• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନ୍ୟୁୟର୍କ : କରୋନା ମହାମାରୀ ପାଇଁ ବର୍ତ୍ତମାନ ଆପଲର କାର୍ଯ୍ୟାଳୟ ଖୋଲିବ ନାହିଁ । କର୍ମଚାରୀମାନେ ଘରୁ ରହି କାମ କରବେ । ଅର୍ଥାତ ଅନିର୍ଦ୍ଦିଷ୍ଟ କାଳ ପାଇଁ ୱର୍କ ଫ୍ରମ୍ ହୋମ୍‌ ପାଇଁ ଚାଲିବ । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ମାମଲା ବଢ଼ୁଥିବା ଦେଖି କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । କର୍ମଚାରୀମାନେ ଫେବୃଆରୀ ୧, ୨୦୨୨ରୁ କର୍ମଚାରୀମାନେ ଅଫିସକୁ ଆସିପାରିବେ ବୋଲି ପୂର୍ବରୁ କହିଥିଲା କମ୍ପାନୀ ।କମ୍ପାନୀ ଦ୍ୱିତୀୟ ଥର ପାଇଁ କାର୍ଯ୍ୟାଳୟ ଖୋଲିବା ତାରିଖକୁ ସ୍ଥଗିତ ରଖିଛି । ବର୍ତ୍ତମାନ ସୁଦ୍ଧା ଅଫିସ୍ କେବେ ଖୋଲାଯିବ ତାହା ସ୍ପଷ୍ଟ କରାଯାଇ ନାହିଁ । ଅନ୍ୟପଟେ ଘରେ ରହି କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ହଜାରେ ଡାଲର୍ ଅର୍ଥାତ୍ ପ୍ରାୟ ୭୫ ହଜାର ବୋନସ୍ ଘୋଷଣା କରିଛି କମ୍ପାନୀ ।

ମହାମାରୀ ବିପଦକୁ ଦୃଷ୍ଟିରେ ରଖି କମ୍ପାନୀ ନିଜର ତିନିଟି ଷ୍ଟୋର ମଧ୍ୟ ବନ୍ଦ କରିବାକୁଘୋଷଣା କରିଛି । ଏଥିସହ ମାସ୍କ ବିନା ଷ୍ଟୋର୍ ନଆସିବା ପାଇଁ କର୍ମଚାରୀଙ୍କୁ ବାରମ୍ବାର ନିବେଦନ କରିଛି କମ୍ପାନୀ । ବର୍ତ୍ତମାନ ପାଇଁ କମ୍ପାନୀ ନଖୋଲିବାର ନିର୍ଦ୍ଦେଶ ସମ୍ପର୍କରେ ସିଇଓ ଟିମ୍ କୁକ୍ ଏକ ଇ-ମେଲ୍ ମଧ୍ୟ ପଠାଇଛନ୍ତି । ଏହାସହ କରୋନା ଟିକା ଏବଂ ବୁଷ୍ଟର ଡୋଜ ନେବାକୁ କର୍ମଚାରୀମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ଘରେ ରହି କାମ କରୁଥିବା କର୍ମଚାରୀଙ୍କୁ ହଜାରେ ଡଲାର ବୋନସ ଦେବା ପାଇଁ କୁକ୍ ଟିମ୍ ଇମେଲରେ ଘୋଷଣା କରିଛନ୍ତି । କୁକଙ୍କ ଅନୁସାରେ, ଘରୁ କାମ କରୁଥିବା କର୍ମଚାରୀମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଏହି ଟଙ୍କାରେ ଜିନିଷ କିଣିପାରିବେ । ଏହାସହ କର୍ମଚାରୀଙ୍କୁ ଫିଟ୍ ଦେଖିବାକୁ ଚାହୁଁଥିବା ସେ କହିଛନ୍ତି । କରୋନା ସ୍ଥିତିକୁ ଅନୁଧ୍ୟାନ କରିବା ପରେ ହିଁ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି ।

ତେବେ ଯେତେବେଳେ ଆପଲ୍ କର୍ମଚାରୀମାନେ ଅଫିସକୁ ଫେରିବେ ସେମାନେ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ଦିନ ବ୍ୟକ୍ତିଗତ ଭାବରେ କାମ କରିବେ ବୋଲି ଆଶା କରାଯାଉଛି । ସେମାନଙ୍କୁ ନିଜ ଟିମ୍ ଆଧାରରେ ବୁଧବାର ଏବଂ ଶୁକ୍ରବାର ଦିନ ଘରୁ କାମ କରିବାକୁ ଅନୁମତି ଦିଆଯିବ । ଘରୁ କାମ ପାଇଁ କମ୍ପାନୀ ଏକ ମାସ ଅତିରିକ୍ତ ସମୟ ମଧ୍ୟ ଦେବ । ଏଥିସହ, ଅଫିସ୍ ଖୋଲିବାର ୭ ସପ୍ତାହ ପୂର୍ବରୁ କର୍ମଚାରୀମାନଙ୍କୁ ମେଲ୍ କରାଯିବ । ଦ୍ରୁତ ଭାବରେ ବ୍ୟାପୁଥିବା ଓମିକ୍ରନ୍ ଭାରିଆଣ୍ଟ ଚିନ୍ତା ବଢ଼ାଉଥିବା ବେଳେ ଅନେକ କମ୍ପାନୀ ଅଫିସ୍ ଖୋଲିବା ଯୋଜନା ପଣ୍ଡ ହୋଇଯାଇଛି ।