Advertisment

National Road Safety Week 2024: ବାଇକ୍ ଆରୋହୀଙ୍କ ପାଇଁ ପାଞ୍ଚ ଜରୁରୀ ସଡକ ସୁରକ୍ଷା ନିୟମ; ନ ମାନିଲେ ଏମିତି ଦଣ୍ଡ

ଦେଶରେ ଦୈନିକ ଦୁର୍ଘଟଣାର ୩୫.୨% ପାଇଁ ଦୁଇ ଚକିଆ ଆରୋହୀ ଦାୟୀ। ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଦୁଇ ଚକିଆ ଯାନ ଚାଳକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦୁଇ ଚକିଆ ଯାନ ପାଇଁ ଟ୍ରାଫିକ ନିୟମ ପ୍ରସ୍ତୁତ କରାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Five Road Safety rules for bike rider

Five Road Safety rules for bike rider

ଭାରତ ସରକାର ଅଧିନରେ ଥିବା ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ପ୍ରତିବର୍ଷ ‘ଜାତୀୟ ସଡକ ସୁରକ୍ଷା ସପ୍ତାହ’ ପାଳନ କରିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରେ। ସଡକ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସପ୍ତାହ ୧୧ ରୁ ୧୭ ଜାନୁୟାରୀ ପର୍ଯ୍ୟନ୍ତ ପାଳନ କରାଯାଏ। ‘ଜାତୀୟ ସଡକ ସୁରକ୍ଷା ସପ୍ତାହ’ ହେଉଛି ଜନସାଧାରଣଙ୍କୁ ବେପରୁଆ କିମ୍ବା ଦାୟିତ୍ୱହୀନ ଡ୍ରାଇଭିଂର ବିପଦ ବିଷୟରେ ଶିକ୍ଷା ଦେବା।

Advertisment

ଆକଳନ ଅନୁଯାୟୀ ଦେଶରେ ଦୈନିକ ଦୁର୍ଘଟଣାର ୩୫.୨% ପାଇଁ ଦୁଇ ଚକିଆ ଆରୋହୀ ଦାୟୀ। ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଦୁଇ ଚକିଆ ଯାନ ଚାଳକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୁଇ ଚକିଆ ଯାନ ପାଇଁ ଟ୍ରାଫିକ ନିୟମ ପ୍ରସ୍ତୁତ କରାଯାଇଛି।

ଟ୍ରାଫିକ ନିୟମ ପାଳନ ନ କରି ଭାରତୀୟ ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ଏକ ଦଣ୍ଡନୀୟ ଅପରାଧ। ଏନେଇ ଉଭୟ ଜରିମାନା ଏବଂ କାରାଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଭାରତରେ ଦୁଇ ଚକିଆ ଯାନ ଚଳାଇବାର ନିୟମ ୧୯୮୮ର ମୋଟର ଯାନ ଅଧିନିୟମରେ ଦିଆଯାଇଛି ଏବଂ ଦେଶର ସମସ୍ତ ଦୁଇ ଚକିଆ ଚାଳକ ଏହାକୁ କଡାକଡି ଭାବେ ପାଳନ କରିବା ଉଚିତ।

Advertisment

ତେବେ ଏହି ଦୁର୍ଘଟଣାକୁ ଏଡାଇବା ପାଇଁ ବାଇକ୍ ଆରୋହୀଙ୍କ ପାଇଁ ଥିବା କେତେକ ଜରୁରୀ ନିୟମ ବିଷୟରେ ଜାଣିନେବା।

ମୌଳିକ ଟ୍ରାଫିକ୍ ନିୟମ:

  • ସମସ୍ତ ବାଇକ୍ ଆରୋହୀ ହେଲ୍‌ମେଟ୍‌ ପିନ୍ଧିବା ଜରୁରୀ
  • ଗାଡି ଚଳାଇବା ସମୟରେ ସଠିକ୍ ସଙ୍କେତ ବ୍ୟବହାର କରିବା ଉଚିତ
  • ବାଇକ୍ ପଛରେ କେବଳ ଜଣେ ବସିବା
  • ଚାଳକ ସବୁବେଳେ ରାସ୍ତାକୁ ଧ୍ୟାନ ଦେବା
  • ଯତ୍ନର ସହିତ ଓଭରଟେକିଂ କରିବା

ବୈଧ ଲାଇସେନ୍ସ ରଖିବା:

ଭାରତରେ ବୈଧ ଲାଇସେନ୍ସ ବିନା ଯେକୌଣସି ଗାଡି ଚଳାଇବା ଅପରାଧ। ବିନା ଲାଇସେନ୍ସରେ ଗାଡି ଚଳାଉଥିବା ଲୋକଙ୍କୁ ୫,୦୦୦ ଟଙ୍କା ଜରିମାନା ନଚେତ ଜେଲଦଣ୍ଡର ବ୍ୟବସ୍ଥା ଅଛି।

ମଦ୍ୟ ପାନ କରି ଗାଡି ନ ଚଳେଇବା:

କୌଣସି ଦୁଇ ଚକିଆ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଇବା ଉଚିତ୍ ନୁହେଁ। ଯଦି ଆଲ୍‌କହଲ ମିଟରରେ ୧୦୦ ମିଲିଲିଟର ରକ୍ତରେ ଏକ ଆଉନ୍ସ ମଦ୍ୟପାନ ଦେଖାଯାଏ, ତେବେ ଆରୋହୀଙ୍କୁ କୌଣସି ଆଇନଗତ ୱାରେଣ୍ଟ ବିନା ଘଟଣାସ୍ଥଳରେ ଗିରଫ କରାଯିବ। ଏନେଇ ୧୦ ହଜାର ଟଙ୍କା ଜରିମାନା ନଚେତ ୬ ମାସର ଜେଲ୍ ଦଣ୍ଡ ରହିଛି।

ବେପରୁଆ ଭାବେ ଗାଡି ନ ଚଲେଇବା:

ବେପରୁଆ ଗାଡି ଚାଳନା ବିପଜ୍ଜନକ ଏବଂ ରାସ୍ତାରେ ଦୁର୍ଘଟଣାର ଏକ ପ୍ରମୁଖ କାରଣ ମଧ୍ୟ। ଏହା ମଧ୍ୟ ଏକ ଦଣ୍ଡନୀୟ ଅପରାଧ। ଏନେଇ ବାଇକ୍ ଆରୋହୀଙ୍କୁ ୧୦୦୦ ଟଙ୍କାରୁ ଜରିମାନା ଦେବାକୁ ହୁଏ।

ଅତିରିକ୍ତ ଯାତ୍ରୀ ନ ନେବା:

ମୋଟର ଯାନ ଅଧିନିୟମ ଅନୁଯାୟୀ ବାଇକ୍ ଆରୋହୀ ଜଣେରୁ ଅଧିକ ଯାତ୍ରୀଙ୍କୁ ପଛରେ ବସେଇ ପାରିବେ ନାହିଁ। ଏହି ଭୁଲ୍ ପାଇଁ ୨ ହଜାର ଟଙ୍କା ଜରିମାନା କିମ୍ବା ଲାଇସେନ୍ସ୍ ରଦ୍ଦ ବା ୩ ମାସର ଜେଲଦଣ୍ଡ ରହିଛି।

Road Safety Road Safety India National Road Safety Week
Advertisment
Advertisment