Advertisment

ଛୋଟ ବୟସରେ ବଡ଼ ଆଶା...ବସ୍ତିରେ ରହୁଛି, କିନ୍ତୁ ମୁଁ ବଡ଼ ହେଲେ IAS ହେବି...

ମହମ୍ମଦ ଆଶିକଙ୍କ ସହ ଏକ ବାର୍ତ୍ତାଳାପରେ ନାଗରାଜ ତାଙ୍କ ପାଠ ପଢ଼ା, ଦୈନନ୍ଦିନ କାର୍ଯ୍ୟ ଓ ତାଙ୍କ ଜୀବନର ଲକ୍ଷ୍ୟ ବିଷୟରେ କହିଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Dream Big

Dream Big

ସ୍ୱପ୍ନ ସାକାର କରିବା ଆଗରେ ହାର ମାନିଛି ପ୍ରତିକୂଳ ପରିସ୍ଥିତି। ବୟସ ସିନା କମ୍‌ କିନ୍ତୁ ଜୀବନରେ କିଛି କରିବାର ଇଚ୍ଛାଶକ୍ତି ବେଶ୍‌ ଅଧିକ। ତେବେ ଆମେ କହୁଛୁ ଜଣେ ୧୨ ବର୍ଷର ଶିଶୁର କଥା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ ମହମ୍ମଦ ଆଶିକ ନାମରେ ଜଣେ ସାମାଜିକ କର୍ମୀ ତଥା ଇନଫ୍ଲ୍ୟୁଏନସର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ବେଙ୍ଗାଲୁରୁର ଏକ ବସ୍ତିରେ ରହୁଥିବା ଜଣେ ୧୨ ବର୍ଷର ଶିଶୁ ସହିତ କଥା ହେଉଛନ୍ତି। ଏହି ଶିଶୁର ନାମ ହେଉଛି ନାଗରାଜ ଯିଏ ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି।

Advertisment

ମହମ୍ମଦ ଆଶିକଙ୍କ ସହ ଏକ ବାର୍ତ୍ତାଳାପରେ ନାଗରାଜ ତାଙ୍କ ପାଠ ପଢ଼ା, ଦୈନନ୍ଦିନ କାର୍ଯ୍ୟ ଓ ତାଙ୍କ ଜୀବନର ଲକ୍ଷ୍ୟ ବିଷୟରେ କହିଛନ୍ତି। ନାଗରାଜ ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି ଏବଂ ବଡ଼ ହୋଇ ସେ IAS ଅଧିକାରୀ ହେବାକୁ ଚାହାନ୍ତି ବୋଲି  କହିଛନ୍ତି। ତେବେ IAS ହେବା ପାଇଁ ନାଗରାଜ କେବଳ ସ୍ୱପ୍ନ ଦେଖୁନାହାନ୍ତି ବରଂ ଏଥିପାଇଁ ଆବଶ୍ୟକ କଠିନ ପରିଶ୍ରମ ବିଷୟରେ ମଧ୍ୟ ସେ ଜାଣିଛନ୍ତି ଏବଂ ଏହି ଦିଗରେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି।

Advertisment

ନାଗରାଜ ଦ୍ୱିତୀୟ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍‌ରେ ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛନ୍ତି ଏହି ଆଲୋଚନା ମଧ୍ୟରେ ନାଗରାଜଙ୍କ ଇଂରାଜୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନାଗରାଜ ବସ୍ତିରେ ରହୁଛନ୍ତି ଏବଂ ତାଙ୍କ ପାଖରେ ସମ୍ବଳର ଅଭାବ ନେଇ ଦୁଃଖିତ ମଧ୍ୟ ନାହାନ୍ତି। ସେ କହିଛନ୍ତି ଯେ ବଡ଼ ହେବା ପରେ ସେ ନିଶ୍ଚିତ ଭାବରେ ଏକ ବଡ଼ ଘର କିଣିବେ। ନାଗରାଜ କହିଛନ୍ତି ଯେ ମୋର ନିଜ ଉପରେ ଆତ୍ମବିଶ୍ୱାସ ଅଛି ଯେ ମୁଁ ବଡ଼ ହେବା ପରେ ନିଶ୍ଚିତ ଭାବରେ IAS ଅଧିକାରୀ ହେବି। ନାଗରାଜ ଆହୁରି କହିଛନ୍ତି କି ତାଙ୍କର ଅନେକ ବନ୍ଧୁ ଡାକ୍ତର ଏବଂ ଇଞ୍ଜିନିୟର ହେବାକୁ ଚାହାଁନ୍ତି, ତେଣୁ ମୁଁ ଭାବିଲି ମୁଁ କିଛି ଅଲଗା କରିବି।

ମହମ୍ମଦ ଆଶିକଙ୍କ ସହ ଆଲୋଚନା କରିବା ସମୟରେ ନାଗରାଜ କହିଛନ୍ତି ଯେ ସେ ଚେସ୍‌ ଏବଂ କ୍ରିକେଟ ଖେଳିବାକୁ ବହୁତ ଭଲ ପାଆନ୍ତି। ସେ ଚେସରେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ଏହା ବ୍ୟତୀତ ନାଗରାଜ ରୋଷେଇ ମଧ୍ୟ ଜାଣନ୍ତି। ଏହି ବାର୍ତ୍ତାଳାପ ସମୟରେ ନାଗରାଜ ମଧ୍ୟ ଆମଲେଟ୍ ପ୍ରସ୍ତୁତ କରି ମହମ୍ମଦ ଆଶିକଙ୍କୁ ଖାଇବାକୁ ଦେଇଥିଲେ।

IAS Officer Viral Video Inspiring Story
Advertisment
Advertisment