• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୂଆଦିଲ୍ଲୀ: ପାକିସ୍ତାନର ବନ୍ଦର ନଗରୀ କରାଚିରେ ଭୟଙ୍କର ବିସ୍ଫୋରଣ । କରାଚି ଶେର୍ସାହ ଛକରେ ଥିବା ଏକ କୋଠାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୨ ମୃତ, ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି।  

କରାଚିର ଶେରଶାହ ନିକଟସ୍ଥ ପରାଚା ଚୌକ ନିକଟରେ ଭୟଙ୍କର ବିସ୍ଫୋରଣ ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ପାକିସ୍ତାନର ବେନଜୀର ଭୁଟ୍ଟୋ ହସ୍ପିଟାଲର ଟ୍ରମା ସେଣ୍ଟର ମୁଖ୍ୟ ଡାକ୍ତର ସବୀର ମେମୋନ୍‌ କହିଛନ୍ତି, ବିସ୍ଫୋରଣ ପରେ ୧୨ ଜଣଙ୍କୁ ରିସିଭ୍‌ ଡେଡ୍‌ ଘୋଷଣା କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ୟ ୧୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।