• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କଥାରେ ଅଛି ଉଚ୍ଚ ସ୍ୱପ୍ନ ଦେଖ ଓ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କର । ଜଣେ ବ୍ୟକ୍ତି ନିଜ ପରିଶ୍ରମ ଆଧାରରେ ବଡ଼ ବଡ଼ ସମସ୍ୟାରୁ ରକ୍ଷା ଓ ସଫଳତା ମଧ୍ୟ ପାଇଥାଏ । ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓରେ, ଜୋମାଟୋ ଡେଲିଭରି ବୟ ଟ୍ରାଫିକ୍‌ରେ ଫସିଥିବା ସମୟରେ ମଧ୍ୟ UPSC ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଲୋକଙ୍କ ହୃଦୟ ଜିତୁଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ରହିଛି । କିନ୍ତୁ ଏହା ସତ୍ତ୍ୱେ ଜୋମାଟୋ ଡେଲିଭରି ବୟ ସମୟକୁ ନଷ୍ଟ ନ କରି ପାଠ ପଢିବାରେ ବ୍ୟସ୍ତ ରହିଛନ୍ତି । ଭିଡ଼ିଓରେ ଯାହା ଦେଖିବାକୁ ମିଳୁଛି ସେ ଅନ୍‌ଲାଇନ୍‌‌ କ୍ଲାସ୍‌ କରୁଛନ୍ତି । ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜଣେ ବ୍ୟକ୍ତି ସେୟାର କରିଛନ୍ତି ।

 

ଭିଡିଓ ସେୟାର କରିବାବେଳେ ବ୍ୟକ୍ତି ଜଣକ ଲେଖିଛନ୍ତି, 'ଏହି ଭିଡିଓ ଦେଖିବା ପରେ, ମୁଁ ଭାବୁ ନାହିଁ ଆପଣଙ୍କୁ ପାଠ ପଢିବା ପାଇଁ ଆଉ ବିଶେଷ ପ୍ରେରଣା ଦରକାର ବୋଲି’ । ଏହି ଭିଡିଓଟି ମଧ୍ୟ ଲୋକଙ୍କ ହୃଦୟ ଜିତୁଛି ।

ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ଲୋକମାନେ ମଧ୍ୟ ପ୍ରବଳ କମେଣ୍ଟ ଦେଉଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ଏହା ମଧ୍ୟ ଏକ ଦୁର୍ଘଟଣାର କାରଣ ହୋଇପାରେ । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, 'ସମସ୍ତଙ୍କ ଅବସ୍ଥା ସମାନ ନୁହେଁ ।' ଏହି ସମୟରେ, ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, 'ଏହା ବହୁତ ପ୍ରେରଣାଦାୟକ ଘଟଣା ।'