Advertisment

ପୁଅ କୋଟିପତି କ୍ରିକେଟର୍... ଏବେବି ସିକ୍ୟୁରିଟି ଗାର୍ଡ ଅଛନ୍ତି ବାପା

ସବୁ କ୍ରିକେଟର ବିମାନବନ୍ଦର ବାହାରକୁ ଆସିବାର ମୁଁ ଦେଖେ। ହେଲେ ମୋତେ କେହି ଦୃଷ୍ଟି ଦିଅନ୍ତି ନାହିଁ। ସେମାନେ ମୋତେ ଦେଖିବେ ବା କାହିଁକି? ମୁଁ ସାମାନ୍ୟ ସିକ୍ୟୁରିଟି ଗାର୍ଡ।

author-image
Sonali Ojha
ଅଦ୍ୟତନ ହୋଇଛି
Francis Xavier Minz

Francis Xavier Minz

ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୪ ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ନଜର ଆସିବେ ଜଣେ ଆଦିବାସୀ କ୍ରିକେଟର। ଚଳିତ ବର୍ଷ ଲାଗି ତାଙ୍କୁ ଗୁଜୁରାଟ ଟାଇଟନ୍ସ ୩.୬୦ କୋଟି ଟଙ୍କାରେ କିଣିଛି। ତେବେ ଏହି କ୍ରିକେଟରଙ୍କ ବାପା ଆଜି ବି ଏୟାରପୋର୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି।

Advertisment

ଆଇପିଏଲରେ ଖେଳିବେ ଆଦିବାସୀ କ୍ରିକେଟର ରବିନ ମିଞ୍ଜ। ପ୍ରଥମ ଆଦିବାସୀ କ୍ରିକେଟର ଭାବେ ସେ ମୈଦାନକୁ ଓହ୍ଲାଇବେ। ହେଲେ ରବିନଙ୍କ ବାପା ଫ୍ରାନ୍ସିସ ଜାଭିଅର ମିଞ୍ଜ ବିମାନବନ୍ଦରରେ ସିକ୍ୟୁରିଟି ଗାର୍ଡ କାର୍ଯ୍ୟ କରନ୍ତି । ସେ ବିମାନବନ୍ଦରରେ ପ୍ରତି ଦିନ ହଜାର ହଜାର ଲୋକ ଯିବାଆସିବା କରୁଥିବାର ଦେଖନ୍ତି। ସେ ସବୁବେଳେ ଭାବୁଥିଲେ ଯେ ତାଙ୍କ ପୁଅ ଦିନେ ଏହି ସ୍ଥାନରେ ପହଞ୍ଚିବ।

ବାପାଙ୍କର ଏହି ସ୍ୱପ୍ନ ଏବେ ପୂରଣ କରିବେ ରବିନ। ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇପିଏଲ ୨୦୨୪ ନିଲାମୀରେ ରବିନ ମିଞ୍ଜଙ୍କୁ ଗୁଜୁରାଟ ଟାଇଟାନ୍ସ କିଣିଛି । ଯାହା ପରେ ରବିନ୍ ଲାଇମଲାଇଟରେ ଆସିଥିଲେ। ଏହି ଆଇପିଏଲରେ ଖେଳିଲେ ରବିନ ହେବେ ପ୍ରଥମ ଆଦିବାସୀ କ୍ରିକେଟର। ଏଣୁ ବର୍ତ୍ତମାନ ତାଙ୍କ ପରିବାର ଓ ସମସ୍ତେ ରବିନଙ୍କୁ ଆଇପିଏଲ୍ ୨୦୨୪ରେ ଦେଖିବାକୁ ଚାହୁଁଛନ୍ତି।

Advertisment

ଫ୍ରାନ୍ସିସ୍ କହିଛନ୍ତି, ସବୁ କ୍ରିକେଟର ବିମାନବନ୍ଦର ବାହାରକୁ ଆସିବାର ମୁଁ ଦେଖେ। ହେଲେ ମୋତେ କେହି ଦୃଷ୍ଟି ଦିଅନ୍ତି ନାହିଁ। ସେମାନେ ମୋତେ ଦେଖିବେ ବା କାହିଁକି? ମୁଁ ସାମାନ୍ୟ ସିକ୍ୟୁରିଟି ଗାର୍ଡ। ଯଦିଓ ତାଙ୍କ ପୁଅର ଆଇପିଏଲରେ ଖେଳିବେ, ତଥାପି ଭାରତୀୟ କ୍ରିକେଟ ଟିମରେ ସାମିଲ ହେବାକୁ ଅନେକ ଲମ୍ୱା ରାସ୍ତା ଯିବାର ଅଛି। ସେ ଏବେ କ୍ୟାରିୟର ଆରମ୍ଭ କରିଛନ୍ତି।

ତାଙ୍କ ଚାକିରି ବିଷୟରେ ଫ୍ରାନ୍ସିସ୍ କହିଛନ୍ତି, "ଏହା ମୋର କାମ, କେହି ଯେପରି ବିନା ଆଇଡିରେ ବିମାନବନ୍ଦରକୁ ପ୍ରବେଶ ନ କରିବେ ତାହା ମୁଁ ଯାଞ୍ଚ କରିବି। ଆପଣ ଜାଣି ନାହାଁନ୍ତି କାହାର ହାତରେ ବନ୍ଧୁକ ଅଛି। ଗୋଟିଏ ଭୁଲ ମୋର ଚାକିରି ପ୍ରତି ବିପଦ ସୃଷ୍ଟି କରିପାରେ। ଫ୍ରାନ୍ସିସ୍ ପ୍ରାୟ ଦୁଇ ଦଶନ୍ଧି ଧରି ସେନାରେ ଚାକିରି କରିବା ପରେ ବର୍ତ୍ତମାନ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ଆର୍ଥିକ ସ୍ତରରେ ଦୁର୍ବଳ ନଥିଲେ ବି ସେ ଚାକିରି କରିବେ ବୋଲି କହିଛନ୍ତି।

ଫ୍ରାନ୍ସିସ୍ କହିଛନ୍ତି, "ମୋ ପୁଅ ଜଣେ ଆଇପିଏଲ୍ ଖେଳାଳି। ଅବଶ୍ୟ ପରିବାରରେ ଆର୍ଥିକ ସମସ୍ୟା ନାହିଁ। କିନ୍ତୁ ଜୀବନ କ’ଣ ହେବ ତାହା କାହାକୁ ଜଣାନାହିଁ। ମୋର ଅନେକ ସହକର୍ମୀ ମୋତେ ପଚାରନ୍ତି ମୁଁ କାହିଁକି ଚାକିରି କରୁଛି ? ମୁଁ ସେମାନଙ୍କୁ କହିଲି ଯେପର୍ଯ୍ୟନ୍ତ ମୁଁ ସୁସ୍ଥ ଅନୁଭବ କରୁଛି ସେ ପର୍ଯ୍ୟନ୍ତ ମୁଁ ମୋର କାମ ଜାରି ରଖିବି। ଯଦି ମୁଁ ନିଜ ପାଇଁ କିଛି ରୋଜଗାର ନକରେ ତେବେ ମୁଁ ଶାନ୍ତିରେ ଶୋଇ ପାରିବି ନାହିଁ। "

IPL Security Guard
Advertisment
Advertisment