତାଲିବାନୀ ସଂଗଠନ । ମହିଳା ପୋଲିସ୍ ଅଧିକାରୀ କାର୍ଯ୍ୟରତ ଥିବା ଅଞ୍ଚଳରେ ତାଲିବାନର ଭୟ ଏତେ ଅଧିକ ଯେ ଏହି ଘଟଣା ବିଷୟରେ କେହି ଖୋଲାଖୋଲି କରିବାକୁ ପ୍ରସ୍ତୁତ ନାହାନ୍ତି । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବଢ଼ୁଥିବା ବେଳେ ଏପରି ନାରକୀୟ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।

panjshir
ପଞ୍ଜଶିର ଯୁଦ୍ଧରେ ତାଲିବାନ୍ ପକ୍ଷରୁ ମୈଦାନକୁ ଓହ୍ଲାଇଲା ପାକିସ୍ତାନ : ଡ୍ରୋନ୍ ଆକ୍ରମଣ କଲା ପାକ୍ ଏୟାରଫୋର୍ସ

ପଞ୍ଜଶିର ପ୍ରୋଭିନ୍ସର ପାରିୟାନ୍, ସୋତୁଲ୍, ଖେଞ୍ଜ୍ ଓ ଅବଶାର୍ ଆଦି ୪ଟି ଜିଲ୍ଲାକୁ ଦଖଲ କରିସାରିଥିବା ଦାବି କରିଛି ତାଲିବାନ୍ ।। ଅନ୍ୟପକ୍ଷରେ ପଞ୍ଜଶିର ରେଜିଷ୍ଟାଣ୍ଟ୍ ଫ୍ରଣ୍ଟ ଦାବି କରିଛି ଏପର୍ଯ୍ୟନ୍ତ ସେମାନେ ସ୍ୱାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପଞ୍ଜଶୀର ପ୍ରଦେଶ ବ୍ୟତୀତ ସମଗ୍ର ଆଫଗାନିସ୍ତାନ ତାଲିବାନ ଦ୍ୱାରା ଅଧିକୃତ ହୋଇସାରିଛି

panjshir
ପଞ୍ଜଶିରରେ ଯୁଦ୍ଧକୁ ନେଇ ଚିନ୍ତିତ ଆଫଗାନିସ୍ତାନର ବହୁ ଧର୍ମଗୁରୁ

ଆଫଗାନିସ୍ତାନ ପଞ୍ଜଶିରରେ ଚାଲିଛି ଘମାଘୋଟ ଲଢ଼େଇ । ତାଲିବାନ ଓ ନର୍ଦନ ଆଲାଏନ୍ସ ମଧ୍ୟରେ ଯୁଦ୍ଧ ଚାଲିଛି । ଏଥିରେ ଜଣେ ବିଶିଷ୍ଟ ସାମ୍ବାଦିକ ତଥା ନର୍ଦନ ଆଲାଏନ୍ସର ମୁଖପାତ୍ର ଫହିମ ଦଷ୍ଟିଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି । ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ବହୁ ଧର୍ମଗୁରୁ

Taliban
କାହିଁକି ଆଫଗାନ୍‌ରେ ସରକାର ଗଢ଼ିବାକୁ ଡ଼େରି କରୁଛି ତାଲିବାନ?

ବନ୍ଧୁକ ବଳରେ ଦେଶ ଦଖଲ, ଆଉ ଦେଶ ପାଇଁ ସରକାର ଗଠନ। ୨ଟି ପୂରାପୂରି ଅଲଗା ପାଠ। ଏକଥାକୁ ମର୍ମେ ମର୍ମେ ଅନୁଭବ କରିସାରିଲାଣି ତାଲିବାନ। ବୋଧହୁଏ ସେଇଥିପାଇଁ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି, ଆଫଗାନିସ୍ତାନର ନୂଆ ସରକାର ଘୋଷଣା କରିପାରୁନି ସଂଗଠନ। ସରକାର ଘୋଷଣା ପରେ କାବୁଲ୍ ଓ ରାଷ୍ଟ୍ରପତି ପ୍ୟାଲେସକୁ ଧଳା ପତାକାରେ ପୋତି ପକାଇବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

Taliban
ଫେଲ ମାରିଲା ଆମେରିକା, ପାସ୍‌ କଲା ତାଲିବାନ

ଆମେରିକା କଥା ମିଛ ସାବ୍ୟସ୍ତ ହେଲା। ଆଫଗାନିସ୍ତାନରେ ଛାଡ଼ି ଦେଇ ଆସିଥିବା ବିମାନରେ ଏବେ ମନଖୋଲା ଆକାଶରେ ଉଡୁଛନ୍ତି ତାଲିବାନୀ ଆତଙ୍କୀ। ପ୍ରାୟ ୨୦ ବର୍ଷ ପରେ ଅଗଷ୍ଟ ୩୦ ତାରିଖ ରାତି ପ୍ରାୟ ୧୧ ଟା ୫୫ ମିନିଟ୍‌ରେ କାବୁଲ ଏୟାରପୋର୍ଟରୁ ଉଡ଼ିଥିଲା ଆମେରିକାର ଶେଷ ବିମାନ

Blast
ବେଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୩ ମୃତ, ୨୦ ରୁ ଅଧିକ ଆହତ

ବେଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏଥି ସହିତ ଏହି ବିସ୍ଫୋରଣରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି।

Mullah Abdul Ghani Baradar
ଆଫଗାନିସ୍ତାନରେ ସରକାର ଗଠନ ପାଇଁ ସଂଘର୍ଷ : ଗୁଳି ଚଳାଇଲେ ହକ୍କାନୀ ଗୋଷ୍ଠୀ, ଘନି ବରାଦର ଆହତ

ନିଜ ନିଜ ଭିତରେ ଲଢ଼େଇ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି । ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବାର ପାଞ୍ଚ ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏକ ନୂତନ ସରକାର ଗଠନ କରିପାରି ନାହାନ୍ତି ତାଲିବାନୀ । ତାଲିବାନ ଏବଂ ହକ୍କାନୀ ଗୋଷ୍ଠୀର ନେତାମାନେ କ୍ଷମତା ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ ଆରମ୍ଭ କରିଦେଇଛନ୍ତି ବୋଲି କୁହାଯାଉଛି । ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି ।

Taliban
କେତେ କ୍ରୁର ଏ ତାଲିବାନ? କାମ କରୁଥିବା ମହିଳାଙ୍କ ତାଡ଼ି ନେଲେ ଆଖି

ନିଜ ଛବିକୁ ବଦଳାଇବାର କେବଳ ନାଟକ କରୁଛି ତାଲିବାନ୍। ଏବେ ବି ଚାଲିଛି ଆତଙ୍କୀଭରା ଶାସନ। ତେବେ ଭାରତୀୟ ଗଣମାଧ୍ୟମ ଆଫଗାନର ଦୁଇ ମହିଳାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଏହି ଦୁଃଖଦ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।

Taliban
ସରକାର ଗଠନ ହେବା ପୂର୍ବରୁ କାବୁଲ କାହିଁକି ଗଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟ

ଆଫ୍‌ଗାନିସ୍ତାନରେ ନୂଆ ସରକାର ଘୋଷଣା ପୂର୍ବରୁ କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଲ୍ୟଟନାଣ୍ଟ୍ ଜେନେରାଲ ଫହିଜ ହମିଦଙ୍କ ସହ ଏକ ଅଧିକାରୀ ଦଳ ପହଞ୍ଚିଛନ୍ତି

Sex With dog
କୁକୁର ସହ ଶାରୀରିକ ସମ୍ପର୍କ ରଖିଥିଲେ ମହିଳା

କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା। ହୁଏତ ଏହି ଘଟଣା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? ଜଣେ ସୁସ୍ଥ ମାନସିକତା ବ୍ୟକ୍ତି କଣ ଏପରି କରିପାରେ?

Youtube Village
ୟୁଟ୍ୟୁବ ଗାଁ ନାଁରେ ପ୍ରସିଦ୍ଧ ଇଣ୍ଡୋନେସିଆର ଛୋଟିଆ ଗାଁ କାସେଗେରାନ

ଆପଣ ୟୁଟ୍ୟୁବ ନାଁ ଶୁଣିଥିବେ । ହେଲେ ୟୁଟ୍ୟୁବ ଗାଁ ନାଁ କେବେ ହେଲେ ଶୁଣି ନଥିବେ । ଏବେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି ୟୁଟ୍ୟୁବ ଭିଲେଜ୍‌ । ଇଣ୍ଡୋନେସିଆର ଏକ ଛୋଟିଆ ଗାଁ କାସେଗେରାନ ଏବେ ପାଲଟି ଯାଇଛି ୟୁଟ୍ୟୁବ ଭିଲେଜ୍‌

Taliban
କେଉଁ ଦେଶ ଗ୍ରହଣ କରିବ କେତେ ସଂଖ୍ୟକ ଶରଣାର୍ଥୀ?

ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ ସମଗ୍ର ବିଶ୍ୱ ଆଉ ଏକ ଶରଣାର୍ଥୀ ସଂକଟର ସାମ୍ନା କରିବାକୁ ଯାଉଛି

indian diplomats meet taliban leader
ତାଲିବାନ ସରକାରରେ ମହିଳାଙ୍କୁ ମିଳିବ କି ସ୍ଥାନ?

ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ ବନ୍ଧୁକକୁ ଖାତିର ନକରି ନିଜ ହକ୍ ମାଗିଛନ୍ତି ସେମାନେ । ତାଲିବାନ ସରକାର ଗଠନର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ହେରାତରେ ୫୦ରୁ ଅଧିକ ମହିଳା ଏକାଠି ହୋଇ, ନୂଆ ସରକାରରେ ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।

Taliban
ଆଜି ଘୋଷଣା ହୋଇପାରେ ଆଫଗାନ୍‌ର ନୂଆ ସରକାର

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ। ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରାଯାଇପାରେ।

afghanistan
ପଞ୍ଜଶିର କବଜା ପରେ ଉତ୍ସବ ମନାଉଛନ୍ତି ତାଲିବାନୀ : ଆକାଶକୁ ଗୁଳି ଚାଳନା ସମୟରେ ଅନେକ ଲୋକ ମୃତ

ଗୋଟିଏ ପରେ ଖୁସିରେ ଗଦଗଦ ହୋଇ ତାଲିବାନୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଏହା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । ଅସବାକା ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ଫାଙ୍କା ଗୁଳିଚାଳନାରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ସେପଟେ ପଞ୍ଜଶିର ଅକ୍ତିଆର ନେଇ ତାଲିବାନ୍ ଦାବି କରିଥିବା ପ୍ରତିରୋଧ ବାହିନୀ (ବିଦ୍ରୋହୀ ଗୋଷ୍ଠୀ) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି