ଆଖିରୁ ବୋହିଯାଉଛି ବେଦନାର ଲୁହ । ଯନ୍ତ୍ରଣା ଏତେ ଯେ କାହାକୁ ଦେଖି ଦେଲେ କୋହ ସମ୍ଭାଳି ପାରୁନାହାନ୍ତି । ସେଇଥି ଲାଗି ତ ଆଖିରୁ ଅହରହ ଝରାଉଛନ୍ତି ଲୁହ । ଚମ ଧୁଡୁଧୁଡୁ ହେଲାଣି...ଅଣ୍ଟା ମୋଡି ହୋଇଗଲାଣି । ବିନା ସାହାରାରେ ପାଦେ ଚାଲିବା ବି କଷ୍ଟ । ହେଲେ ଏମିତି ସମୟରେ ବୟସର ଅପରାହ୍ନରେ ଏକା ଏକା ବଂଚିବାକୁ ସେ ବାଧ୍ୟ ହେଉଛନ୍ତି । ସେବା ଯତ୍ନ ସତେ ଯେମିତି ତାଙ୍କ ଭାଗ୍ୟରେ ନାହିଁ ।
ପରିବାର ମୁହଁରେ ଆହାର ଦେବାକୁ ବେଙ୍ଗାଲୁରୁ ଯାଇଥିଲା ଭେଣ୍ଡିଆ ପୁଅ । କାଠଗଣ୍ଡିରେ ଚାପି ହେବାରୁ ମେଡିକାଲରେ ପଡିପଡି ଆଖି ବୁଜିଲା । ଆଉ ଯେତେବେଳେ ମାଆ ପାଖରେ ପୁଅର ମୃତ୍ୟୁ ଖବର ପହଞ୍ଚିଲା
୯୯ ବାତ୍ୟାରେ ଘର ଭାଙ୍ଗିଲା, ଫନି ମୂଳପୋଛ କରିଦେଲା । ଘର ଖଣ୍ଡିଏ ଲାଗି ଦୌଡି ଦୌଡି ନୟାନ୍ତ ହେଲେଣି କିନ୍ତୁ ଘର ମିଳିଲାନି । ୧୦ ହଜାର ଦେଲେ ଯେ ସେତିକିରେ ଘର ହେବ କେମିତି ? ବାବୁଙ୍କ ପାଖକୁ ଗଲା ବେଳକୁ
ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ । କ୍ୟାନସର ରୋଗରେ ଘାଣ୍ଟି ହେଉଛନ୍ତି ସ୍ୱାମୀ । ନାକରେ ନଳି ଲଗାଇ ଖାଇବାକୁ ଦେବା ସହିତ ଦିନରାତି ସେବା କରୁଛି ସ୍ତ୍ରୀ । ଚିକିତ୍ସା ପାଇଁ କାନ୍ଦି କାନ୍ଦି ମାଗୁଛି ସାହାଯ୍ୟ
ଆମେ କହୁଛୁ ବାଲେଶ୍ୱରର ସେଇ ବୟସ୍କା ବୃଦ୍ଧାଙ୍କ କଥା । ଯାହାଙ୍କ ପେନସନ ଟଙ୍କା ଆସୁଥିବା ଆକାଉଣ୍ଟକୁ ୟୁକୋ ବ୍ୟାଙ୍କ ଅଚଳ କରିଦେଇଥିଲା । ସ୍ୱାମୀ ବଂଚିଥିବା ବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଲୁଥିଲା
ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ
ନୀଳଗିରି ବ୍ଲକ୍ ପୋଡାଶୂଳ ଗାଁର ସୁଲୋଚନା ବେହେରା । ବୟସ ୯୦ ପାର ହେଲାଣି । ସ୍ୱାମୀ ସରକାରୀ ଚାକିରି କରିଥିଲେ...ମାସକୁ ଦରମା ଟଙ୍କାରେ ଏମାନେ ବେଶ୍ ଭଲରେ ଚଳୁଥିଲେ । ସ୍ୱାମୀଙ୍କ ଅବର୍ତ୍ତମାନରେ ନିୟମ ଅନୁସାରେ ସୁଲୋଚନାଙ୍କୁ ପେନସନ ମିଳୁଥିଲା
ସ୍ୱାମୀ ପର ଘରେ ମଜୁରୀ ଖଟିଲେଏ ଘରେ ଚୁଲି ଜଳିବ । ସେଇଠି ନୂଆ ଘର କଥା ପଚାରେ ବା କିଏ ? ସେଇଥି ଲାଗି ତ ପଲିଥିନ୍ ତଳେ ବିତୁଛି ଜୀବନ । ପୂରା ଜୀବନଟା ସେହି ଘରେ କଟିଗଲାଣି । ଭାବିଥିଲେ ବୟସର ଅପରାହ୍ନରେ ପହଞ୍ଚିବା ପରେ ଆବାସ ଯୋଜନାରେ ଘର ମିଳିବ, ଟିକିଏ ଶାନ୍ତିରେ ରହିବେ । ହେଲେ ସେ ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ମୋଟ୍ ଉପରେ ଆବାସ ତାଙ୍କ ଲାଗି ଉପହାସ ପାଲଟିଗଲା । ଘର ଖଣ୍ଡିଏ ଲାଗି ପ୍ରଶାସନିକ ବଡବାବୁଙ୍କୁ ଗୁହାରି କରି କରି ଥକିପଡିଲେଣି ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ।
ନୁଆଣିଆ ଭଙ୍ଗା ଘର । ଆଉ ତା’ରି ଭିତରେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଗୋଟିଏ କି ଦୁଇଟି ନୁହେଁ ବରଂ ତିନି ତିନୋଟି ପରିବାର ରହୁଛନ୍ତି ଏହି ଘରେ । ସେଇଠି ଖାଇବା ପୁଣି ସେଇଠି ଶୋଇବା । ଏହି ଘରେ ପାଦେ ପାଦେ ବିପଦ ଅଛି । ହେଲେ ଉପାୟ ବି କିଛି ନାହିଁ ।
ଦୁର୍ଘଟଣା ପରେ ୩ ଥର ଅପରେସନ୍ ହେଲାଣି । ସରକାରୀ ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି...ଚିକିତ୍ସା ମିଳୁନି କି କେହି ପାଖକୁ ଆସୁନାହାନ୍ତି । ବିଛଣାରେ ଝାଡା ପରିସ୍ରା କରୁଛନ୍ତି , ଚିକିତ୍ସା ପାଇଁ କରୁଛନ୍ତି ନିବେଦନ
ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ
ରୋଜଗାର କରୁଥିଲେ ପରିବାର ଚଳୁଥିଲା । ଅଜଣା ରୋଗରେ ପଡିବା ପରେ ଭୋକ ଉପାସରେ ପରିବାର । ଖାଇବାକୁ ପାଉନାହାନ୍ତି ପିଲା । କାନ୍ଦିକାନ୍ଦି ବାପାଙ୍କୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଆପଣ ସାହାଯ୍ୟ କଲେ ବଞ୍ଚିଯିବ ରାଜୀବଙ୍କ ପରିବାର।
ମଥାଣ ଓଲାରି ଗଲାଣି । ବାଉଁଶ ଭାଙ୍ଗିଗଲାଣି । ଘରେ ପଶୁ ବି ରହିବନି । ହେଲେ ବି ଏମିତି ଦଦରା ଘରେ ରହୁଛନ୍ତି ଗୋଟିଏ ପରିବାର । ଘର ଖଣ୍ଡିଏ ଲାଗି ଦୌଡି ଦୌଡି ନୟାନ୍ତ ହେଲେଣି... ବାବୁ କହୁଛନ୍ତି ନୂଆ ତାଲିକାକୁ ଅପେକ୍ଷା କର, ଦେଖିବା...
ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ ।
ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ.. ଏପଟେ କୋଳରେ ୬ଟି କଅଁଳ ଜୀବନ… ମଥାର ସିନ୍ଦୂର ଲିଭିଗଲା ପରେ.. ମାଡ଼ିବସିଛି ଦୁଃଖର ପାହାଡ଼..ଏ ହେଉଛି ଜଣେ ଅସହାୟ ମାଆର କାହାଣୀ..
ଆଜି ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ଓ ଶ୍ରଦ୍ଧା ଯୋଗୁଁ ଗାଁରେ କେବେ ବିପତ୍ତି ଆସି ନାହିଁ । ଲୋକମାନେ ପ୍ରତିବର୍ଷ ଏକଜୁଟ ହୋଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଗାଁର ମଙ୍ଗଳ କାମନା କରନ୍ତି ।
ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା
ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ
ବାପା ନାହାନ୍ତି କି ମାଆ ନାହାନ୍ତି...କାନ୍ଥରେ ଲାଗିଥିବା ଫଟୋକୁ ଧରି ଭୋ ଭୋ କାନ୍ଦୁଛନ୍ତି ୨ ଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା
ଓଃ କି ଦୁଃଖ ! ମାଆ ଚାଲିଗଲା, ବାପା ଦାଦନ ଗଲେ । ଘର ନାହିଁ କି ରାସନ ନାହିଁ । ଦୁଇ କୁନି ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଜୀବନକୁ ବାଜିରେ ଲଗାଇ ଦେଇଛି ବଡ ଭଉଣୀ । ସ୍ୱପ୍ନ ଦେଖିବା ବୟସରେ ପରିବାରର ମୁଣ୍ଡାଇଛି ବୋଝ।
ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି... ରାକ୍ଷୀ ବାନ୍ଧିବା ପାଇଁ ହାତରୁ ଖୋଲିଛି ଗାମୁଛା
ଘରେ ଘରେ.. ଗାଁ ଗାଁରେ ସମସ୍ତଙ୍କର ପ୍ରିୟ ସୁବାସ ସାର୍ । ଶିକ୍ଷକତା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ, ଏବେ ପୁଣି ଥରେ ରାଷ୍ଟ୍ରପତି ପୁରସ୍କାର ପାଇବେ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ।
ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି
ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?
ଏବେ ବାପା-ମା’ଙ୍କ ସେବା ନକଲେ ମିଳିବନି ସମ୍ପତ୍ତି । ଯଦି କୌଣସି ସନ୍ତାନ ତାଙ୍କ ପିତାମାତାଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡ଼ିବ ।