• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚର୍ଚ୍ଚାରେ ଦାନବୀର ଚାଷୀଙ୍କ ପୁଅ । ସାଧାସିଧା ଜୀବନ ବଞ୍ଚନ୍ତି, ଚଲାନ୍ତି ଶସ୍ତା କାର୍‌ । ବିନା ସିଭିଲ୍‌ ସ୍କୋର୍‌ରେ ଯୋଗାଇ ଦିଅନ୍ତି ଲୋନ୍‌ । ଜଣେ କୃଷକ ପୁଅରୁ ୬୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ । ସଂଘର୍ଷ କଲେ, ପାଠ ପଢିଲେ । ବ୍ୟବସାୟ ଆରମ୍ଭ କଲେ ସଫଳ ବି ହେଲେ । ପରେ ସମସ୍ତ ସମ୍ପତ୍ତି ଦାନ କରିବାକୁ ନିଷ୍ପତ୍ତି ମଧ୍ୟ ନେଲେ । ଏସବୁ କାହାଣୀ ଲାଗୁଥାଇ ପାରେ କିନ୍ତୁ  ଏହା ବାସ୍ତବ ଜୀବନରେ ଜଣେ ହିରୋଙ୍କର ।

କୋଟିଏ କି ଦୁଇକୋଟି ନୁହେଁ ପୂରା ୬ହଜାର ୨ଶହ ୧୦କୋଟି ଟଙ୍କା ଦାନ କରିବାକୁ ନିଷ୍ପତି ନେଇ ଚର୍ଚ୍ଚାରେ ଶିଳ୍ପପତି ଆର୍‌ ତ୍ୟାଗରାଜନ୍‌ । ଶ୍ରରାମଗ୍ରୁପର ପ୍ରତିଷ୍ଠାତା ନିଜର ଏହି କାମ ପାଇଁ ଏବେ ଯେତିକି ଚର୍ଚ୍ଚାରେ ରହିଛନ୍ତି ସେତିକି ଧନ୍ୟବାଦ ଓ ଆର୍ଶୀବାଦ ମଧ୍ୟ ସାଉଁଟୁଛନ୍ତି । ଏହି ବିରାଟ ଅର୍ଥକୁ ସେ ନିଜର କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ଟ୍ରଷ୍ଟକୁ ଦାନ କରିବାକୁ ଘୋଷଣା କରିଛନ୍ତି ।

ତାମିଲନାଡୁର ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆର୍‌ ତ୍ୟାଗରାଜନ୍‌ ୧୯୭୪ ମସିହାରେ ଶ୍ରୀରାମ କମ୍ପାନୀ ସହ ବ୍ୟବସାୟ ଦୁନିଆରେ ପାଦ ଦେଇଥିଲେ । ଦୁଇଜଣ ବନ୍ଧୁଙ୍କ ସହ ମିଶି ପ୍ରତିଷ୍ଠା କରିଥିବା ଏହି କମ୍ପାନୀ ପ୍ରଥମେ ଚିଟଫଣ୍ଡ ଓ ପରେ ଋଣ ଓ ବୀମା ବ୍ୟବସାୟରେ ପ୍ରବେଶ କରିଥିଲା । ଶ୍ରୀରାମ ଫାଇନାନ୍ସ ହେଉଛି ଦେଶର ଅଗ୍ରଣୀ ଅଣବ୍ୟାଙ୍କିକ ଋଣ ପ୍ରଦାନକାରୀ କମ୍ପାନୀ । ସବୁଠୁ ବଡ କଥା ହେଉଛି ଆର୍‌ ତ୍ୟାଗରାଜନ୍‌ ନିଜ ଜୀବନ କାଳରେ ବିନା ସିଭିଲ ସ୍କୋର ଓ କମ୍‌ ସୁଧରେ ଲୋକଙ୍କୁ ଋଣ ଦେଇଛନ୍ତି ।

ବର୍ତ୍ତମାନ ଶ୍ରୀରାମଗ୍ରୁପର ୩୦ଟି ଶାଖା ଦେଶବିଦେଶରେ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ନିଜ ପାଇଁ ଗୋଟିଏ କାର୍ ଓ ଘର ରଖି ସବୁ ସମ୍ପତ୍ତି ଦାନ କରିଛନ୍ତି ଆର୍‌ ତ୍ୟାଗରାଜନ୍‌ । ୨୦୧୩ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରିଥିଲେ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କୋଟିକୋଟି ଟଙ୍କା ସମ୍ପତିର ମାଲିକ ଆର୍‌ ତ୍ୟାଗରାଜନ୍‌ ମୋବାଇଲ ଫୋନ ବ୍ୟବହାର କରନ୍ତି ନାହିଁ । ସେ ଭାବନ୍ତି ମୋବାଇଲ ବ୍ୟବହାର କଲେ ଧ୍ୟାନ ହଟିଥାଏ ।

ଏକ ଲକ୍ଷ ଲୋକ କାମ କରନ୍ତି...

ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ି କିଣିବାକୁ ଚାହୁଁଥିବା ଭାରତର ଗରିବ ଲୋକଙ୍କୁ ଋଣ ଯୋଗାଇବା ପାଇଁ ଜଣାଶୁଣା ତ୍ୟାଗରାଜନ୍‌ଙ୍କ କମ୍ପାନୀ ଶ୍ରୀରାମ, ବୀମା ଠାରୁ ଆରମ୍ଭ କରି ବିଭିନ୍ନ ସେକ୍ଟରରେ ପ୍ରାୟ ୧୦୮,୦୦୦ କର୍ମଚାରୀଙ୍କ ସହ ଏହି କମ୍ପାନୀ ଗଢି ଉଠିଛି । ଚଳିତ ବର୍ଷ ଶ୍ରୀରାମ ଫାଇନାନ୍ସର ସେୟାର ପ୍ରାୟ ୩୩  ପ୍ରତିଶତ ବୃଦ୍ଧି ପାଇଛି । ଗତ ତିନିବର୍ଷ ମଧ୍ୟରେ ଷ୍ଟକ୍ ରିଟର୍ଣ୍ଣ ୧୭୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।