• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିମାନ ଆକାଶରେ ଉଡିବା ସମସ୍ତେ ଦେଖିଥିବେ । କେବେ ରାସ୍ତାରେ ବିମାନ ଗଡିବା କେହି କେବେହେଲେ ଦେଖିନଥିବେ । ବିଭିନ୍ନ ସମୟରେ ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲି ପେଲି ନେବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ଠେଲିବା ଦୃଶ୍ୟ କେବେ ଦେଖି ନଥିବେ । ତେବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯେଉଁଥିରେ ବିମାନଟି ଆକାଶରେ ନ ଉଡି ରାସ୍ତା ଉପରେ ଗଡୁଛି । କିଛି ଲୋକ ବିମାନଟିକୁ ଦମ ଲଗାଇ ଠେଲି ଠେଲି ନେଉଛନ୍ତି ।

ବିମାନ ଗଡୁଥିବା ଭିଡ଼ିଓଟି ଏବେ ଖୁବ ଭାଇରାଲ ହେଉଛି । ଭାଇରାଲ ଭିଡ଼ିଓଟି ନେପାଳର ବାଜୁରା ବିମାନ ବନ୍ଦରର ବୋଲି କୁହାଯାଉଛି । ତାରା ଏୟାରଲାଇନ୍ସର ଏକ ବିମାନକୁ ଅନେକ ଲୋକ ମିଶି ପେଲି ଠେଲି ନେଉଛନ୍ତି। ନେପାଳର ପ୍ରମୁଖ ଏୟାରଲାଇନ୍ସ କମ୍ପାନୀ ତାରା ଏୟାରଲାଇନ୍ସର ଏହି ବିମାନଟି ବାଜୁରା ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଥିଲା । ହେଲେ ରନୱେରୁ ଟ୍ୟାକ୍ସି ୱେ ଆଡ଼କୁ ଯାଉଥିବା ବେଳେ ହଠାତ ଲାଣ୍ଡିଂ ଗିୟରର ଏକ ଟାୟାର ଫାଟି ଯାଇଥିଲା।

ରନୱେ ଓ ଟ୍ୟାକ୍ସି ୱେ ମଧ୍ୟରେ ବିମାନର ଟାୟାର ଫାଟି ଯିବାରୁ ରନୱେ ଅବରୋଧ ହୋଇଗଲା । ବିମାନକୁ ପାର୍କିଂ ୱେକୁ ନ ଆଣିବା ଯାଏ, ସେଠାରେ କୌଣସି ବିମାନ ଅବତରଣ କରିବା ସମ୍ଭବ ହୋଇନଥିଲା । ଶେଷରେ କର୍ମଚାରୀ ଓ ଯାତ୍ରୀମାନେ ମିଶି ତାରା ବିମାନରୁ ରନୱେରୁ ପାର୍କିଂ ଯାଏ ଠେଲି ଠେଲି ନେଇଥିଲେ । ଆଉ ଏହି ଦୃଶ୍ୟଟି କ୍ୟାମେରାରେ କଏଦ ହେବା ପରେ ବେଶ ଭାଇରାଲ ହେଉଛି।