• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

couple
ବୟସର ତାରତମ୍ୟ ଦେଖେନି ପ୍ରେମ : ନାତି ବୟସର ଯୁବକଙ୍କୁ ବିବାହ କରି ଚର୍ଚ୍ଚାରେ ବୃଦ୍ଧ ମହିଳା

ବର ୨୪ କୁ କନ୍ୟା ୬୧ । ପ୍ରେମ ସମ୍ପର୍କର ଗୋଟିଏ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧିହେଲେ । ଉଭୟଙ୍କ ମଧ୍ୟରେ ୩୭ ବର୍ଷର ବୟସ ବ୍ୟବଧାନ ରହିଛି ଚେରିଲ ଓ କୁରାନଙ୍କ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପ୍ଟେମ୍ବର ୩ ଉଭୟରେ ଲାଇଭ୍ ଷ୍ଟ୍ରିମ୍ କରି ଉଭେୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି

Naked Police Officer
ପୋଲିସ୍ ଅଧିକାରୀ ଉଲଗ୍ନ ହୋଇ ବିୟର କିଣିବାକୁ ଗଲେ; ଚାକିରିରୁ ବିଦା ହେଲେ

ମଦ ନିଶାରେ ଜଣେ ପୋଲିସ୍ ଅଧିକାରୀ ଭୁଲିଗଲେ ଲଜ୍ଜା। ଉଲଗ୍ନ ହୋଇ ସୁପରମାକ୍ରେଟ୍ ଚାଲିଗଲେ ବିୟର କିଣିବା ନେଇ। ତାଙ୍କର ଏହି କାମ ନେଇ ତାଙ୍କୁ ପଶ୍ଚାତାପ କରିବାକୁ ପଡିଛି। ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କୁ ଚାକିରି ହରେଇବାକୁ ପଡିଛି। ଏହି ମାମଲା ଦକ୍ଷିଣ ପଶ୍ଚିମ ପୋଲାଣ୍ଡର।

taliban
ଆମେରିକୀୟ ଯୁଦ୍ଧ ବିମାନରେ ତାଲିବାନୀଙ୍କ ମଉଜ : ବାଇଡେନ୍ ପ୍ରଶାସନକୁ କଟାକ୍ଷ କରି ଭିଡିଓ ଶେୟାର କଲା ଚୀନ୍

ଆଫଗାନିସ୍ତାନ ବିଜୟ ପରେ ହସ ଖେଳ କରି ମଉଜ ମଜଲିସ କରୁଛନ୍ତି । ଆମେରିକାକୁ ଉପହାସ କରି ଯୁଦ୍ଧ ବିମାନର ପଙ୍ଖାରେ ରଶି ବାନ୍ଧି ଦୋଳି ଖେଳିଛନ୍ତି ତାଲିବାନୀ । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗୁଛି । ତେବେ ଏହି ଭିଡିଓକୁ ଚୀନ୍ ପକ୍ଷରୁ ସେୟାର କରାଯାଇଛି, ଯେଉଁଥିରେ ଏଭଳି ବେଢଙ୍ଗୀ ଦୃଶ୍ୟ ଦେଖିବାକୁ ମିଳୁଛି

uae relaxes travel curbs
ଭାରତ ସମେତ ୧୫ ଦେଶର ଲୋକଙ୍କୁ ଫେରିବାକୁ ଅନୁମତି ଦେଲା ୟୁଏଇ

କାର ଉଭୟ ଡୋଜ ନେଇଥିଲେ ଦେଶକୁ ପ୍ରବେଶ କରିବାରେ କୌଣସି ଅସୁବିଧା ନାହିଁ । ୟୁଏଇର ଏହି ନିଷ୍ପତ୍ତି ଯୋଗୁଁ ଭାରତ, ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳ ସମେତ ୧୫ ଟି ଦେଶର ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଟିକା ନେବା ସହ ୟୁଏଇରେ ପ୍ରବେଶ ପାଇଁ କରୋନା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ମଧ୍ୟ ଦେଖାଇବା ବାଧ୍ୟତାମୂଳକ ।

video game
ଚିନ୍ତା ବଢାଇଲା ପିଲାଙ୍କ ଭିଡିଓ ଗେମ୍‌ ନିଶା, ନୂଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇଲେ ଚୀନ ସରକାର

ପିଲାଠୁ ଭିଡିଓ ଗେମ୍ ନିଶାଠୁ ଦୂରେଇ ରଖିବା ପାଇଁ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚୀନରେ ଅନିର୍ଦ୍ଦିଷ୍ଟ ପାଇଁ କୌଣସି ନୂଆ ଭିଡିଓ ଗେମ୍‌କୁ ଲାଇସେନ୍ସ ଦିଆଯିବ ନାହି ବୋଲି ଘୋଷଣା କରାଯାଇଛି। ନୂଆ ଭିଡିଓ ଗେମ୍ ଲଞ୍ଚ୍ କରିବା ପାଇଁ କମ୍ପାନୀମାନଙ୍କୁ ଲାଇସେନ୍ସ ପାଇବାକୁ ଜଟିଳ ସରକାରୀ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ  ।

mullah-baradar
ଆଫଗାନିସ୍ତାନରେ ତାଲିବାନ୍ ସରକାର ଗଠନ ପଛରେ ପାକ୍‌ର ବଡ଼ ହାତ

ଆଖିରେ ଧୂଳି ଦେଇ ପାରିଲାନି ମିଛ ପରିଚୟ ପତ୍ର । ଆଫଗାନ୍‌ରେ ତାଲିବାନୀ ଶାସନ ଚାହୁଁଥିଲା ପାକିସ୍ତାନ ! ଆଫଗାନିସ୍ତାନରେ ତାଲିବାନ ଶାସନ ଗଠନ ପଛରେ ପାକିସ୍ତାନର ହାତ ଥିବା ତଥ୍ୟ ସାମ୍ନାକୁ ଆସିଛି । ତାଲିବାନ୍‌ ଗଠିତ ନୂତନ ସରକାରଙ୍କ ପାକିସ୍ତାନୀ ପାସପୋର୍ଟ ଏବଂ ପରିଚୟ ପତ୍ର ମିଳିଛି । ଉଭୟ ଦଲିଲରେ ନାମ ମହମ୍ମଦ ଆରିଫ ଆଗା ବୋଲି ଉଲ୍ଲେଖ କରାଯାଇଛି, ହେଲେ ଫଟୋ ଆଉ କିଛି କହୁଛି ।

taliban
୯/୧୧ ବର୍ଷପୂର୍ତ୍ତୀରେ ତାଲିବାନ୍ ସରକାରଙ୍କ ଶପଥ ଗ୍ରହଣ ସମାରୋହ ବାତିଲ୍

ପୁରୁଣା ଘା’କୁ ଆଉ ଖତାକ୍ତ କରିବା ବିପଦକୁ ଖୋଲାଖୋଲି ଆମନ୍ନଣ କରିବା ସହ ସମାନ୍ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପରେ ନିଜର ସବୁଠାରୁ ବଡ ଶତ୍ରୁ ତଥା ଆମେରିକାର ପୁରୁଣା ଘା’ରେ ଚୂନ ସେକ ଦେକାକୁ ଚାହୁଁନି ତାଲିବାନ୍ । ସହଯୋଗୀଙ୍କ ଚାପରେ ହେଉ କିମ୍ବା ଭୟରେ ହେଉ ଆଜି ତାଲିବାନ୍ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବନାହିଁ

Amrullah Saleh's Brother Rohullah Azizi
ଆଫଗାନିସ୍ତାନ ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ଭାଇଙ୍କୁ ଛଟପଟ କରି ମାରିଲେ ତାଲିବାନ ଆତଙ୍କୀ

ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜିଙ୍କୁ ତାଲିବାନ ଆତଙ୍କୀ ପଞ୍ଜଶିରରେ ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଅମରୁଲ୍ଲା ସାଲେହଙ୍କ ଭଣଜା ସ୍ପଷ୍ଟ କରିଛନ୍ତି।

Taliban terrorist
ତାଲିବାନୀ ନେଇଗଲେ ଚାକିରି; ପରିବାର ମୁହଁରେ ଆହାର ଦେବା ପାଇଁ ୪ ବର୍ଷର କନ୍ୟାକୁ ବିକିବେ ବାପା

 ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଆଫଗାନିସ୍ତାନରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକେ ଭୟ ଓ ଆତଙ୍କରେ ଅଛନ୍ତି । ତାଲିବାନ ନିଜ ପୂର୍ବ ଭାବମୂର୍ତ୍ତି ବଦଳାଇବ ବୋଲି ଯେତେ କହିଲେ ବି କ୍ରୁରତା ପଦାକୁ ବାହାରି ଆସୁଛି। ଗୋଟିଏ ପଟେ ତାଲିବାନୀ ନିର୍ଯାତନା ଅନ୍ୟପଟେ ଭୁଶୁଡ଼ି ପଡ଼ିଥିବ ଆର୍ଥିକ ସ୍ଥିତି।

Taliban
ଆମେରିକା ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଦିନ ଶପଥ ନେବ ଆଫଗାନିସ୍ତାନର ନୂଆ ମନ୍ତ୍ରୀମଣ୍ଡଳ !

ଯେଉଁଦିନ ଆମେରିକା ଉପରେ ଭୟଙ୍କର ଆକ୍ରମଣ କରିଥିଲା ଆତଙ୍କୀ ସଂଗଠନ ଅଲ୍‌-କାଏଦା। ଠିକ୍‌ ସେହିଦିନ ତାଲିବାନୀ ଆତଙ୍କୀଙ୍କ ସରକାରର ହେବ ଶପଥ ପାଠ। ଅର୍ଥାତ୍‌ ଆସନ୍ତା ୧୧ ତାରିଖରେ ଆଫଗାନିସ୍ତାନ ସରକାର ବିଧିବଦ୍ଧ ଭାବରେ ଶପଥ ନେବା ନେଇ ସୂଚନା ମିଳିଛି

kidnap
ଟଙ୍କା ପାଇଁ ନିଜେ ନିଜର କଲେ ଅପହରଣ। ସତ ଜଣାପଡ଼ିବା ପରେ ଗିରଫ କଲା ପୋଲିସ୍

ନିଜ ଅପହରଣର ନିଜେ କରିଥିଲେ ଷଡ଼ଯନ୍ତ୍ର କିନ୍ତୁ ଧରାପଡ଼ିଗଲେ। ନିଜର ଚାକିରି ଯିବା ପରେ ଟଙ୍କାର ଅଭାବ ପାଇଁ ଏମିତି କିଛି ଚିନ୍ତା କରିଥିଲେ ଯୁବକ। କିନ୍ତୁ ନିଜର ଭୁଲ ହେତୁ ତାଙ୍କର ସମ୍ପୂର୍ଣ୍ଣ ଯୋଜନା ଫେଲ୍‌ ହୋଇଯାଇଥିଲା ଏବଂ ପୋଲିସ ତାଙ୍କୁ ଧରିଥିଲା

Viral Video
ପକ୍ଷୀକୁ ଉଦ୍ଧାର କରିବା ପାଇଁ ଜୀବନକୁ ବାଜି ଲଗାଇଲେ ଯୁବକ, ଭିଡ଼ିଓ ଭାଇରାଲ

ପକ୍ଷୀ ପ୍ରେମରେ ବାୟା ହେଲେ ଯୁବକ। ନିଜ ଜୀବନକୁ ବାଜି ଲଗାଇ ପକ୍ଷୀକୁ ଉଦ୍ଧାର ବି କଲେ। ଆଉ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ।

Taliban
ଯେତେ ଲୁଚାଇଲେ ବି ଲୁଚୁନାହିଁ ତାଲିବାନ୍‌ର ଆତଙ୍କୀ କାର୍ଯ୍ୟ

ତାଲିବାନ କହିଥିଲା ଆମେ ବଦଳି ଯାଇଛୁ। ମାନବୀୟ ଢଙ୍ଗରେ ଶାସନ କରିବୁ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ। ତେବେ କାବୁଲରେ ଅନ୍ତରୀଣ ସରକାର ଗଢୁ ଗଢୁ ନିଜ ଅସଲ ରଂଗ ଦେଖାଇଛି ଏହି ଆତଙ୍କୀ ସଂଗଠନ। ବର୍ବରତାର ସବୁ ସୀମା ଟପିଯାଇଛନ୍ତି ଏହାର ଲଢାକୁ

pakistan
ପାକିସ୍ତାନରେ ତାଲିବାନୀ ଶାସନ : ଶିକ୍ଷକଙ୍କୁ ଜିନ୍ସ-ଟିସାର୍ଟ ମନା

ଶିକ୍ଷକଙ୍କୁ ଜିନ୍ସ, ଟି-ସାର୍ଟ ପିନ୍ଧିବା ମନା । ପାକିସ୍ତାନରେ ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରେ ଏହାର ପ୍ରଭାବ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳୁଛି । ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଇମ୍ରାନ ସରକାର

china
ତାଲିବାନ୍ ସରକାର ପାଇଁ ଖଜାନା ଖୋଲିଦେଲା ଚୀନ୍ : ୩୧୦ ଲକ୍ଷ ଡଲାରର ସାହାଯ୍ୟ ଦେବ ଜିନପିଙ୍ଗ ପ୍ରଶାସନ

ମୁକ୍ତହସ୍ତରେ ତାଲିବାନ୍ ସରକାରଙ୍କୁ ସାହାଯ୍ୟ କରୁଛି ଚୀନ୍ । ଆଫଗାନିସ୍ତାନରେ ସରକାର ଗଠନର୨୪ ଘଣ୍ଟା ମଧ୍ୟରେ ତାଲିବାନୀଙ୍କ ପାଇଁ ଚୀନ୍ ନିଜର ରାଜକୋଷ ଖୋଲି ଦେଇଛି । ତାଲିବାନୀ ଯେପରି ସୁରୁଖୁରୁରେ ସରକାର ଚଳାଇବା ପାରବେ, ସେଥିପାଇଁ ୩୧୦ଲକ୍ଷ ଡଲାର ସହାୟତା ଘୋଷଣା କରିଛି ଚୀନ୍ । ଏହା ସହିତ ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ପଠାଇଛି ଚୀନ୍

taliban
ସାମ୍ବାଦିକଙ୍କ ସହ ତାଲିବାନୀଙ୍କ ବର୍ବରତା : ନିର୍ଘାତ ମାଡ଼ ମାରି ପିଠି ନାଲି କରିଦେଲେ

ଏହି କାରଣରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳା, ସାଧାରଣ ଜନତା ଏବଂ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛି ତାଲିବାନ ସରକାର । ତାଲିବାନ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା ହେବା ପରେ ମହିଳାମାନେ କାବୁଲର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି ଏବଂ ସରକାରରେ ପଦବୀ ଦାବି କରିଛନ୍ତି ।

Mullah Yaqoob
କନ୍ଦାହାର ହାଇଜାକ୍‌ ମାଷ୍ଟରମାଇଣ୍ଡର ପୁଅ ହାତରେ ଆଫଗାନିସ୍ତାନର ପ୍ରତିରକ୍ଷା ଦାୟିତ୍ୱ

କନ୍ଦାହାର ହାଇଜାକ୍‌ ମାଷ୍ଟରମାଇଣ୍ଡର ପୁଅ ହାତରେ ଆଫଗାନିସ୍ତାନର ପ୍ରତିରକ୍ଷା ଦାୟିତ୍ୱ। ଆଫଗାନିସ୍ତାନରେ ତାଲିବାନ ଏହାର ନୂଆ ସରକାର ଗଠନ କରିଛି। ତାଲିବାନ ସରକାରରେ ହକ୍କାନୀ ନେଟୱର୍କକୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବା ବେଳେ ଏବେ ତାଲିବାନର ପ୍ରତିଷ୍ଠାତା ତଥା କନ୍ଦାହାର ହାଇଜାକ୍‌ର ମାଷ୍ଟରମାଇଣ୍ଡ  ଆତଙ୍କୀ ମୁଲ୍ଲା ଉମରର ପୁଅ ମୁଲ୍ଲା ୟାକୁବକୁ ଆପଗାନିସ୍ତାନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।

Taliban
ସଫଳ ହେଲା ପାକିସ୍ତାନ ? ଚରମପନ୍ଥୀଙ୍କ ହାତରେ ଆଫଗାନ୍‌ର ଶାସନ ଡୋରି

ତାଲିବାନୀ ସରକାରରେ ପାକିସ୍ତାନୀ ଛାପ। ISI ସମର୍ଥିତ ହକାନୀ ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ ତାଙ୍କ ଦାଦା ଖଲିଲ୍ ହକାନୀଙ୍କୁ ଅନ୍ତରୀଣ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି

Japanese Princess
ପ୍ରେମ ପାଇଁ ରାଜକୀୟ ସୁଖକୁ ଛାଡିଲେ ଜାପାନର ରାଜକୁମାରୀ

ପ୍ରେମ କେତେବେଳେ ଓ କାହା ସହିତ ହୁଏ ତାହା କହି ହୁଏନି । ପ୍ରେମ ପାଇଁ କେବଳ ଦରକାର ସୁନ୍ଦର ହୃଦୟଟିଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ,ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ । ପ୍ରେମ ପାଇଁ ଜାପାନ ରାଜକୁମାରୀ ଏବେ ରାଜଉଆସ ଛାଡିବାକୁ ଯାଉଛନ୍ତି । ରାଜକୀୟ ଜୀବନଶୈଳୀକୁ ପରିତ୍ୟାଗ କରି ମାକୋ ଜାପାନର ଜଣେ ସାଧାରଣ ଯୁବକ କେଇ କେମୁରୋଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Mexico Earthquake
ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମେକ୍ସିକୋ, ସୁନାମି ଆଶଙ୍କା

ମେକ୍ସିକୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପ ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା ।

new afgan govt
ତାଲିବାନ୍ ସରକାରରେ ଗୃହମନ୍ତ୍ରୀ ହେଲେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ

ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କୁ ତାଲିବାନ୍ ସରକାରରେ ମିଳିଲା ଗୃହମନ୍ତ୍ରୀ ପଦ । ଆଫଗାନିସ୍ତାନ ଦଖଲ କରିବାର ୨୨ ଦିନ ପରେ ମଙ୍ଗଳବାର ଦିନ ନୂଆ ସରକାର ଘୋଷଣା କରିଛି ତାଲିବାନ୍ । ତାଲିବାନ ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନୀଙ୍କୁ ଆଫଗାନିସ୍ତାନର ନୂଆ ଗୃହମନ୍ତ୍ରୀ ଭାବରେ ନିଯୁକ୍ତ କରିଛି ତାଲିବାନ୍ ସଂଗଠନ ।

Mullah Hasan Akhund.
ବରାଦରଙ୍କ ଡିମୋସନ୍, ମହିଳାଙ୍କୁ ମିଳିଲାନି ସୁଯୋଗ : ନୂଆ ତାଲିବାନ୍ ସରକାରଙ୍କ ରୂପରେଖ . . .

କିଛି ଦିନ ପୂର୍ବରୁ ଅବଦୁଲ ଘନି ବରଦାର ତାଲିବାନ୍ ସରକାରରେ ବରିଷ୍ଠ ନେତା ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ନୂତନ ସରକାରରେ ସେ ଦୁଇ ନମ୍ବର ପଦବୀରେ ରହୁଛନ୍ତି । ଜବିହୁଲ୍ଲା ଏକ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ଏହି ସରକାର ବର୍ତ୍ତମାନ ପାଇଁ କେବଳ ଏକ କାମଚଳା ସରକାର ହେବ ମୁଜାହିଦ । ସିରାଜୁଦ୍ଦିନ ହକାନିଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀର ଦାୟିତ୍ୱ ମିଳିଛି ।

Taliban
ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବେ ମହମ୍ମଦ ହାସନ

ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ତାଲିବାନ ସରକାରର ମୁଖ୍ୟ। ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ତାଲିବାନର ସବୁ ନିଷ୍ପତ୍ତି ନେଉଥିବା କମିଟି ରେବାରି ସୁରାର ମୁଖ୍ୟ ହେଉଛନ୍ତି ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ

Taliban
ତାଲିବାନୀ ନାଲିଆଖିକୁ ଡ଼ରୁନାହାନ୍ତି ଆଫଗାନୀ ମହିଳା?

ପାକିସ୍ତାନ ମୁର୍ଦ୍ଦାବାଦ୍, ISI ମୁର୍ଦ୍ଦାବାଦ୍, ଆମେ ଚାହୁଁ ସ୍ୱାଧୀନତା, ପାକିସ୍ତାନୀ ତୁରନ୍ତ ଆଫଗାନିସ୍ତାନ ଛାଡ଼, ଏଭଳି ପାକ୍ ବିରୋଧୀ ନାରାବାଜି ସହ କାବୁଲରେ ଥିବା ପାକିସ୍ତାନ ଦୂତାବାସ ଆଗରେ ଆଫଗାନିସ୍ତାନ୍ ନାଗରିକଙ୍କ ଜୋରଦାର ବିକ୍ଷୋଭ।

Taliban
ସରକାର କରିବା ପୂର୍ବରୁ ନିଜର ପ୍ରକୃତ ଛବି ଦେଖାଉଛି କି ତାଲିବାନ?

ଆଫଗାନିସ୍ତାନର ଅଖଣ୍ଡ କ୍ଷମତା ହାସଲ ସହ ବର୍ବର ଆଚରଣ ବି ଜାରି ରଖିଛି ତାଲିବାନ୍ । ରାଜଧାନୀ କାବୁଲ୍ ସମେତ ଦେଶର ବିଭିନ୍ନ ସ୍ଥାନରେ ଉଠୁଥିବା ମହିଳାଙ୍କ ପ୍ରତିବାଦର ସ୍ୱରକୁ ପାଦତଳେ ମକଚି ଦେବାକୁ ବଳ ପ୍ରୟୋଗ କରିବାକୁ ପଛାଇନି ଏହି ସଂଗଠନ