• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ସାଧାରଣତଃ ଆପଣ ନିଶ୍ଚୟ ଶୁଣିଥିବେ ଯେ ମାଙ୍କଡ଼ ହେଉଛି ମଣିଷର ପୂର୍ବ ପୁରୁଷ । ଏବେ ଚୀନ୍ ମାଙ୍କଡ ଓ ମଣିଷଙ୍କ ଏକାଠି କରି ମହାମାନବ ତିଆରି କରିବାର ପ୍ରୟାସ ଚଲାଇଛି । ଚାଇନାର ଏକ ଲ୍ୟାବରେ ଉଭୟ ମଣିଷ ଓ ମାଙ୍କଡ଼ର ହାଇବ୍ରିଡ୍ ପ୍ରସ୍ତୁତ କରୁଛି । ଯେଉଁମାନେ କେବେ ହେଲେ ଭୋକ ଓ ଶୋଷକୁ ଅନୁଭବ କରିବେନି । ଏଥିସହ କେବେ ବି ଶୋଇବେ ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏମାନଙ୍କୁ ମହାକାଶଠାରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ସବୁ ସ୍ଥାନରେ ଯୁଦ୍ଧରେ ନିୟୋଜିତ କରାଯାଇପାରିବ ।  

ବୈଜ୍ଞାନିକଙ୍କ ଅନୁସାରେ, ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ହାଇବ୍ରିଡକୁ ଅଙ୍ଗ ପ୍ରତିରୋପଣରେ ମଧ୍ୟ ବ୍ୟବହାର କରାଯାଇପାରିବ । ୨୦୧୯ରେ  ଆମେରିକାର ସାଲ୍କ୍‌ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ୍ ଷ୍ଟଡିଜର ପ୍ରଫେସର ଜୁଆନ୍ କାର୍ଲୋସ୍ ଇଜପିସୁଆ ବେଲମୋଣ୍ଟେଙ୍କ ନେତୃତ୍ୱରେ ବୈଜ୍ଞାନିକମାନେ ବଡ଼ ସଫଳତା ହାସଲ କରିଥିଲେ । ଏହି ଟିମ୍ ମାନବ ଏବଂ ମାଙ୍କଡର ହାଇବ୍ରିଡ୍ ସୃଷ୍ଟି କରିଥିଲେ ଯାହା ପ୍ରାୟ ୧୯ ଦିନ ପର୍ଯ୍ୟନ୍ତ ବଞ୍ଚିଥିବାର ଜଣାପଡିଛି ।

ଏହି ପରୀକ୍ଷଣ କରିଥିବା ବୈଜ୍ଞାନିକ ଟିମ୍‌ କହିଛନ୍ତି ଯେ, ସେମାନେ ଏପରି ମାନବ କୋଷକୁ ନେଇ ମାଙ୍କଡ଼କୁ ଇଞ୍ଜେକ୍ସନ ଦେଇଥିଲେ । ଯାହା ଏଥିରେ ଭୃଣ ସୃଷ୍ଟି କରିପାରେ । ପିଲାଟି ଜନ୍ମ ହେବା ପୂର୍ବରୁ ଏହି ପରୀକ୍ଷଣ ବନ୍ଦ କରିଦିଆଯାଇଥିଲା । ନିଜ ଦେଶରେ ଅନୁମତି ନଥିବାରୁ ଋଷର ବୈଜ୍ଞାନିକମାନେ ଚୀନ୍‌ରେ ଏହି ପରୀକ୍ଷଣ କରିଥିଲେ ।

ସୂଚନା ଅନୁସାରେ, ୧୯୨୦ ମସିହାରେ ଋଷର ସୋଭିଏତ ବୈଜ୍ଞାନିକମାନେ ଏକଛତ୍ରବାଦୀ ଷ୍ଟାଲିନଙ୍କ ଦ୍ୱାରା ଏକ ହାଇବ୍ରିଡ୍ ଏପ୍-ମ୍ୟାନ୍ ‘ସୁପର ସୋଲ୍‌ଜର’ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ସମୟରେ ସାଧାରଣ ମଣିଷମାନଙ୍କ ପାଇଁ ମଧ୍ୟ ସଠିକ୍‌ ଭାବରେ ବଞ୍ଚିବା ସମ୍ଭବ ନଥିଲା ।

୧୯୬୭ ମସିହାରେ ଚାଇନାରେ ମାନବ-ସିମ୍ପାଞ୍ଜି ଏକ ପରୀକ୍ଷଣ ରିପୋର୍ଟ କରାଯାଇଥିଲା । ଯାହାକୁ ଚୀନ୍‌ ପୁଣିଥରେ କରିବାର ଉଦ୍ୟମ ଚଲାଇଛି । ଏଥିରେ ଜଡିତ ବୈଜ୍ଞାନିକଙ୍କ ମଧ୍ୟରୁ ଡ଼ ଜି ୟୋଙ୍ଗଜିଆଙ୍ଗ କହିଛନ୍ତି , ଏପରି ଏକ ପଶୁ ତିଆରି କରାଯିବ ଯିଏ କଥା କହିପାରିବା ସହ ସିମ୍ପାଞ୍ଜି ପରି ଶକ୍ତିର କ୍ଷମତା ରଖିଥିବ ।

୭୦ ଦଶକରେ ମାନବୀୟ ବୈଶିଷ୍ଟ୍ୟ ସହ ଏକ ତଥାକଥିତ 'ମ୍ୟୁଟାଣ୍ଟ' ସିମ୍ପାଞ୍ଜି ପୁଣି ଏକ 'ହ୍ୟୁମାନ୍ଜି'ର ରୂପ ନେଇଥିଲା । ସର୍କସରେ ଅଭିନୟ କରୁଥିବା ସେହି ଅଲିଭ୍ ଅଲିଭର୍ ଏକ ମାନବ-ସିମ୍ପାଞ୍ଜି ହାଇବ୍ରିଡ୍ ବୋଲି ଜଣାପଡିଥିଲା । ଏହା ଅନ୍ୟ ସିମ୍ପାଞ୍ଜି ଅପେକ୍ଷା ଅଧିକ ବୁଦ୍ଧିମାନ ଥିବାବେଳେ ତାର ଶରୀରରେ ଖୁବ୍‌ କମ୍ କେଶ ରହିଥିଲା ।

ନ୍ୟୁଜ୍‌ ଏଜେନ୍ସି 'ଦି ସନ୍'ର ଏକ ରିପୋର୍ଟ ଅନୁସାରେ, ଆମେରିକାରେ ହାଇବ୍ରିଡାଇଜେସନ୍ ପ୍ରୋଜେକ୍ଟରେ ଜଣେ ହ୍ୟୁମାନ୍ଜି ଜନ୍ମ ହୋଇଥିଲା । ହେଲେ ଲ୍ୟାବ କର୍ମଚାରୀମାନେ ତାହାର ହତ୍ୟା କରିଦେଇଥିଲେ। ଚାଇନାର ଏକ ଲ୍ୟାବ୍‌ରେ ଏବେ ପର୍ଯ୍ୟନ୍ତ ଏହି ବିଷୟବସ୍ତୁ ଉପରେ ପରୀକ୍ଷଣ ଜାରି ରହିଥିବାର ଜଣାଜପଡିଛି ।