• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କରୋନା ଭୟ ନା ପାଗଳାମି । ୨୪ ଘଣ୍ଟାରେ ୧୦ ଥର ଭ୍ୟାକ୍ସିନ୍ ନେଲେ ଯୁବକ । ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟିକା ନେଇଥିବା ବ୍ୟକ୍ତି ଜଣକ ଗୋଟିଏ ଦିନରେ ଅନେକ ଟିକାକରଣ କେନ୍ଦ୍ର ଯାଇ ଟିକା ନେଇଥିଲେ ଏବଂ ପ୍ରତ୍ୟେକ ଡୋଜ ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା ବୋଲି କୁହାଯାଉଛି ।

ନ୍ୟୁଜିଲ୍ୟାଣ୍ଡରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ -19 ଟିକା ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମର ସମୂହ ପ୍ରବନ୍ଧକ ଏଷ୍ଟ୍ରିଡ୍ କର୍ଣନିଫ୍ କହିଛନ୍ତି ମନ୍ତ୍ରଣାଳୟକୁ ଏ ବିଷୟରେ ଅବଗତ କରାଯାଇଛି । ଘଟଣାକୁ ଗୁରୁତର ସହ ନିଆଯାଇଛି । ସ୍ଥିତିକୁ ନେଇ ମନ୍ତ୍ରଣାଳୟ ବହୁତ ଚିନ୍ତିତ । କୌଣସି ବ୍ୟକ୍ତି ଟିକାର ମାତ୍ରାଧିକ ଡୋଜ୍ ନେଇଥିଲେ, ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ବୋଲି ଅନୁରୋଧ କରିଛି । ତେବେ ଘଟଣାଟି କେଉଁଠାରେ ଘଟିଛି ମନ୍ତ୍ରଣାଳୟ ପ୍ରଘଟ କରିବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏ ପ୍ରସଙ୍ଗରେ ଇମ୍ୟୁନାଇଜେସନ୍ ଆଡଭାଇଜରୀ ସେଣ୍ଟରର ମେଡିକାଲ୍ ନିର୍ଦ୍ଦେଶକ ତଥା ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର ଭିନ୍ନ କଥା କହିଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା ନେବା ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି ।

ଲୋକଙ୍କୁ ଦିଆଯାଉଥିବା ଟିକାକୁ ପ୍ରାଥମିକ ତଥ୍ୟ ଆଧାରରେ ଡିଜାଇନ୍ କରାଯାଇଛି । ଏହା ମାନବ ଶରୀରରେ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ଦେବା ସହ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କାମ କରେ । ହେଲେ ଏକ ଦିନରେ ଟିକାକରଣର ଏକାଧିକ ମାତ୍ରା ଗ୍ରହଣ କଲେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିବ ବୋଲି ମଧ୍ୟ ସେ କହିଛନ୍ତି । ଏପରି କରିବା ଆଦୌ ଠିକ୍ ନୁହେଁ । ତେବେ ଏସମ୍ପର୍କରେ ଆମ ପାଖରେ କୌଣସି ପ୍ରମାଣ ନାହିଁ । ଗୋଟିଏ ଦିନରେ ଏକାଧିକ ଡୋଜ୍ ନେବା ନିରାପଦ ନୁହେଁ, ଏହା ବ୍ୟକ୍ତିଙ୍କ ଜୀବନକୁ ବିପଦରେ ପକାଇ ଦେଇଛି । କ’ଣ ହେବ କିଛି କହିହେବ ନାହିଁ ।