ଭାରତର ପର୍ଯ୍ୟଟନ ସ୍ଥଳଗୁଡିର ପ୍ରଚାର ପ୍ରସାର୍ ପାଇଁ ପ୍ରତିବର୍ଷ ୨୫ ଜାନୁଆରୀରେ ‘ଜାତୀୟ ପର୍ଯ୍ୟଟନ ଦିବସ’ ପାଳନ କରାଯାଏ। ଉତ୍ତରରେ କାଶ୍ମୀରଠାରୁ ଦକ୍ଷିଣରେ କନ୍ନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶରେ ଶହ ଶହ ପର୍ଯ୍ୟଟନସ୍ଥଳୀ ଅଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ସର୍ବାଧିକ ଯାତ୍ରୀ ହାଇଦ୍ରାବାଦକୁ ଆସିଥିଲେ। ସହରଗୁଡିକ ଦୃଷ୍ଟିରୁ ହାଇଦ୍ରାବାଦ, ତାପରେ ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତାରେ ସର୍ବାଧିକ ହୋଟେଲ୍ ବୁକିଂ ହୋଇଥିଲା।
ସେହିପରି ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ ପର୍ଯ୍ୟଟକ ଉତ୍ତରପ୍ରଦେଶକୁ ଆସିଥିଲେ। ୨୦୨୩ ମସିହାରେ, ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଚତୁର୍ଥ ସ୍ଥାନରେ ଥିଲା।
Also Read
ଜୟପୁର ଏବଂ ଉଦୟପୁର:
ସମଗ୍ର ଦେଶର ଅଧିକାଂଶ ପର୍ଯ୍ୟଟକ ଜୟପୁର ଏବଂ ଉଦୟପୁର ପରିଦର୍ଶନ କରିବାକୁ ପସନ୍ଦ କରନ୍ତି। ଏହି ଉଭୟ ସହର ଭାରତର ପାରମ୍ପାରିକ ରାଜକୀୟ ଗୌରବକୁ ଦର୍ଶାଏ, ଯାହାକୁ ଉପଭୋଗ କରିବାକୁ ଯାତ୍ରୀମାନେ ଆକର୍ଷିତ ହୁଅନ୍ତି। ଏହା ବ୍ୟତୀତ ଲକ୍ଷ ଲକ୍ଷ ଲୋକ ଜଲ ମହଲ, ଜୟପୁରର ହାୱା ମହଲ ଏବଂ ଉଦୟପୁରର ସିଟି ପ୍ୟାଲେସ୍ ପରିଦର୍ଶନ କରିବାକୁ ଆସନ୍ତି।
ବାରାଣାସୀ:
ଭାରତର ଅଧିକାଂଶ ପର୍ଯ୍ୟଟକ ଧାର୍ମିକସ୍ଥାନରେ ଦେଖିବାକୁ ମିଳନ୍ତି। ବର୍ଷସାରା ଧାର୍ମିକ ସ୍ଥାନରେ ବହୁତ ଭିଡ଼ ଜମିଥାଏ। ଏହିସବୁ ଧାର୍ମିକ ସ୍ଥାନ ମଧ୍ୟରେ ବାରାଣାସୀ ବହୁତ ଲୋକପ୍ରିୟ। ଦେଶର ପୁରାତନ ସହର ବାରାଣାସୀ ଗଙ୍ଗା କୂଳରେ ଅବସ୍ଥିତ। ଏଠାରେ ଥିବା କାଶୀ ବିଶ୍ୱନାଥ ମନ୍ଦିର, ସଙ୍କଟ ମୋଚନ ହନୁମାନ ମନ୍ଦିର, ରାମନଗର ଦୁର୍ଗ, ସାରନାଥ, ମଣିକର୍ଣ୍ଣିକା ଘାଟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
କାଶ୍ମୀର:
ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରେ କାଶ୍ମୀର ମଧ୍ୟ ବହୁତ ଲୋକପ୍ରିୟ। ଭାରତର ବିଭିନ୍ନ ସ୍ଥାନରୁ ଲୋକମାନେ କାଶ୍ମୀରର ଶୀତଳ ଉପତ୍ୟକାକୁ ଛୁଟି କାଟିବାକୁ ଆସନ୍ତି। ଡାଲ ହ୍ରଦରେ ନୌଯାତ୍ରା, ଗୁଲମର୍ଗ, ନାଗିନ୍ ହ୍ରଦ, ଶ୍ରୀନଗର, ପରୀ ମହଲ, ଶଙ୍କରାଚାର୍ଯ୍ୟ ପୀଠ ଏବଂ ପହଲଗାମ ହେଉଛି ମୁଖ୍ୟ ଆକର୍ଷଣ।
କନ୍ୟାକୁମାରୀ:
ଯାହା କନ୍ୟାକୁମାରୀକୁ ସ୍ୱତନ୍ତ୍ର କରିଥାଏ ତାହା ହେଉଛି ଭାରତ ମହାସାଗର, ଆରବ ସାଗର ଏବଂ ବଙ୍ଗୋପସାଗରର ମିଳନ। ପର୍ଯ୍ୟଟକମାନେ ବିଶେଷ ଭାବରେ ଏଠାକାର ଦିଗ୍ବଳୟ ଉପଭୋଗ କରିବା ଏବଂ ସୂର୍ଯ୍ୟୋଦୟ ଦେଖିବା ପାଇଁ ଏଠାକୁ ଆସନ୍ତି। କନ୍ୟାକୁମାରୀରେ ଅବସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ୍, ତିରୁବଲୁଭର୍ ପ୍ରତିମୂର୍ତ୍ତି, ଭଗବତୀ ଅମ୍ମାନ ମନ୍ଦିର, କନ୍ୟାକୁମାରୀ ବିଚ୍, ପଦ୍ମନାଭପୁରମ୍ ପ୍ୟାଲେସ୍ ଏବଂ ଥିରୁପାରାପୁ ଜଳପ୍ରପାତ ଇତ୍ୟାଦି ପରିଦର୍ଶନ କରାଯାଇପାରିବ।