• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳାଙ୍କୁ ମହଙ୍ଗା ପଡ଼ିଲା ପେଡିକିୟର । ପାର୍ଲର କର୍ମଚାରୀଙ୍କ ଅସାବଧାନତା ପାଇଁ ଗୋଟିଏ ଗୋଡ଼ କାଟିବାକୁ ପଡ଼ିଲା । ପାଦର ସୌନ୍ଦର୍ଯ୍ୟ ଉପରେ ଧ୍ୟାନ ଦେଇ ଗୋଡ ହରାଇବାକୁ ପଡ଼ିଲା । ଏବେ ବିନା ସାହାରାରେ ଚାଲିବା ତାଙ୍କ ପାଇଁ ଅସମ୍ଭବ । ତେବେ କ୍ଷତିପୂରଣ ସ୍ୱରୂପ 1.75m ଡଲାର ( ୧୩କୋଟି ଟଙ୍କା) ଦେଇଛି ସଂପୃକ୍ତ ପାର୍ଲର । ମହିଳା ଜଣକ ଆମେରିକାର ଫ୍ଲୋରିଡା ନିବାସୀ ବୋଲି ଜଣାପଡ଼ିଛି ।

୫୫ ବର୍ଷୀୟ କ୍ଲାରା ପେଡିକିୟର କରାଇବା ପରେ ରକ୍ତରେ ସଂକ୍ରମଣ ହୋଇଥିଲା । ୨୦୧୮ ମସିହାରେ ଟାମି ନେଲ୍ସ ପାର୍ଲର ଯାଇଥିଲେ ପେଡିକିୟର କରାଇବା ମହଙ୍ଗା । ହେଲେ ସେହି ସମୟରେ ପାର୍ଲରରେ ଉପସ୍ଥିତ ଥିବା କର୍ମଚାରୀ ଏକ ମଇଳା ଯନ୍ତ୍ରପାତିରେ ତାଙ୍କର ପେଡିକିୟର କରିଥିଲେ । ଫଳରେ ତାଙ୍କର ସାମାନ୍ୟ ଟିକିଏ ଅବେହଳା ପାଇଁ କ୍ଲାରାଙ୍କୁ ଗୋଡ଼ ହରାଇବାକୁ ପଡ଼ିଥିଲା ।

ମହିଳା ଜଣକ ମେ ୨୦୨୦ରେ ଏସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ତେବେ ସମୟରେ ମହିଳାଙ୍କର ଆର୍ଟିଲିରି ସମ୍ବନ୍ଧୀୟ ସମସ୍ୟା ଥିଲା । ଫଳରେ ଗୋଡର ତଳ ଅଂଶକୁ କାଟି ଅଲଗା କରିବାକୁ ପଡିଲା । ଡିସେମ୍ବର ୧୬ରେ ଏହି ମହିଳାଙ୍କୁ ସେଲୁନ୍ ପକ୍ଷରୁ କ୍ଷତିପୂରଣ ମିଳିଥିଲା ।

ମହିଳା ଜଣକ କ୍ଷତିପୂରଣ ପାଇବେ ବୋଲି ଆଶା କରିନଥିଲେ । କ୍ଷତିପୂରଣ ଘୋଷଣା ହେବା ମାତ୍ରେ ସେ କାନ୍ଦି ପକାଇଥିଲେ । କାରଣ ଗୋଡ଼ କଟାଯିବା ପରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ଚିକିତ୍ସା ପାଇଁ ନିଜ ବିକ୍ରି କରିବାକୁ ପଡ଼ିଥିଲା । ଅନ୍ୟପଟେ ଗୋଟିଏ ଗୋଡ଼ ନଥିବାରୁ ସେ ଚଲାବୁଲା କରିବାକୁ ଅସମର୍ଥ ହୋଇପଡ଼ିଥିଲେ । ନିଜର ସମସ୍ତ କାମ କରିବାକୁ ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା ।

ସୂଚନାଯୋଗ୍ୟ ପେଡିକିୟରରେ ପାଦ ସଫା କରାଯାଏ । ଏହାସହ ନଖ ଗୁଡିକ ସଫା କରାଯାଇ ସଠିକ୍ ଆକାର ଦିଆଯାଇଥାଏ । ଗୋଇଠିର ମୃତ ଚର୍ମକୁ ବାହାର କରି ମସାଜ୍ ମଧ୍ୟ ଦିଆଯାଏ ।