• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Young girl works at petrol pump
ସ୍ୱପ୍ନ ପୂରଣ ଲାଗି ଗ୍ରାଜୁଏସନ୍‌ ପରେ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ଗ୍ରାଜୁଏଟ୍‌

ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି ଚେଷ୍ଟା କରୁଛନ୍ତି

  • Sunday, 23 July 2023
Divyang girl
ଦିବ୍ୟାଙ୍ଗ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ : ଖେଳିବା ଲାଗି କିଣିଦେଲେ ୩.୫ ଲକ୍ଷ ଟଙ୍କାର ସାମଗ୍ରୀ

ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍‌ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ

Migrant Labour Death
ପିଲାଙ୍କ ମୁହଁରେ ଆହାର ଦେବାକୁ ମାଆ ଯାଇଥିଲା ଦାଦନ ଖଟି..ହେଲେ ଫେରିଲା ଶବ ହୋଇ

ଛାତି ଫାଟିଯାଉଛି...ସ୍ୱାମୀ ରୋଗରେ ପଡିଲା ବୋଲି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଦାଦନ ଖଟିବାକୁ ଯାଇଥିଲା ମାଆ । ସେଠି ଏମିତି ନିର୍ଯାତନା ପାଇଲା ଯେ ପ୍ରାଣ ହାରିଦେଲା ମାଆ...।

Son takes abandoned mother home
ଖବର ବାଜିବା ପରେ...ବୁଢୀ ମାଆକୁ ଘରକୁ ନେଲେ..ସେବାର ପ୍ରତିଶ୍ରୁତି ଦେଲେ

ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ।

self-reliance of two Odisha women
ପାଠ ପଢ଼ିବା ସହ କାନ୍ଧରେ ବୋହୁଛନ୍ତି ପରିବାର ବୋଝ

ଦୁଇ କନ୍ୟାରତ୍ନ..ଯିଏ ନିଜ ଜୀବନ ଶବ୍ଦକୋଷରୁ ସବୁ ପ୍ରତିକୂଳ ପରିସ୍ଥିତିକୁ ଫେଡ଼ି ଅନୁକୂଳ ପରିସ୍ଥିତି ପାଇଁ ବାଟ ତିଆରିବାକୁ ପଣ କରିଛନ୍ତି। ଅଭାବ ବୋଧରୁ ବାହାରି ନିଜ ଘର ଓ ପରିବାରର ଭାଗ୍ୟ ବଦଳାଇବାର ସ୍ୱପ୍ନ ନେଇ ଆଗକୁ ବଢୁଛନ୍ତି।

self-reliance of two Odisha women
ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ନିଜ ହାତରେ ଗଢ଼ୁଛନ୍ତି ନିଜର ଭାଗ୍ୟ

ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ।

Orphan Child
ହାତ ଧରାଧରି ହୋଇ ବାପା-ମାଆ ଚାଲିଗଲେ...ଏବେ ଅନାଥ ହୋଇଗଲେ ୪ ଭାଇ-ଭଉଣୀ

ଦିନେ ଭଲରେ ଚଲୁଥିଲେ, ଭଲ ଖାଉଥିଲେ...୨ ବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲେ । ବଡ କଷ୍ଟରେ ଚଳୁଛନ୍ତି ୪ ଭାଇ-ଭଉଣୀ । ପଡୋଶୀ ଖାଇବାକୁ ଦେଲେ ଖାଉଛନ୍ତି ନହେଲେ ଉପାସ।

Minor seeks financial assistance
ବାପା ନିଖୋଜ... ବୁଲି ବୁଲି ଭିକ ମାଗୁଛନ୍ତି ମାଆ-ପୁଅ

ଅଷ୍ଟମ ଶ୍ରେଣୀର ପିଲା...ଭୋକର ଭୂଗୋଳ ଭିତରେ ଘାଣ୍ଟି ହେଉଛି । ବାପା ଥିବା ବେଳେ ଯାହା ଯେମିତି ଦେଉଥିଲେ ହେଲେ ୭ ବର୍ଷ ହେଲାଣି ସେ ବି ନିଖୋଜ । ପରିସ୍ଥିତିର ଦାସ ହୋଇ ଏବେ ମାଆ-ପୁଅ ବୁଲିବୁଲି ମାଗୁଛନ୍ତି ଭିକ...ପୁଣି ପୁଅର ଗୋଟିଏ ଗୋଡ ନାହିଁ କି ଗୋଟିଏ ହାତ ନାହିଁ

Devotees throng Lord Shiva temple on 2nd Shravan Somvar
ଆଖି ନାହିଁ କିନ୍ତୁ ଜନ୍ମରୁ ହୃଦୟରେ ମହାଦେବ

ସେମିତି ଶରୀରକୁ କଷ୍ଟ ଦେଇ ଶିବ ଭକ୍ତିରେ ତଲ୍ଲୀନ ଇଏ ଆଉ ଜଣେ ଅନନ୍ୟ ଭକ୍ତ ଅନନ୍ତ ବୈରାଗୀ। ଏମିତି ଦଣ୍ଡ ପ୍ରଣାମ କରି କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ବାବାଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି।

Woman abandoned by children
ଦୁଇ ପୁଅ ଝଗଡା ଲାଗିଲେ...ମାଆକୁ ହତାଦର କଲେ...ଏବେ ଭୋକରେ କାନ୍ଦୁଛି ବୁଢୀ ମାଆ

ଦୁଇ-ଦୁଇଟି ପୁଅ...ମାଆର ଦେହ ଖରାପ ଶୁଣି ସାନ ଆସିଲା ବଡ ଆସିଲାନି । କିଛିଦିନ ସେବା ପରେ ସିଏ ବି ପଳାଇଲା । ଝିଅ ବି ମୁହଁ ଚାହିଁଲାନି । ୮ ଦିନ ହେଲାଣି ଘର ଦୁଆର ମୁହଁରେ ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି ବୁଢୀ ମାଆ

  • Sunday, 16 July 2023
Elderly woman
କୋକିଳାଙ୍କ କମାଲ୍‌ : ଦେଶୀ ଷ୍ଟାଇଲ୍‌ରେ ରୋଷେଇ କରି ସୋସିଆଲ ମିଡିଆରେ ମଚାଉଛନ୍ତି ଧୁମ୍‌

ବୟସ ୮୦ ପାର୍‌ ହେଲାଣି । ଦେଶୀ ଷ୍ଟାଇଲ୍‌ରେ କରୁଛନ୍ତି କାଚମାର୍କ ରୋଷେଇ । ବିରିଖା ଶିଳରେ ମସଲା ବଟା...ପୁଣି ସୋରିଷ ତେଲର ଛୁଙ୍କ । ସିଏ ପୁଣି ସିରାମୁଣ୍ଡି ଶୁଖୁଆର ପାଗ ସହିତ ସଜନା ଗଛର ଶାଗ । ଓଃ...ଦେଖିଲା ବେଳକୁ ଖାଇବାକୁ ଇଚ୍ଛା ହେଉନି...ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଶହଶହ ଗୃହିଣୀ ଶୁଖୁଛନ୍ତି ରୋଷେଇ

Student seeks govt help
ମୋର ପାଠ ପଢିବାକୁ ଇଚ୍ଛା...ପଇସା ନାହିଁ ବୋଲି ଗାଈ ଚରାଉଛି

ପାଠ ପଢିବାକୁ ବହୁତ୍‌ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍‌ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ...ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ

Divyang teacher
ପେଶା ଶିକ୍ଷକତା, ନିଶା ଗଛ ଲଗାଇବା...ନିଜ ସ୍କୁଲ ସହ ପଡୋଶୀ ସ୍କୁଲରେ ବି ଲଗାନ୍ତି ଗଛ

ନିଜେ ଦିବ୍ୟାଙ୍ଗ...ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ପାଇଁ ଦେଉଛନ୍ତି ତାଲିମ୍‌ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏଁ...ବୁଲିବୁଲି ଲଗାଉଛନ୍ତି ଗଛ।

  • Saturday, 15 July 2023
Girl works as domestic help
ଆଈକୁ କ୍ୟାନସର...ଔଷଧ ଖର୍ଚ୍ଚ ଲାଗି ବାସନ ମାଜୁଛି ନାତୁଣୀ

ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଇଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ।

elderly woman
ହୃଦୟ ବିଦାରକ : ୪ ପୁଅ ଜନ୍ମ କରିଥିଲା ବୋଲି ଦାଣ୍ଡରେ ଘୋଷାରି ହେଉଛି ମାଆ

୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାରି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର।

Orphan girl
ସୁଧାର ଗୃହରେ ରଖିଥିଲେ...କନ୍ୟାଦାନ କରି ପୂଣ୍ୟ କଲେ ଏଡିଏମ୍‌

ସାବାସ୍‌ ପ୍ରଶାସନ । ଦିନେ ରାସ୍ତାରେ ନିର୍ଯାତିତ ହୋଇ ବୁଲୁଥିବା ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲେ । ବାହା ହେବା ବୟସ ହେବା ପରେ କନ୍ୟା ଦାନ କଲେ ଅତିରିକ୍ତ ଜିଲ୍ଲାପାଳ । ଧୁମଧାମ୍‌ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।

Woman seeks govt help , divyang girl
ପେଟରେ ପିଲା ଥିଲା, ସ୍ୱାମୀ ଛାଡ଼ିଦେଲା...୨୫ ବର୍ଷ ହେଲାଣି ଦିବ୍ୟାଙ୍ଗ ଝିଅକୁ ନେଇ କଟୁଛି ଦିନ

ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।

Rahul Sports Man
ବାପାଙ୍କଠାରୁ ମାଡ ଖାଇଲେ, ମାଆ ତାଗିଦ୍‌ କଲେ...କିନ୍ତୁ ଖେଳ ଛାଡିନଥିଲେ : ଏବେ ଦେଶରେ ଚାଲିଛି ପ୍ରଶଂସା

ସ୍କୁଲ ଯାଉଥିଲେ କିନ୍ତୁ ଖେଳରେ ବିଶେଷ ରୁଚି ଥିଲା..ପଡିଆରୁ ବାପାଙ୍କଠାରୁ ମାଡ ଖାଉଥିଲେ, ରାତିରାତି ମାଆ ଘରେ ବସି ବୁଝାଉଥିଲେ । ଖେଳ ପ୍ରତି ଥିବା ଭଲପାଇବା କେବେ କମିନଥିଲା । ଆଜି ଖେଳ ପାଇଁ ପୂରା ଦେଶରେ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା

  • Thursday, 13 July 2023
earned Rs 38 lakh selling expensive tomatoes
ଟମାଟୋ ବିକି ରାତାରାତି ମାଲେମାଲ: ୩୮ ଲକ୍ଷ ଟଙ୍କା ରୋଜଗାର କଲେ ଚାଷୀ

ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି। ତେବେ ଟମାଟୋ ଦର ବଢିବା ପରେ କର୍ଣ୍ଣାଟକର ଜଣେ ମଧ୍ୟବିତ୍ତ ଚାଷୀ ପରିବାର ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି। 

Dog Human Relationship
ନିମକ ସଚ୍ଚା କୁକୁର; ମାଲିକ ସହ ପିଠିରେ ବୋହିଲା ବୋଝ, ଦେଖନ୍ତୁ ଭିଡିଓ...

କୁକୁର-ମଣିଷ ବନ୍ଧୁତ୍ୱର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

 Awas yojana
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାଧବଙ୍କୁ ମିଳୁନି ଆବାସ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦଉଡି ଦଉଡି ହତାଶ...ଘର ମିଳିବ ତ ?

Divyang seeks financial assistance for livelihood
ବାପା-ମାଆ କେହି ନାହାନ୍ତି : ପର ଦୁଆରେ ମୁଣ୍ଡ ଗୁଞ୍ଜିଛନ୍ତି ମୋନାଲିସା

ଘରର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ କହିବ ସେଇଠି ମଣିଷ କେହି ରହୁନଥିବେ । ରହୁଥିବେ ଯଦି ଗାଈ କି ଛେଳି । ସ୍ଥିତି ଏମିତି ହେଲାଣି ଯେ ଘର କେତେବେଳେ ଭୁଶୁଡ଼ି ପଡିବ ସେକଥା କିଏ କହିବ ? କିଏ କାହିଁକି ନିଜ ଜୀବନକୁ ବାଜିରେ ଲଗାଇ ସେମିତି ଘରେ ରହିବ ଯେ ? ହୁଏତ ଆପଣ ଏମିତି ଭାବିଥାଇପାରନ୍ତି । ହେଲେ ଏମିତି ଘରେ ରହୁଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ, ଆଉ ବଞ୍ଚବା ଲାଗି କରୁଛନ୍ତି ସଂଘର୍ଷ ।

  • Saturday, 08 July 2023
Odisha woman seeks financial assistance for treatment
ପୁଅକୁ ବିସ୍କୁଟ ଦେବାକୁ ବାପାଙ୍କ ପାଖରେ ପଇସା ନାହିଁ, କାନ୍ଦି କାନ୍ଦି ଦିନ କଟୁଛି

ବହୁବିଧ ରୋଗରେ ପଡିଛି ବାପା...ପୁଅକୁ ସବୁ ଖୁସି ଦେବାକୁ ବାପାର ବହୁତ ଇଚ୍ଛା । ହେଲେ ସାଥ୍‌ ଦେଉନି ଶରୀର । ପୁଅର ମେଡିସିନ୍‌ ଖର୍ଚ୍ଚ ପାଇଁ ଛେଳି ଚରାଉଛି ମାଆ । ସାହାଯ୍ୟ ନମିଳିଲେ ସଂସାର ଭାସିଯିବ

Meritorious student seeks financial assistance
କଷ୍ଟେମଷ୍ଟେ BCA ପଢିଲେ, MCA ପଢିବାକୁ ଇଚ୍ଛା ଥିଲେ ବି ପାଖରେ ନାହିଁ ଟଙ୍କା

ଝାଟିମାଟିର ଘର...କାନ୍ଥରୁ ମାଟି ଖସିଲାଣି, ତ ମଥାଣରୁ ଟାଇଲ ଫାଟିଲାଣି । ଏମିତି ଘରେ ପାଠପଢି ଭଲ ନମ୍ବର ରଖିବା ସହ ପୂରା ଏରିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭଲ ନମ୍ବର ରଖିବା ପରେ ଆଗକୁ ପଢିବାକୁ ବି ଇଚ୍ଛା । କିନ୍ତୁ ପାଠ ପଢାରେ ଅର୍ଥ ସାଜିଛି ବାଧକ । ପିଲାଟି ଦିନରୁ ବାପାକୁ ହରାଇଥିଲେ । ହେଲେ ପୁଅକୁ ଭଲ ପାଠ ପଢାଇବାକୁ ମାଆ ମଜୁରୀ ଖଟି ଯାହା କିଛି ରୋଜଗାର କରୁଥିଲେ ସେତିକିରେ ମାଆ-ପୁଅ ଦୁହେଁ ଚଳିବା ସହିତ ପୁଅ ପାଠ ପଢୁଥିଲେ । ହେଲେ ମାଆ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳିବା ସହ ପାଠ ପଢିବା ଆଉ ସମ୍ଭବ ହେଉନି । ତେଣୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ଏଇ ମେଧାବୀ ଛାତ୍ର ଜଣକ ।

Divyang seeks financial assistance
ବାପା-ମାଆ କେହି ନାହାନ୍ତି : ପର ଦୁଆରେ ମୁଣ୍ଡ ଗୁଞ୍ଜିଛନ୍ତି ମୋନାଲିସା

ବାପା-ମାଆ ଦୁହେଁ ନାହାନ୍ତି । ନିଜେ ପୁଣି ଦିବ୍ୟାଙ୍ଗ...ଘରର ଅବସ୍ଥା ଦେଖିଲେ କେତେବେଳେ ଭୁଶୁଡ଼ିବ କେହି କହିପାରିବେନି । ସରକାରୀ ସାହାଯ୍ୟ ପାଇଁ ବାରମ୍ବାର ଗୁହାରି କରିବା ପରେ ବି ଫଳ ଶୂନ । ଜିଲ୍ଲାପାଳ କହୁଛନ୍ତି

  • Saturday, 08 July 2023