• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ପାକିସ୍ତାନରେ ମହିଳାଙ୍କ ଅବସ୍ଥା କ’ଣ, ଏହା କାହାଠାରୁ ଲୁଚି ରହି ନାହିଁ। ଏଠାରେ ମହିଳାଙ୍କୁ କେବଳ ରୋଷେଇ ଘର ଏବଂ ବାସନ ଧୋଇବା ପାଇଁ ରଖାଯାଏ । ଯେତେବେଳେ ବି ପାକିସ୍ତାନର କୌଣସି ମହିଳା ରାଜନୈତିକ କିମ୍ବା ଅନ୍ୟ କୌଣସି ଦିଗରେ ଆଗକୁ ବଢିବାକୁ ଚେଷ୍ଟା କରେ, ସେତେବେଳେ ସେହି ମହିଳାଙ୍କ ଉପରେ ଘାତକ ଆକ୍ରମଣ ହେବାର ଖବର ମଧ୍ୟ ସାମ୍ନାକୁ ଆସିଥାଏ। ନିକଟରେ ପାକିସ୍ତାନରୁ ଏଭଳି ଏକ ଲଜ୍ଜାଜନକ ଭିଡିଓ ସମସ୍ତଙ୍କ ସାମ୍ନାକୁ ଆସିଛି । ଯାହାକୁ ଦେଖି ସାରା ବିଶ୍ୱରେ ପାକିସ୍ତାନକୁ ନିନ୍ଦା କରିବାରେ ଲାଗିଛି ।

ପାକିସ୍ତାନରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ଚୋର କହି ବିଚ୍ ରାସ୍ତାରେ ନଗ୍ନ ଅବସ୍ଥାରେ ବୁଲାଯାଉଥିବାର ଦେଖିବାକୁ ମିଳିଛି । ଯାହାକି ବେଶ ନିନ୍ଦନୀୟ ଅଟେ । ତେବେ ଏହି ଭିଡିଓଟି ଦେଖିବା ଯୋଗ୍ୟ ମଧ୍ୟ ନୁହେଁ ।

ସୂଚନା ମୁତାବକ ଏହି ଘଟଣାଟି ପାକିସ୍ଥାନ ପଞ୍ଜାବ ପ୍ରଦେଶର ଫୈସଲାବାଦ ଅଞ୍ଚଳର । ଏଠାରେ ଚାରି ଜଣ ମହିଳା ଚୋରି କରିବା ବେଳେ ଧରାପଡିଥିଲେ । ଏମାନଙ୍କ ବିପକ୍ଷରେ ଦୋକାନରୁ ଚୋରି କରୁଥିବାର ଅଭିଯୋଗ ରହିଥିଲା । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଖୁବ ମାଡ ମାରିଥିଲେ । କେବଳ ଏତିକି ନୁହେଁ ଏତେ ମାଡ ମାରିବା ପରେ ମଧ୍ୟ ମହିଳାଙ୍କ ପୋଷାକ ଓହ୍ଲାଇ ତାଙ୍କୁ ନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇଥିଲେ ।

କୁହାଯାଉଛି ଯେ ଚାରିଜଣ ମହିଳା ସାମଗ୍ରୀ କିଣିବାକୁ ଦୋକାନକୁ ଯାଇଥିଲେ। ଦୋକାନରେ ଜଣେ ପୁରୁଷ ଦୋକାନୀ କାମ କରୁଥିଲେ। ସାମଗ୍ରୀ କିଣିବା ନେଇ ଦୋକାନୀ ଓ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯାହା ପରେ ଦୋକାନୀ ମିଛରେ କହିଥିଲେ ଯେ ମହିଳାମାନେ ତାଙ୍କ ଦୋକାନରୁ ସାମଗ୍ରୀ ଚୋରୀ କରୁଛନ୍ତି। ଭାଇରାଲ୍ ହୋଇଥିବା ଏହି ଭିଡିଓରେ ରେ ଦେଖିବାକୁ ଯେ ମହିଳାଙ୍କୁ ସ୍ଥାନୀୟ ଲୋକେ ଘେରି ରହିଛନ୍ତି ଏବଂ ବାଡ଼ିରେ ପିଟିବା ସହ ସେମାନଙ୍କ ପୋଷାକ ମଧ୍ୟ ଛଡ଼ାଇ ନେଉଛନ୍ତି । ଏହି ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି ।

ଭାଇରାଲ ହୋଇଥିବା ଏହି ଭିଡିଓରେ ଆହୁରି ଦେଖିବାକୁ ମିଳିଛି ଯେ ମହିଳାମାନେ କାନ୍ଦୁଛନ୍ତି ଓ ଭୁଲ୍ ମଧ୍ୟ ମାଗୁଛନ୍ତି । ସେମାନେ ବାରମ୍ବାର ନିଜର ନିର୍ଦ୍ଦୋଷତା ଦୋହରାଉଛନ୍ତି । ଭିଡିଓରେ ମହିଳାମାନେ ନିଜ ଦେହକୁ ଢାଙ୍କିବାକୁ ମଧ୍ୟ ଚେଷ୍ଟା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ବାରମ୍ବାର ତାଙ୍କ ଦେହରୁ କପଡାକୁ ହଟାଇ ଦିଆଯାଉଛି । ଯଦି କୌଣସି ମହିଳା କପଡାକୁ ଛୁଇଁବାକୁ ବି ଚେଷ୍ଟା କରୁଛନ୍ତି, ତେବେ ତାଙ୍କୁ ବାଡିରେ ଖୁବ ମାଡ ମରାଯାଉଛି ।