/odishatv-khabar/media/post_attachments/uploadimage/library/16_9/16_9_0/ss_1640668286.jpg)
Flights Cancelled
ନ୍ୟୁୟର୍କ: ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍ ସଂକ୍ରମଣ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଗତ ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧, ୫୦୦ ବିମାନ ବାତିଲ୍ କରାଯାଇଛି। ଗତକାଲି ୩ହଜାର ବିମାନ ବାତିଲ୍ ହୋଇଥିବା ବେଳେ ଆଜି ୧୧ଶହରୁ ଅଧିକ ବିମାନ ବାତିଲ୍ ହୋଇଛି।
ସେହିପରି ୧୦ ହଜାରରୁ ଅଧିକ ବିମାନ ବିଳମ୍ବରେ ଚାଲିଥିବା ସୂଚନା ମିଳିଛି। ଏଥିଯୋଗୁ ବିଦେଶକୁ ଛୁଟି କଟାଇବାକୁ ଯାଇ ଭାରତ ଫେରିବାକୁ ଚାହୁଁଥିବା ଅନେକ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ୟୁରୋପ ଓ ଆମେରିକାରେ କୋଭିଡ୍ ସଂକ୍ରମଣ ବଢିବା ପରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି।
ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍ ପକ୍ଷରୁ କୋଭିଡ୍ ଆକ୍ରାନ୍ତଙ୍କ ଆଇସୋଲେସନ ଅବଧିକୁ ହ୍ରାସ କରାଯାଇଛି। ଲକ୍ଷଣବିହୀନ କୋଭିଡ୍ ଆକ୍ରାନ୍ତ ୫ଦିନ ଆଇସୋଲେସନ ରହିବେ।
ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଯାବତ୍ ଦେଶରେ ୬୫୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଜଣଙ୍କ ଠାରେ ଓମିକ୍ରନ୍ ଭାରିଆଣ୍ଟ୍ ଚିହ୍ନଟ ହୋଇଛନ୍ତି। .
COVID19 | India reports 6,358 new cases and 6,450 recoveries in the last 24 hours. Active caseload currently stands at 75,456. Recovery Rate currently at 98.40%
Omicron case tally stands at 653. pic.twitter.com/pMAf8ahcKZ
— ANI (@ANI) December 28, 2021
ଅନ୍ୟପକ୍ଷେ, ଦେଶରେ କାୟା ବଢ଼ାଉଛି ଓମିକ୍ରନ୍। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ମୁହାଁ ହୋଇଛି। ନୂଆ ଭାରିଏଣ୍ଟ୍ର କ୍ଷୀପ୍ର ସଂକ୍ରମଣକୁ ଚେକ୍ ଦେବାକୁ ପୁଣି ସକ୍ରିୟ ହୋଇଛନ୍ତି ସରକାର। କୋଭିଡର ୫ ସୂତ୍ରୀ ନିୟମ ପାଳନ ପାଇଁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି। ଏଣେ କିଶୋର ଟିକାକରଣକୁ ନେଇ ବି ବଢ଼ିଛି ତତ୍ପରତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)