Advertisment

ଅଯୋଧ୍ୟା ପରେ ନୟାଗଡ଼ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ସ୍ଥାପିତ ହେଲା ରାମ-ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାଠାରୁ ପ୍ରାୟ ୧୦୦୦ କିମି ଦୂରରେ ଲୋକାର୍ପିତ ହୋଇଛି ଆଉ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର।

author-image
Manoranjan Behera
ଅଦ୍ୟତନ ହୋଇଛି
Ram Temple

Ram Temple

ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଅଯୋଧ୍ୟା ନଗରୀ ଝଲସୁଥିବା ବେଳେ, ଏପଟେ ନୟାଗଡ଼ ଫଡେଗଡ଼ରେ ଭକ୍ତିମୟ ପରିବେଶରେ ପ୍ରଭୁଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି। ମନ୍ଦିରରେ ରାମ-ସୀତାଙ୍କ ସହ ସାନଭାଇ ଲକ୍ଷ୍ମଣଙ୍କ ମୂର୍ତ୍ତି ସ୍ତାପିତ ହୋଇଛି। ଆଜି ଅଯୋଧ୍ୟାରେ ପ୍ରଭୁଶ୍ରୀରାମ ଲାଲା ବିଜେ କରିଥିବା ବେଳେ ଫତେଗଡ଼ରେ ରାମ ମନ୍ଦିର ପ୍ରତିଷ୍ଠାରେ ପରିବେଶ ରାମୟ ହୋଇ ଉଟିଥିଲା। ନୟାଗଡ଼ ଜିଲ୍ଲା ମାନଚିତ୍ରରେ ପର୍ଯ୍ୟଟନର ଏକ ନୂଆ ସ୍ଥାନ ଭାବେ ଫତେଗଡ଼ ସ୍ଥାନୀତ ହୋଇତିବା ଶ୍ରଦ୍ଧାଳୁ କହିଛନ୍ତି।

Advertisment

ପ୍ରାକୃତିକ ପରିବେଶରେ ପାହାଡ଼ ଉପରେ ଥିବା ଶ୍ରୀରାମଙ୍କ ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରିଥିଲା ଫୁଲର ସାଜ୍ଜସଜ୍ଜା । ଗତକାଲି ବିଗ୍ରହଙ୍କ ନ୍ୟାସାଦିକାର୍ଯ୍ୟ ସମାପନ ହୋଇଥିବା ବେଳେ ଆଜି ପ୍ରାଣ ପ୍ରତିଷ୍ଠା ପାଇଛନ୍ତି ଶ୍ରୀରାମ । ଦ୍ୱିତୀୟ ଅଯୋଧ୍ୟା ପାଲଟିଥିବା ଏହି ମନ୍ଦିର ପ୍ରତିଷ୍ଠା ସମାରୋହରେ ହଜାର ହଜାର ରାମ ଭକ୍ତଙ୍କ ସମାଗମ ହୋଇଥିଲା । ୧୭ ତାରିଖରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମରେଖ, ଭଦ୍ର, ମୋହନ ଢାଞ୍ଚାରେ ନିର୍ମିତ ମନ୍ଦିରର ଉଚ୍ଚତା ୬୫ ଫୁଟ । ଏହି ମନ୍ଦିରକୁ ଦେଖିବାକୁ ହଜାର ଭକ୍ତଙ୍କ ଭିଡ଼ ଲାଗିଛି ।

ହୋମଯଜ୍ଞ ଓ ମନ୍ତ୍ର ଧ୍ୱନୀ ଭିତରେ ଆଜି ଫତେଗଡ଼ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ପ୍ରଭୁଙ୍କ ଏହି ଦିବ୍ୟ ବେଶ ଦେଖି କୃତ୍ୟକୃତ ହେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ହେଲେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବାକୁ କଥା ଦେଇ ଅସିଲେନି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

Advertisment

ରାଜଧାନୀ ଭୁବନେଶ୍ୱରଠାରୁ ୭୦ କିମି ଓ ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି ଫତେଗଡ଼ ଗାଁ। ସେହି ଗାଁକୁ ସୁରକ୍ଷା ଦେଇ କେଉଁ କାଳରୁ ଛିଡ଼ା ହୋଇଛି ଫତେଗଡ଼ ପାହାଡ଼। ସବୁଜିମାରେ ଆଚ୍ଛାଦିତ ଏହି ପାହାଡ଼ ଉପରେ ରହିଛି ଭାଗବତ ପୀଠ। ସେଇଠି ତିଆରି ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିର। ଫତେଗଡ଼ ଗାଁ ଲୋକ ଓ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥରେ ଏହି ବିଶାଳ ମନ୍ଦିର ନିର୍ମାଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଅଯୋଧ୍ୟରେ ଆୟୋଜିତ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଗଜପତି ସାମିଲ ହୋଇଥିବାରୁ ସେ ଆସି ପାରିନଥିଲେ। ସେପଟେ ଶଙ୍କରାଚାର୍ଯ୍ୟ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଫତେଗଡ଼ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହୋଇପାରିନଥିବା ଜଣାପଡ଼ିଛି।

Ram Temple
Advertisment
Advertisment