Advertisment

Ayodhya Ram Mandir: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରସ୍ତୁତି; ଜାଣନ୍ତୁ କେଉଁଦିନ ହେବ କେଉଁ ନୀତି

ମନ୍ଦିର ଟ୍ରଷ୍ଟ୍‌ ଯତ୍ନର ସହ ଏକ ସାତ ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଯେଉଁଥିରେ ରୀତିନୀତି ଏବଂ କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ରହିଛି। ଅଭିଷେକ ସମାରୋହ ପାଇଁ ମାହୋଲ ଦେଖାଯାଉଥିବା ବେଳେ ପ୍ରାୟଶ୍ଚିତ ସମାରୋହ ଏବଂ ଦଶବିଧ ସ୍ନାନ ସହ ଏହି କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ ହେଉଛି। ଆସନ୍ତୁ ପୂରା କାର୍ଯ୍ୟକ୍ରମ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
7 Day Schedule of Ayodhya Ram Mandir Inauguration

7 Day Schedule of Ayodhya Ram Mandir Inauguration

ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସୋମବାର, ରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ଟ୍ରଷ୍ଟ ରାମ ମନ୍ଦିର କମ୍ପ୍ଲେକ୍ସର କିଛି ନୂତନ ଫଟୋ ଶେୟାର କରିଛି। ରାମ ମନ୍ଦିରର ଗୌରବ ଏବଂ ସୌନ୍ଦର୍ଯ୍ୟର ସ୍ୱାକ୍ଷର ଏସବୁ ଫଟୋ ବହନ କରୁଛି।

Advertisment

ଜାନୁୟାରୀ ୨୨ ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ଦୀର୍ଘ ୫୦୦ ବର୍ଷ ଅପେକ୍ଷା ପରେ ରାମଲାଲା ନିଜ ମହଲରେ ବିରାଜମାନ କରିବେ। ଏହାକୁ ନେଇ ଚାରିଆଡେ ଖୁସିର ବାତାବରଣ ଦେଖାଦେଇଛି। ପ୍ରତ୍ୟେକ ରାମ ଭକ୍ତ ଉତ୍ସାହର ସହିତ ଏହି ଦିନକୁ ଅପେକ୍ଷା କରିଛନ୍ତି।

ମନ୍ଦିର ଟ୍ରଷ୍ଟ୍‌ ଯତ୍ନର ସହ ଏକ ସାତ ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଯେଉଁଥିରେ ରୀତିନୀତି ଏବଂ କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ରହିଛି। ଅଭିଷେକ ସମାରୋହ ପାଇଁ ମାହୋଲ ଦେଖାଯାଉଥିବା ବେଳେ ପ୍ରାୟଶ୍ଚିତ ସମାରୋହ ଏବଂ ଦଶବିଧ ସ୍ନାନ ସହ ଏହି କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ ହେଉଛି। ଆସନ୍ତୁ ପୂରା କାର୍ଯ୍ୟକ୍ରମ ବିଷୟରେ ଜାଣିନେବା।

Advertisment

କେଉଁଦିନ କେଉଁ ନୀତି:

  • ଜାନୁୟାରୀ ୧୬ – ଦଶବିଧ ସ୍ନାନ
  • ଜାନୁୟାରୀ ୧୭ – ଭଗବାନ ଗଣେଶଙ୍କ ପୂଜା ପରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ, ଯାହା ଉତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
  • ଜାନୁଆରୀ ୧୮ – ମଣ୍ଡପ ପ୍ରବେଶ ପୂଜା, ବାସ୍ତୁ ପୂଜା ଏବଂ ବରୁଣ ପୂଜା ଭଳି ସ୍ୱତନ୍ତ୍ର ରୀତିନୀତି ସହିତ ପ୍ରାଣ ପ୍ରତିଷ୍ଠା ଆରମ୍ଭ।
  • ଜାନୁୟାରୀ ୧୯ – ରାମ ମନ୍ଦିରରେ ଏକ ଯଜ୍ଞ ଅଗ୍ନିକୁଣ୍ଡ ତିଆରି ସହିତ ପୂଜାରୀଙ୍କ ବୈଦିକ ମନ୍ତ୍ର ସହ ରୀତିନୀତି ଅନୁଯାୟୀ ପବିତ୍ର ଅଗ୍ନି ପ୍ରଜ୍ୱଳିତ।
  • ଜାନୁଆରୀ ୨୦ – ବିଭିନ୍ନ ନଦୀର ପାଣିରେ ପରିପୂର୍ଣ୍ଣ ୮୧ କଳଶ ସ୍ଥାପନ ସହ ରାମ ମନ୍ଦିରର ଗର୍ଭଗୃହର ଶୁଦ୍ଧିକରଣ। ଏହା ସହିତ, ବାସ୍ତୁ ଶାନ୍ତି ରୀତିନୀତି ଅୟୋଜିତ।
  • ଜାନୁୟାରୀ ୨୧ – ରାମଲାଲାଙ୍କୁ ଔପଚାରିକ ସ୍ନାନ ସହିତ ଯଜ୍ଞ।
  • ଜାନୁୟାରୀ ୨୨ – ଶୁଭ ମୃଗଶିରା ନକ୍ଷତ୍ରର ସଂଯୋଗରେ ବହୁ ପ୍ରତୀକ୍ଷିତ ଅଭିଷେକ ସମାରୋହ ଆରମ୍ଭ।

କିପରି ହେବ ସମାରୋହ:

ଅଧିବାସ ପ୍ରକ୍ରିୟା ଏବଂ ଆଚାର୍ଯ୍ୟ: ସାଧାରଣତଃ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାତୋଟି ଅଧିବାସ ଥାଏ ଏବଂ ଅଭ୍ୟାସରେ ସର୍ବନିମ୍ନ ତିନୋଟି କରାଯାଏ। ଏଠାରେ ୧୨୧ ଆଚାର୍ଯ୍ୟ ରହିବେ ଯେଉଁମାନେ ସମାରୋହର ରୀତିନୀତିର ସମସ୍ତ ପ୍ରକ୍ରିୟାକୁ ସମନ୍ୱୟ, ସମର୍ଥନ ଏବଂ ମାର୍ଗଦର୍ଶନ କରିବେ | ଶ୍ରୀ ଗଣେଶ ଶାସ୍ତ୍ରୀ ଦ୍ରାବିଡ଼ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ, ସଂଯୋଜନା କରିବେ ଏବଂ ମାର୍ଗଦର୍ଶନ କରିବେ ଏବଂ କାଶିର ଶ୍ରୀ ଲକ୍ଷ୍ମୀକାନ୍ତ ଦୀକ୍ଷିତ ମୁଖ୍ୟ ଆଚାର୍ଯ୍ୟ ହେବେ।

ବିଶେଷ ଅତିଥି: ଭାରତର ସମ୍ମାନିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସମ୍ମାନିତ ସଂଘ ସଂଚାଳନ ଶ୍ରୀ ମୋହନ ଭାଗବତ, ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦିବନ୍ ପଟେଲ, ଉତ୍ତରପ୍ରଦେଶର ସମ୍ମାନିତ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ରହିବେ। 

ବିଭିନ୍ନ ପ୍ରତିଷ୍ଠାନ: ଭାରତୀୟ ଆଧ୍ୟାତ୍ମିକତା, ଧର୍ମ, ସମ୍ପ୍ରଦାୟ, ଉପାସନା ପ୍ରଣାଳୀ, ପରମ୍ପରା, ୧୫୦ ରୁ ଅଧିକ ପରମ୍ପରାର ସାଧୁ, ମହାମଣ୍ଡଳେଶ୍ୱର, ମହନ୍ତ, ନାଗା ସମେତ ୫୦ରୁ ଅଧିକ ଆଦିବାସୀ ସହିତ ଆହୁରି ଅନେକ ସଂପ୍ରଦାୟ ଏହି ସମାରୋହର ସାକ୍ଷୀ ହେବେ।
ଐତିହାସିକ ଆଦିବାସୀ ଅଂଶଗ୍ରହଣ: ଭାରତ ଇତିହାସରେ ପ୍ରଥମ ଥର ପାଇଁ ପାହାଡ, ଜଙ୍ଗଲ, ଉପକୂଳବର୍ତ୍ତୀ ଅଞ୍ଚଳ, ଦ୍ୱୀପପୁଞ୍ଜ ଇତ୍ୟାଦି ବାସିନ୍ଦାମାନେ ଗୋଟିଏ ସ୍ଥାନରେ ଏହିପରି କାର୍ଯ୍ୟରେ ଭାଗ ନେବେ।

ସମାହିତ ପରମ୍ପରା: ଏହି ସମାରୋହରେ ଶୈବ, ବୈଷ୍ଣବ, ଶାକ୍ତ, ଗଣପତି, ଶିଖ୍, ବୌଦ୍ଧ, ଜୈନ, ଦଶନାମ ଶଙ୍କର, ରାମାନନ୍ଦ, ରାମାନୁଜ, ନିମ୍ବାର୍କ, ମାଧବ, ବିଷ୍ଣୁ ନାମି, ଗରିବଦାସୀ, ଗୌଡ଼ିୟ, କବୀରପନ୍ଥୀ, ବାଲ୍ମୀକି, ମାଧବ ଦେବ, ଇସ୍କନ୍, ରାମକୃଷ୍ଣ ମିଶନ୍, ଚିନ୍ମୟ ମିଶନ୍, ଭାରତ ସେବାଶ୍ରମ ସଂଘ, ଗାୟତ୍ରୀ ପରିବାର, ଅନୁକୁଳ ଚନ୍ଦ୍ର ଠାକୁର ପରମ୍ପରା, ଓଡିଶାର ମହିମା ସମାଜ ଇତ୍ୟାଦି ଅଂଶଗ୍ରହଣ କରିବେ।
ଦର୍ଶନ ଏବଂ ଉତ୍ସବ: ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ସମାରୋହ ସମାପ୍ତ ହେବା ପରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଦର୍ଶନର ସୁଯୋଗ ମିଳିବ। ଅଯୋଧ୍ୟା ସମେତ ସମଗ୍ର ଭାରତରେ ଏହାକୁ ଉତ୍ସାହର ସହ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। 

Ayodhya Ram Mandir Ayodhya Ram Temple Ayodhya Temple
Advertisment
Advertisment