Advertisment

ସଂଘର୍ଷ ଆଣିଦେଲା ସଫଳତା; ବାପା ରିକ୍ସାଚାଳକ, ପୁଅ ପ୍ରଥମ ଚେଷ୍ଟାରେ ହେଲେ IAS

ଗୋବିନ୍ଦ ଉଚ୍ଚ ଶିକ୍ଷା ପାଇଁ ଗାଁ ଛାଡି ଦିଲ୍ଲୀ ଆସିଗଲେ। ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ବାପା ମଧ୍ୟ ତାଙ୍କ ପାଠପଢା ପାଇଁ ଜମି ବିକ୍ରି କରିଦେଇଥିଲେ । ରିକ୍ସା ଚଳାଇ ଗୋବିନ୍ଦଙ୍କୁ ଟଙ୍କା ପଠାଉଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
IAS officer

IAS officer

କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବିକାଠି । ଆମେ ଅନେକ ସଂଘର୍ଷର କାହାଣୀ ପଢୁ। ଆମ ଆଖପାଖରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସଫଳ ହେବା ପାଇଁ ଅନେକ ସଂଘର୍ଷ କରନ୍ତି। ତେବେ ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ କାହାଣୀ କହିବୁ ଯାହାଙ୍କ ସଂଘର୍ଷ ଆପଣଙ୍କ ପାଇଁ ପ୍ରେରଣା ପାଲଟିଯିବ।

Advertisment

ଅନେକ ଲୋକ UPSCକୁ ସବୁଠାରୁ କଠିନ ପରୀକ୍ଷା ବୋଲି କହିଥାଆନ୍ତି। ଆଜିକାଲି ତ ଚାକିରି ଛାଡି ପିଲା ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବିଭିନ୍ନ କୋଚିଂ ସେଣ୍ଟର ଖୋଲାଯାଇଛି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଅନେକ ସାହସ, ମନୋବଳ ଲୋଡା। ବହୁ ବାଧାବିଘ୍ନ ଦେଇ ଗତି କରିବା ପରେ ଶେଷରେ ଶୀର୍ଷକୁ ଉଠିବା ଏବଂ ସର୍ବଭାରତୀୟ ସ୍ତରରେ ଭଲ ରାଙ୍କ ରଖିବା ଯେତିକି ଅବିଶ୍ୱସନୀୟ ସେତିକି ପ୍ରେରଣାଦାୟକ ମଧ୍ୟ।

ଉତ୍ତରପ୍ରଦେଶ ବାରାଣାସୀର ବାସିନ୍ଦା ଆଇଏଏସ ଅଧିକାରୀ ଗୋବିନ୍ଦ ଜୟସ୍ୱାଲ। ଯାହାଙ୍କ ଲକ୍ଷ୍ୟ ଥିଲା ସ୍ଥିର। ଆଇଏଏସ ହେବା ଥିଲା ତାଙ୍କ ସ୍ୱପ୍ନ। ସମସ୍ତଙ୍କ ଅପମାନ ସତ୍ତ୍ୱେ ବି ସେ ମନୋବଳ ଭାଙ୍ଗିନଥିଲେ କିମ୍ୱା ପରିଶ୍ରମ କରିବାରେ ଥକି ଯାଇନଥିଲେ। ଦାରିଦ୍ର୍ୟ ଓ ଅଭାବର କଷଟି ପଥରରେ ଘଷି ହୋଇ ସେ ଶେଷରେ ଚମକିଥିଲେ। ଆଉ ପ୍ରଥମ ପ୍ରୟାସରେ ହୋଇପାରିଥିଲେ ଆଇଏଏସ ଅଧିକାରୀ।

Advertisment

ପିଲାଦିନରୁ ଜୀବନରେ ବହୁତ ସଂଘର୍ଷ ଦେଖିଛନ୍ତି ଗୋବିନ୍ଦ । ତଥାପି ଏହି କଠିନ ଯାତ୍ରାରେ ସେ ଥକି ନଥିଲେ। ବାପା ଜଣେ ରିକ୍ସା ଚାଳକ। ରିକ୍ସା ଚାଲିଲେ ହିଁ ପେଟକୁ ଦାନା ମିଳେ। ମା’ଙ୍କ ଦେହ ଖରାପ ହେବାପରେ ତାଙ୍କ ଚିକିତ୍ସାପାଇଁ ବାପା ୩୫ରୁ ୨୦ଟି ରିକ୍ସା ବିକ୍ରି କରିଦେଲେ। ହେଲେ ୧୯୯୫ରେ ତାଙ୍କ ମା’ ଆରପାରିକୁ ଚାଲିଗଲେ। ଏହି କାରଣରୁ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲା।​​

ଗୋବିନ୍ଦ ଉଚ୍ଚ ଶିକ୍ଷା ପାଇଁ ଗାଁ ଛାଡି ଦିଲ୍ଲୀ ଆସିଗଲେ। ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ବାପା ମଧ୍ୟ ତାଙ୍କ ପାଠପଢା ପାଇଁ ଜମି ବିକ୍ରି କରିଦେଇଥିଲେ । ରିକ୍ସା ଚଳାଇ ଗୋବିନ୍ଦଙ୍କୁ ଟଙ୍କା ପଠାଉଥିଲେ। ଗୋବିନ୍ଦ ଏହା ମଧ୍ୟ ଅନୁଭବ କରିଥିଲେ ଯେ ତାଙ୍କ ପରିବାର କେତେ କଷ୍ଟ କରି ତାଙ୍କୁ ପାଠ ପଢ଼ାଉଛନ୍ତି। ୨୦୦୬ରେ, ଗୋବିନ୍ଦ ୟୁପିଏସସି ପରୀକ୍ଷାର ପ୍ରଥମ ପ୍ରୟାସରେ ୪୮ତମ ସ୍ଥାନ ହାସଲ କରିଥିଲେ । ନିଜର ତ୍ୟାଗ ଓ ନିଷ୍ଠା ପାଇଁ ଗୋବିନ୍ଦ ଏବେ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

IAS Officer Rickshaw Puller
Advertisment
Advertisment