ଧନର ପ୍ରତୀକ ମା’ ଲକ୍ଷ୍ମୀଙ୍କୁ ପ୍ରତ୍ୟେକ ଓଡ଼ିଆ ଭକ୍ତିର ସହ ପୂଜା କରନ୍ତି। ଆଜି ମାଣବସା ଗୁରୁବାରର ପ୍ରଥମ ପାଳି। ଏହି ଅବସରରେ ଆସନ୍ତୁ ମହାଲକ୍ଷ୍ମୀଙ୍କୁ ନେଇ ଏକ କାହାଣୀ ଉପରେ ନଜର ପକେଇନେବା।
ଆଜି ଓଡ଼ିଶାର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ। ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ। ନୂଆ ପୋଷାକ ସାଙ୍ଗକୁ ହଳଦିପତର ପିଠା(ଏଣ୍ଡୁରି)ର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର।
ପ୍ରଥମାଷ୍ଟମୀ ପାଇଁ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜାର୍ଚ୍ଚନା । ବଡ଼ ପୁଅ ଝିଅଙ୍କୁ ନୂତନ ବସ୍ତ୍ର ପିନ୍ଧାଇ କରାଯାଏ ବନ୍ଦାପନା ।
ପ୍ରଥମାଷ୍ଟମୀ ହଳଦୀପତ୍ର ଦିଆ ଏଣ୍ଡୁରି ପିଠାର ମହତ୍ତ୍ୱ ରହିଛି। ହଳଦୀପତ୍ର ଦିଆ ଏଣ୍ଡୁରି ପିଠା ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ଆସନ୍ତୁ ଜଣିବା ପ୍ରଥମାଷ୍ଟମୀରେ କାହିଁକି ହୁଏ ଏଣ୍ଡୁରି ପିଠା।
ଯାହା କେଉଁଠି ମିଳେନି, ତାହା ବାଲିଯାତ୍ରାରେ ମିଳେ । ସେ ସୁସ୍ୱାଦୁ ଖାଦ୍ୟ ହେଉ ଅବା ଘରକରଣା ସାମଗ୍ରୀ ।
ବାଲିଯାତ୍ରାରେ ଟାଟୁ କରିବାର ଏକ ନିଆରା ମଜା । ଗ୍ରାହକଙ୍କ ପସନ୍ଦକୁ ଦେଖି ବାଲିଯାତ୍ରାକୁ କଲିକତାରୁ ଆସିଛନ୍ତି ଟାଟୁ କାରିଗର ।
ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି।
ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ ରହିଛି ଏଥର ବାଲିଯାତ୍ରାରେ । ପିଠା ସହିତ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ଖାଣ୍ଟି ଓଡ଼ିଆ ଘରର ଖାଇବା ।
ଆଜି ଶ୍ରୀମନ୍ଦିରରେ ମାର୍ଗଶୀର- କୃଷ୍ଣ ସପ୍ତମୀ ପାଳନ କରାଯିବ । ଫଳରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ ।
ବରା ତ ଖାଇଥିବେ ହେଲେ କେବେ ମାଛ ଆମ୍ବିଳ ସହ ବରା ଖାଇଛନ୍ତି? ଟଙ୍କ ତୋରାଣି ତ ପିଇଥିବେ ହେଲେ ବୋତଲରେ ପ୍ୟାକିଂ ହେବା କେବେ ଦେଖିଛନ୍ତି ?
ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ ।
କାଶ୍ମୀର, ଗୁଜୁରାଟ, ଆସାମ, ଦିଲ୍ଲୀ, ପଞ୍ଜାବ, କୋଲକାତା ଆଦି ୨୨ଟି ରାଜ୍ୟର ବ୍ୟବସ୍ୟାୟୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିଛନ୍ତି । ଅନ୍ୟ ରାଜ୍ୟର ମେଳା ଅପେକ୍ଷା ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମାନେ ଏଠାକୁ ଆସନ୍ତି ବୋଲି କହିଛନ୍ତି ।
ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ଜମୁଛି କଟକର ଐତିହାସିକ ମେଳା । ଦିନ ଗଡ଼ିବା ସହ ମେଳାରେ ବଢ଼ି ବଢ଼ି ଚାଲିଛି ଭିଡ ।
ବାଲିଯାତ୍ରାରେ ଗବ୍ବର ସିଂ ଚାଏର ମଜା। ଶୀତୁଆ ପାଗରେ ଜମୁଛି ଗବ୍ବର ଚା। ଚା ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ। ନାଁ ଯେମିତି ଭିନ୍ନ, ସେତିକି ଅଧିକ ସ୍ୱାଦ ।
ମହାରାଜ କଂସଙ୍କୁ କରାଗଲା ବରଣ। ବିନିକାରେ ଚାଲିବ କଂସ ଦରବାର।
ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ ।
ମୋବାଇଲ୍ ଫୋନ୍ ରେ କଥା ହୋଇପାରୂନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରତିବର୍ଷ ଭଳି ଏବର୍ଷ ବି ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ ।
ଜମୁଛି କଟକ ବାଲିଯାତ୍ରା । ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ। ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।
ଟନେଲ୍ ଭିତରେ ସମୁଦ୍ର ତଳର ନିଆରା ଅନୁଭୂତି । ଯୁଆଡେ ଆଖି ବୁଲାଇବେ, ଦେଖିବାକୁ ମିଳିବ ଭଳିକି ଭଳି ଜଳଜୀବ ।
ବ୍ୟବସାୟୀଙ୍କୁ ସିଏମସି ଟିମ ତାଗିଦ କରିବା ସହ ଏପରି ଆଗକୁ କଲେ ବଡ ଫାଇନ ଓ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି।
ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଛାଡ଼ଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ....ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍, ମଟନ୍ କିଣୁଛନ୍ତି ଲୋକେ
ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ। ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କିନ୍ତୁ ଛାଡଖାଇ ଦିନ ଆମିଷ ବଜାରରେ ଦେଖାଦିଏ ଭିଡ। ତେବେ ଏହିଦିନ ଆମିଷ ଖାଇବା ଠିକ୍ କି…