/odishatv-khabar/media/post_attachments/uploadimage/library/16_9/16_9_0/Leap_Year_1709193628.jpg)
Leap Year
ଆପଣଙ୍କ ଜନ୍ମ ତାରିଖ ଫେବ୍ରୁଆରୀ ୨୯ କି ? କିମ୍ବା ଆପଣଙ୍କ ଘରେ କୌଣସି ଛୋଟ ପିଲାଙ୍କ ଜନ୍ମ ତାରିଖ ଫେବ୍ରୁଆରୀ ୨୯ ରହିଛି କି ? ତେବେ ଆପଣ ପ୍ରତିବର୍ଷ କେଉଁ ତାରିଖକୁ ଜନ୍ମଦିନ ଭାବେ ପାଳନ କରିବେ । କାରଣ ଫେବ୍ରୁଆରୀ ୨୯ ତାରିଖ ଅଧିବର୍ଷ ଅନୁସାରେ ୪ ବର୍ଷରେ ଥରେ ଆସିଥାଏ । ତେଣୁ ଫେବ୍ରୁଆରୀ ୨୯ ତାରିଖକୁ ଜନ୍ମଦିନ ଭାବେ ପାଳନ କରିବାକୁ ସମ୍ଭବ ହୋଇନଥାଏ । ତେବେ ଏପରି ସମୟରେ ଜନ୍ମଦିନ ପାଳନ କରିବାକୁ ଆପଣ କେଉଁ ତାରିଖକୁ ଧାର୍ଯ୍ୟ କରିବେ । ଫେବ୍ରୁଆରୀ ୨୮ ନା ମାର୍ଚ୍ଚ ୧ ।
ଫେବ୍ରୁଆରୀ ୨୯ ତାରିଖ । ଏହି ଦିନଟିକୁ ସମସ୍ତେ ସ୍ୱତନ୍ତ୍ର ବୋଲି ଧରିଥା’ନ୍ତି । କାରଣ ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡ଼ୁଥିବାରୁ ଫେବ୍ରୁଆରୀରେ ୨୯ ତାରିଖ ଆସିଥାଏ । ସାଧାରଣ ବର୍ଷ ୩୬୫ ଦିନ ବଦଳରେ ଏହି ବର୍ଷ ୩୬୬ ଦିନ ହୋଇଥାଏ । ହେଲେ ଆପଣ ଜଣନ୍ତି କି, ଏହି ଦିନ ଯଦି ଜଣେ ଶିଶୁ ଜନ୍ମନିଏ ତେବେ ତା’ର ଜନ୍ମ ଦିନ ପ୍ରତିବର୍ଷ କେଉଁ ତାରିଖକୁ ଧରାଯାଏ । ଆସନ୍ତୁ ଜାଣିବା...
ଫେବ୍ରୁଆରୀ ୨୯ ତାରିଖରେ ଜନ୍ମ ନେଇଥିବା ପିଲାମାନଙ୍କ ପାଇଁ ଜନ୍ମଦିନ ଲଜିଷ୍ଟିକ୍ ଦୃଷ୍ଟିକୋଣରୁ ଟିକିଏ ଚିନ୍ତା ଦାୟକ । କାରଣ ସେମାନେ ତାଙ୍କ ଜନ୍ମଦିନ ପାଳନ କରିବାକୁ ସଠିକ୍ ତାରିଖ ପାଆନ୍ତି ନାହିଁ । ହେଲେ ସରକାରୀ ତଥ୍ୟ ଅନୁସାରେ ଏହି ପିଲାମାନଙ୍କ ଜନ୍ମଦିନକୁ ଫେବ୍ରୁଆରୀ ୨୮ କିମ୍ବା ମାର୍ଚ୍ଚ ୧କୁ ତାଲିକାଭୁକ୍ତ କରାଯାଇଥାଏ ।
ଆଇନ୍ ଅନୁସାରେ ଫେବ୍ରୁଆରୀ ୨୯ ତାରିଖରେ ଜନ୍ମ ନେଇଥିବା ପିଲାମାନଙ୍କ ଜନ୍ମଦିନ ଫେବ୍ରୁଆରୀ ୨୮କୁ ଧରାଯାଏ । ଏପରି ପିଲା ପ୍ରାୟ ୫୦ ଲକ୍ଷ ରହିଛନ୍ତି । ସେମାନଙ୍କ ଜନ୍ମ ଦିନକୁ ଫେବ୍ରୁଆରୀ ୨୮ ବୋଲି ଧରାଯାଏ ।
ତେବେ ଏହି ଘଟଣା ପୃଥିବୀ ପାଇଁ କୌଣସି ଆଶ୍ଚର୍ଯ୍ୟକର କଥା ନୁହେଁ । ଉଦାହରଣ ସ୍ୱରୂପ ମଙ୍ଗଳ ଗ୍ରହ ମଧ୍ୟ ସୂର୍ଯ୍ୟ ଚାରିପଟେ ବୁଲୁଥାଏ । ପ୍ରତି ବର୍ଷ ଅପେକ୍ଷା ଏହାର ଅଧିକ ଦିନ ରହିଛି । ମଙ୍ଗଳ ଗ୍ରହରେ ଗୋଟିଏ ବର୍ଷ ୬୬୮ ସୋଲ୍ସ ହୋଇଥାଏ । ହେଲେ ସୂର୍ଯ୍ୟଙ୍କ ଚାରିପାଖରେ ଗୋଟିଏ କକ୍ଷପଥ ସଂପୂର୍ଣ୍ଣ କରିବା ପାଇଁ ମଙ୍ଗଳ ପାଇଁ ୬୬୮.୬ ସୋଲ୍ସର ଆବଶ୍ୟକତା ରହିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)