• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳକରେ ନଡ଼ିଆ ପିଟି ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜା ।

ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତ୍ରିଦିନାତ୍ମକ ଯଜ୍ଞରେ ପୂର୍ଣ୍ଣାହୂତି ଦେବେ । ଯଜ୍ଞବେଦୀ ନିକଟରେ ପହଞ୍ଚି ସାରିଛନ୍ତି ଗଜପତି ମହାରାଜା । ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା।

ପୁରୀକୁ ବିଶ୍ୱ ଐତିହ୍ୟ କରିବାରେ ପରିକଳ୍ପନା କରି ପରିକ୍ରମା ପ୍ରକଳ୍ପର ନିର୍ମାଣ ହୋଇଛି । ୪ ପବିତ୍ର ଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ । ହିନ୍ଦୁ ଧର୍ମରେ ମନ୍ଦିର ପରିକ୍ରମାର ଗୁରୁତ୍ୱ ବହୁ ଅଧିକ ରହିଛି । ପରିକ୍ରମା ପ୍ରକଳ୍ପ ଶ୍ରୀକ୍ଷେତ୍ରରେ ରୂପାନ୍ତରଣ ଆଣିଛି ।

ଏହି ପ୍ରକଳ୍ପ ହେବା ଫଳରେ ଶ୍ରଦ୍ଧାଳୁମାନେ ବିନା ବାଧାରେ ମନ୍ଦିର ପରିକ୍ରମା କରିପାରିବେ । ପ୍ରାକୃତିକ ପରିବେଶ, ସୁନ୍ଦର ବଗିଚା ଭଳି ଅନେକ ସୁବିଧା ଏହି ପ୍ରକଳ୍ପ ଦ୍ୱାରା ହୋଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପରେ ଶାନ୍ତିପୂର୍ଣ୍ଣ ଦର୍ଶନ ସହ ପରିକ୍ରମାର ପୁଣ୍ୟ ଲାଭ କରିପାରିବେ ଶ୍ରଦ୍ଧାଳୁ ।

ଏହା ସହ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ମନ୍ଦିରର ନିରାପତ୍ତା ସୁନିଶ୍ଚିତ ହେବ । ମହାପ୍ରଭୁଙ୍କ ଦିବ୍ୟଦର୍ଶନ ଆହୁରି ସହଜ ହେବ ।