/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639209272.jpg)
omicron variant
ୱାଶିଂଟନ୍: ବର୍ତ୍ତମାନ ସୁଦ୍ଧା ୫୯ଟି ଦେଶରେ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ବ୍ୟାପି ସାରିଥିବା ବେଳେ ଆମେରିକାରେ ଏହା ଲୋକଙ୍କ ଚିନ୍ତା ବଢ଼ାଇଛି। କରୋନା ଭ୍ୟାକ୍ସିନ୍ର ୨ଟି ଡୋଜ୍ ଓ ବୁଷ୍ଟର ଡୋଜ୍ ନେବା ପରେ ମଧ୍ୟ ଲୋକମାନେ ଓମିକ୍ରନ୍ରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି। ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଆମେରିକାରେ ଓମିକ୍ରନ୍ରେ ସଂକ୍ରମିତ ୪୩ ଜଣଙ୍କ ମଧ୍ୟରୁ ଅଧିକାଂଶ ଟିକା ନେଇ ସାରିଥିବା ବେଳେ ଯେଉଁମାନେ ବୁଷ୍ଟର ଡୋଜ୍ ନେଇଛନ୍ତି, ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଓମିକ୍ରନ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନ୍ସନ୍(CDS)ର କହିବା ଅନୁସାରେ, ‘ବର୍ତ୍ତମାନ ସୁଦ୍ଧା ଆମେରିକାରେ ୪୩ ଜଣ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩ ଜଣ କରୋନା ଟିକା ନେଇ ସାରିଥିବା ବେଳେ ସେଥିମଧ୍ୟରୁ ୧୪ ଜଣ ବୁଷ୍ଟର ଡୋଜ୍ ମଧ୍ୟ ନେଇ ସାରିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୫ ଜଣ ୧୪ ଦିନ କିମ୍ବା ଏହାଠୁ କମ୍ ଦିନ ପୂର୍ବେ ବୁଷ୍ଟର ଡୋଜ୍ ନେଇଛନ୍ତି। ଏହାପରେ ମଧ୍ୟ କିଛି ବ୍ୟକ୍ତି ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେଣୁ ଚିନ୍ତାଜନକ ବିଷୟ, ଓମିକ୍ରନ୍ ଭାରିଏଣ୍ଟ୍ ବିରୋଧରେ କରୋନା ଭ୍ୟାକ୍ସସିନ୍ କମ୍ ଫଳପ୍ରଦ ବୋଲି ଚର୍ଚ୍ଚା ହେଉଛି।
ଆମେରିକାରେ ଚିହ୍ନଟ ୪୩ ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରୁ ୨୫ ଜଣଙ୍କ ବୟସ ୧୮ରୁ ୩୯ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ବିଦେଶ ଫେରନ୍ତା। ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ। ଆଶ୍ୱସ୍ତିକର ଖବର ଏହା ଯେ, ଅଧିକାଂଶ ସଂକ୍ରମିତଙ୍କର ସାମାନ୍ୟ ଲକ୍ଷଣ ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ୨ ଦିନ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନ୍ସନ୍ ଆହୁରି କହିଛି, ‘ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ୍ ସଂକ୍ରମିତଙ୍କର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ତେବେ ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତି ଓ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି।
ଡିସେମ୍ବର ୧ରେ ଆମେରିକାରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଆଫ୍ରିକାରୁ ଆସିଥିଲେ ଓ କରୋନାର ୨ଟି ଡୋଜ୍ ମଧ୍ୟ ନେଇ ସାରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)