• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଅକୁ ବୁଡ଼ାଇ ଦେଲା ମା’ । ଗୋଟିଏ ମାତ୍ର ଭୁଲ ପାଇଁ ପୁଅ ଆଜି ଦାଣ୍ଡର ଭିକାରୀ । ଜଣେ ମହିଳା ଅଜାଣତରେ ପୁଅର ଲାପଟପକୁ କବାଡ଼ାରେ ଫୋପାଡ଼ି ଦେଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ୩୦୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଆଉ ଏକଥା ଜାଣିବା ମାତ୍ରେ ବ୍ୟକ୍ତି ଜଣକ ଡିପ୍ରେସନରେ ଶିକାର ହୋଇଛନ୍ତି । ସୋସିଆଲ ମିଡିଆ ସାଇଟ୍ 'ରେଡିଟ୍'ରେ ନିଜର ପରିଚୟ ଲୁଚାଇ ନିଜର ବରବାଦିର କାହାଣୀ ବଖାଣିଛି ପୁଅ ।

ମାର ଭୁଲ ହେତୁ ପୂରା ଜୀବନ ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି ୨୫ ବର୍ଷ ବୟସ୍କା ବ୍ୟକ୍ତି । 'ଦି ସନ୍'ର ରିପୋର୍ଟ ଅନୁସାରେ ସଂପୃକ୍ତ ବ୍ୟକ୍ତି ଜଣକ ୨୦୧୦ ମସିହାରେ ୬ ହଜାର ଟଙ୍କାରେ ୧୦ ହଜାର ବିଟ୍‌ କଏନ୍ କିଣିଥିଲେ । କଲେଜରେ ପଢ଼ୁଥିବା ସମୟରେ ସେ ବିଟ୍‌ କଏନ୍ କିଣିଥିଲେ । ତେବେ କଲେଜରେ ପାଠପଢ଼ା ସରିବା ପରେ ସେ ଏକ କମ୍ପାନୀରେ କାମ ଆରମ୍ଭ କଲେ । ବ୍ୟସ୍ତତା ଭିତରେ ବିଟ୍ କଏନ୍ କିଣିଥିବା କଥା ପୂରାପୂରି ଭାବେ ସେ ଭୁଲି ଯାଇଥିଲେ ।

ତେବେ ଗତ କିଛି ବର୍ଷ ମଧ୍ୟରେ କ୍ରିପ୍ଟୋକରେନ୍ସି ମାର୍କେଟ ସମ୍ପର୍କରେ ଶୁଣିବା ପରେ ସେ କିଣିଥିବା ବିଟକଏନ୍ କଥା ମନେ ପଡ଼ିଥିଲା । ହେଲେ ଯେତେବେଳେ ଲାପଟପ୍ ଖୋଜିବାକୁ ଘରକୁ ଗଲେ, ସେତେବେଳେ ତାଙ୍କୁ ତାଙ୍କ ଲାପଟପ୍ ମିଳିଲାନି । ମା’ଙ୍କୁ ସେହି ଲାପଟପ୍ ସମ୍ପକରେ ପଚାରିବା ପରେ ତାଙ୍କ ହୋସ୍ ଉଡ଼ିଯାଇଥିଲା । ମୁଣ୍ଡ କାମ କଲାନି । ଘରେ ପଡ଼ିରହି ଥିବାରୁ କବାଡ଼ିରେ ଲାପଟପ୍‌ ଦେଇଦେଇଥିବା କହିଲେ ମା’ ।

ଆଜିର ଦିନରେ ସେହି ୧୦ ହଜାର ବିଟକଏନର ମୂଲ୍ୟ ୩୦୦୦ କୋଟି ଅଟେ । ଏହି ଘଟଣା ପରେ ସେ ଦୀର୍ଘ ଦିନ ଧରି ଡିପ୍ରେସନର ଶିକାର ହୋଇଥିଲେ । ବର୍ତ୍ତମାନ ସେହି ଦୁଃଖରୁ ବାହାରିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଆଜି ବି ସେ ଅନୁତାପ କରିଛନ୍ତି । ନିଜର ଏତେ ଟଙ୍କା ହାତକୁ ଆସୁ ଆସୁ ଚାଲିଗଲା ।