• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାର୍ଯ୍ୟଦିବସରେ ବଡ଼ ପରିବର୍ତ୍ତନ ! ଅତିରିକ୍ତ ଚାପ ତଥା ଟେନସନ୍‌ରୁ ମିଳିବ ମୁକ୍ତି । କର୍ମଚାରୀମାନଙ୍କୁ ବର୍ତ୍ତମାନ ସପ୍ତାହରେ ସାଢ଼େ ଚାରି ଦିନ କାମ କରିବାକୁ ପଡିବ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସରକାର ଗତକାଲି ଏପରି ଘୋଷଣା କରିଛନ୍ତି । ବର୍ତ୍ତମାନ ଶୁକ୍ରବାର ଅପରାହ୍ନରୁ ଆରମ୍ଭ କରି ଶନିବାର ଏବଂ ରବିବାର ପର୍ଯ୍ୟନ୍ତ ଚାଲିବ ୟୁଏଇରେ ୱିକେଣ୍ଡ । ନୂତନ ବର୍ଷ ଜାନୁଆରୀ ୧, ୨୦୨୨ରୁ ଏହି ନୂଆ ନିମୟ ଲାଗୁ ହେବ । ଏହି ଘୋଷଣା କରିବାରେ ୟୁଏଇ ବିଶ୍ୱର ପ୍ରଥମ ଦେଶ ପାଲଟିଛି ।

ଏହାସହ କାର୍ଯ୍ୟ ସପ୍ତାହକୁ କମ୍ କରାଯାଇ ସାଢ଼େ ଚାରି ଦିନକୁ ହ୍ରାସ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି । କେବଳ ଏତିକି ନୁହେଁ ଶୁକ୍ରବାର ଏବଂ ଶନିବାର ପରିବର୍ତ୍ତେ ଶନିବାର ଏବଂ ରବିବାର ୱିକେଣ୍ଡ ରହିବ ଏବଂ ସପ୍ତାହ ଶେଷ ବା ୱିକେଣ୍ଡ୍ ଶୁକ୍ରବାର ଅପରାହ୍ନରୁ ଆରମ୍ଭ ହୋଇଯିବ । ଏଭଳି ସ୍ଥିତିରେ କର୍ମଚାରୀମାନେ ଗୋଟିଏ ସପ୍ତାହରେ ଅଢ଼େଇ ଦିନ ଛୁଟି ପାଇବେ।

ବର୍ତ୍ତମାନ ୟୁଏଇରେ ଶୁକ୍ରବାର ଏବଂ ଶନିବାର ଦିନକୁ ୱିକେଣ୍ଡ କୁହାଯାଉଥିଲା । ନୂତନ ବର୍ଷ ଠାରୁ ସରକାରୀ କ୍ଷେତ୍ରର କର୍ମଚାରୀମାନେ ସାଢ଼େ ଚାରି ଦିନ କାର୍ଯ୍ୟ ସପ୍ତାହ ଗ୍ରହଣ କରିବେ । ଯେଉଁଥିରେ କର୍ମଚାରୀମାନେ ସୋମବାରରୁ ଗୁରୁବାର ଏବଂ ଶୁକ୍ରବାର ଦିନ ଅଧା କାମ କରିବେ । ସରକାରୀ କର୍ମଚାରୀମାନେ ଏକ ପ୍ରକାର କାର୍ଯ୍ୟ ପାଳନ କରିବେ ବୋଲି କହିଛନ୍ତି ଦୁବାଇ ଏବଂ ଆବୁଧାବି ସରକାର । ଅନ୍ୟପଟେ ଘରୋଇ କ୍ଷେତ୍ର ପାଇଁ କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇନାହିଁ । କମ୍ପାନୀ ଗୁଡିକ ସେମାନଙ୍କର କାର୍ଯ୍ୟ ସପ୍ତାହ ନିଜେ ସ୍ଥିର କରିପାରିବେ, ସରକାରଙ୍କ ଅନୁମତି ଆବଶ୍ୟକ କରନ୍ତି ନାହିଁ ବୋଲି କୁହାଯାଇଛି ।

ଶନିବାର ଏବଂ ରବିବାରରେ ୱିକେଣ୍ଡ ରଖୁଥିବା ଦେଶମାନଙ୍କ ସହିତ ଆର୍ଥିକ, ବାଣିଜ୍ୟିକ ତଥା ଅର୍ଥନୈତିକ କାରବାରକୁ ବଢ଼ାଇବାକୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଛି । ଯଦ୍ୱାରା ୟୁଏଇ-ଆଧାରିତ ବହୁରାଷ୍ଟ୍ରୀୟ ଦେଶ ପାଇଁ ବ୍ୟବସାୟିକ ଲିଙ୍କ ଏବଂ ସୁଯୋଗକୁ ସୁଗମ କରିବାକୁ ସୁଯୋଗ ମିଳିବ । ଅନେକ ମୁସଲମାନ ଦେଶରେ ଶୁକ୍ରବାର ସାପ୍ତାହିକ ଛୁଟି ଆରମ୍ଭ ହୋଇଥାଏ । ତେବେ ଏକ ସନ୍ତୁଳିତ ଜୀବନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ କାର୍ଯ୍ୟ ସପ୍ତାହ ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ୟୁଏଇ ସରକାର ।