/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640330412.jpg)
Launch Accident at Dhaka
ଢାକା: ଲଞ୍ଚ ଦୁର୍ଘଟଣାରେ ଚାଲିଗଲା ୩୬ ଜଣଙ୍କ ଜୀବନ। ୨୦୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଂଲାଦେଶ ରାଜଧାନୀ ଢାକାଠାରୁ ୨୫୦ କିମି ଦୂର ସୁଗନ୍ଧା ନଦୀରେ। ଯାତ୍ରୀବାହୀ ଲଞ୍ଚ ଏମଭି-ଅଭିଯାନ-୧୦ ପ୍ରାୟ ୫୦୦ ଯାତ୍ରୀଙ୍କୁ ନେଇ ଢାକାଠାରୁ ଯାତ୍ରା ଆରମ୍ଭ କରିଥିଲା। ମାତ୍ର ଭୋର ୩ଟାରେ ଲଞ୍ଚ୍ରେ ଅଗ୍ନିକାଣ୍ଡ ଘଟିଥିଲା।
ତେବେ ଏହି ଅଗ୍ନିକାଣ୍ଡ ପରେ ୩୬ ଜଣ ପୋଡ଼ି ଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡରେ ୨୦୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଜଣଙ୍କୁ ଉଦ୍ଧାର କରାଯିବା ସହ ଡାକ୍ତରଖାନାରେ ଚିକିତ୍ସା ଚାଲିଛି ବୋଲି ଝଲାକାଠି ଡେପୁଟି କମିଶନର ଜୋହର ଅଲ୍ଲୀ କହିଛନ୍ତି।
ତେବେ ନିଜ ଜୀବନ ବଞ୍ଚାଇବାକୁ ଅନେକ ଯାତ୍ରୀ ବିକଳରେ ନଦୀକୁ ଡେଇଁ ପଡ଼ିଥିଲେ। ଏହି ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା। ତେବେ ଇଂଜିନ୍ ରୁମ୍ରେ ସଟ୍ ସର୍କିଟ୍ରୁ ଏହି ନିଆଁ ବ୍ୟାପି ଥାଇପାରେ। ଏହା ପରେ ନିଆଁ ନିକଟ ରୁମ୍କୁ ଲାଗିଯାଇଥିଲା। ଏହି ଲଞ୍ଚ୍ରେ ୧୫ଟି ଫାୟାର ଫାଇଟିଂ ୟୁନିଟ୍ ଥିଲା କିନ୍ତୁ ନିଆଁର ପ୍ରକୋପ ଏତେ ମାତ୍ରରେ ଥିଲା ଯେ, ଯାହାକୁ ଆୟତ୍ତ କରିବା କଷ୍ଟସାଧ୍ୟ ଥିଲା ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)