• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Heritage corrider
ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ?

ମୁଣ୍ଡ ଉପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ ଏଯାଏଁ ସରି ପାରିଲାନି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ। ଦିନରାତି ଖୋଳା ପୋତା ସାଙ୍ଗକୁ ବିଛାଡ଼ି ହୋଇପଡ଼ିଛି ନାନା ଯନ୍ତ୍ରପାତି। ତଥାପି ଜିଲ୍ଲା ପ୍ରଶାସନ ଜୁନ୍ ୨୦ ପୂର୍ବରୁ ସାରିଦେବାକୁ ପ୍ରତିଶ୍ରୁତି ଦେଇଛି। ଏଣେ ଅଧାପନ୍ତରିଆ କାମ ଓ ମୂଳ ଡିଜାଇନରେ ମନଇଚ୍ଛା ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ଖୋଦ୍ ପରିଚାଳନା କମିଟି ସଦସ୍ୟ।

Rath jatra 2023
ରଥଯାତ୍ରାରେ ଡ୍ରୋନ୍‌ ଉଡ଼ାଣ ମନା

ପୋଲିସର ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି । ତେଣୁ ଡ୍ରୋନ୍‌ ଉଡ଼ାଣ ଉପରେ ମନା ରହିଛି । ବିନା ଅନୁମତିରେ କେହି ଡ୍ରୋନ୍‌ ଉଡ଼ାଇ ପାରିବେ ନାହିଁ ବୋଲି କହିଛି ପୁରୀ ପୋଲିସ ।

HC orders for smooth darshan at alarnath temple
ଅଲାରନାଥ ପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଘୋଷଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅର୍ଗଳୀ ନିକଟରୁ ଭକ୍ତମାନଙ୍କୁ ଦର୍ଶନ କରାଇବା ପାଇଁ ରାୟରେ ଉଲ୍ଲେଖ ରହିଛି।

  • Friday, 09 June 2023
World food safety day 2023 history theme purpose and significance
World Food Safety Day 2023: ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା

ପ୍ରତିବର୍ଷ ଜୁନ୍ ୭ କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଖାଦ୍ୟ ନିରାପତ୍ତାର ମହତ୍ତ୍ୱ ବୁଝାଇବା। ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

World food safety day know foods that may weaken your immune system
World Food Safety Day 2023: କାହିଁକି ଦୁର୍ବଳ ହୋଇଯାଏ ରୋଗ ପ୍ରତିରୋଧକ ଶକ୍ତି

ରୋଗର ବିପଦରୁ ରକ୍ଷା କରିବାରେ ଆମର ରୋଗ ପ୍ରତିରୋଧକ ଶକ୍ତିର ଏକ ବିଶେଷ ଭୂମିକା ରହିଛି। ଯେଉଁମାନଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥାଏ ସେମାନେ ରୋଗ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ। ଆଜି ‘ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ’ । ଆସନ୍ତୁ ଜାଣିବା କିପରି ବଢେଇବେ ରୋଗ ପ୍ରତିରୋଧକ ଶକ୍ତି।

Alarnath temple
ଦାରୁ ଦିଅଁଙ୍କୁ ହୋଇଛି ଜ୍ୱର.. ଦର୍ଶନ ଦେଉଛନ୍ତି ଅଲାରନାଥ

ସ୍ନାନ ବେଦୀରେ ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଦାରୁ ଦିଅଁଙ୍କୁ ଜ୍ୱର ହୋଇଛି.. ଅନବସର ପିଣ୍ଡିରେ ତାଙ୍କର ଗୁପ୍ତ ସେବା ଚାଲିଛି.. ଭାବ ବିନୋଦିଆଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ.. ସେଥିପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିଛି ବ୍ରହ୍ମଗିରି..

Devotees offer prayers to Patti Dian in Puri
୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କଂପୁଛନ୍ତି ଶ୍ରୀଜିଉ

୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କଂପୁଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ତିନିବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ । ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼, ଠାକୁରଙ୍କ ଅତି ପ୍ରିୟ ଖିରି ଭୋଗ ପାଇ ଭକ୍ତ କୃତ୍ୟ କୃତ୍ୟ

Devotees offer prayers to Patti Dian in Puri
ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ: ଶ୍ରୀମନ୍ଦିର ତିନିବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ

ଗତକାଲି ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ। ଉପଚାର ଲାଗି ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ସେବାୟକ।

World Environment Day 2023
World Environment Day 2023: କିପରି ରକ୍ଷା କରିବା ଆମ ଚାରିପାଖର ପରିବେଶକୁ

ଆଜିକାଲି ବିଭିନ୍ନ ଉପାୟରେ ଆମ ଚାରିପାଖର ପରିବେଶ ଦୂଷିତ ହୋଇଚାଲିଛି। ଏନେଇ ଦିନକୁ ଦିନ ଅନେକ ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିବା ସହ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବିପଦ ଦେଖାଦେଇଛି। ଆଜି ବିଶ୍ୱ ପରିବେଶ ଦିବସରେ ଆସନ୍ତୁ ପରିବେଶ ସୁରକ୍ଷାର କେତେକ ଦିଗ ଉପରେ ନଜର ପକେଇ ନେବା।

World Environment Day 2023
World Environment Day 2023: ଜାଣନ୍ତୁ, ପ୍ରଥମ କେଉଁଠି ପାଳନ ହୋଇଥିଲା ପରିବେଶ ଦିବସ...

ସୁଖ ଏବଂ ସୁସ୍ଥ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ଆବଶ୍ୟକ। ଏଥିପାଇଁ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଏହାକୁ କେବେଠାରୁ ଓ କେଉଁ ଉଦ୍ଦେଶ୍ୟ ନେଇ ପାଳନ କରାଯାଉଛି ଜାଣିବା ପାଇଁ ପଢନ୍ତୁ।

ଦୁର୍ଲଭ ହାତୀବେଶ
ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ: ହାତୀବେଶରେ ଭକ୍ତଙ୍କୁ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଜୀଉଙ୍କ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଥିଲା ନାହିଁ ନଥିବା ଉତ୍ସାହ।...ଭକ୍ତିଭାବରେ ଜଡ଼ସଡ଼ ଭକ୍ତ...କିଏ ଅତି ନିକଟରୁ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲା ତ କିଏ ସ୍ନାନବେଦୀ ପାଖକୁ ଯାଇନପାରି ବଡ଼ଦାଣ୍ଡରୁ ବଡ଼ଠାକୁରଙ୍କୁ ବଢାଉଥିଲା ଭକ୍ତିର ଅର୍ଘ୍ୟ।...

Snana Purnima
ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ଅଘଟଣ ପରେ ଅଘଟଣ

ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା।

Snana Purnima
ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର, ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଅନବସର ନୀତି

ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ। ହାତୀବେଶରେ ଭକ୍ତଙ୍କୁ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ବଡ଼ଦାଣ୍ଡ। ପ୍ରବଳ ଗରମ, ଗୁଳୁଗୁଳି ସତ୍ତ୍ବେ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ

Snana Purnima
ବାଇଶି ପାହାଚରେ ବିଦେଶୀ ଭକ୍ତ, ମାଳ ମାଳ ପୋଲିସ କରୁଥିଲେ କ’ଣ?

ଭିଡ଼ ଭିତରେ ଜଣେ ବିଦେଶୀ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ପର୍ଯ୍ୟନ୍ତ ଚାଲିଯାଇଥିଲେ ।

Snana Purnima
ସ୍ନାନ ମଣ୍ଡପରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ

ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ

Deva Snana Purnima 2023
ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ: ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିବେ ଶ୍ରୀଜିଉ

୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ। 

  • Sunday, 04 June 2023
Puri Lord Jagannath Snana Jatra
Snana Purnima Live: ସୁନାକୂଅର ସୁବାଷିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ସୁନାକୂଅର ସୁବାଷିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ବଡ଼ଦାଣ୍ଡରେ ଲାଗିବ

How is the Ansar rituals observed
Snana Purnima: ଠାକୁରଙ୍କୁ କାହିଁକି ହୁଏ ଜର; କିପରି ପାଳନ ହୁଏ ଅଣସର ନୀତି

ଦେବସ୍ନାନ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଠାକୁରଙ୍କ ଅଣସର ନୀତି। ଏହି ବିଧି ମହା ଅଣସର ନାମରେ ଖ୍ୟାତ। ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ। ଆସନ୍ତୁ ଜାଣିବା।

Snana Purnima 2023 How to make Ansar Patti
Snana Purnima: ସ୍ନାନପୂର୍ଣ୍ଣିମାରୁ ପୂଜା ପାଆନ୍ତି ପଟିଦିଅଁ; କିପରି ତିଆରି ହୁଏ ଅଣସର ପଟି

ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଠାକୁର ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ପଟିଦିଅଁଙ୍କୁ ପୂଜା କରାଯାଏ। ତେବେ କିପରି ତିଆରି ହୁଏ ଏହି ଅଣସର ପଟି ଜାଣିବା ପାଇଁ ପଢନ୍ତୁ।

Snana Purnima 2023 How is Srijiu's ritual of snana yatra
Snana Purnima: ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ; ଜାଣନ୍ତୁ କାହା ପାଇଁ କେତେ ଗରା

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ। କିପରି ହୁଏ ସ୍ନାନ ବିଧି। ୧୦୮ କଳସରୁ କେଉଁ ଠାକୁର କେତେ କଳସରେ ସ୍ନାନ କରନ୍ତି ଜାଣିବା ପାଇଁ ପଢନ୍ତୁ।

World bicycle day 2023 know when did it start
World Bicycle Day: କାହିଁକି ଓ କେବେ ଆରମ୍ଭ ହେଲା ‘ବିଶ୍ୱ ସାଇକେଲ୍‌ ଦିବସ’

ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍‌ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲ୍‌ର ଗୁରୁତ୍ୱକୁ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ଏବଂ ପରିବେଶର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା।

Know health benefits of cycling
World Bicycle Day 2023: ସାଇକେଲ୍ ଚାଳନା ଏହିସବୁ ରୋଗକୁ ରୋକିଥାଏ

ପ୍ରତିବର୍ଷ ୩ ଜୁନ୍‌କୁ ‘ବିଶ୍ୱ ସାଇକେଲ୍‌ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସ ପାଳନ କରିବା ପଛରେ ଏକ ଦୃଢ କାରଣ ରହିଛି। ମାନବ କଲ୍ୟାଣ ସହିତ ଏହି ଦିନର ମଧ୍ୟ ପରିବେଶ ପ୍ରତି ସକରାତ୍ମକ ଅବଦାନ ରହିଛି। ତେବେ ଆସନ୍ତୁ ଜାଣିବା ଆମେ କାହିଁକି ‘ବିଶ୍ୱ ସାଇକେଲ୍‌ ଦିବସ’ ପାଳନ କରୁ ଏବଂ ସାଇକେଲ ଚଳାଇବାର ଲାଭ କ’ଣ?

Why Lord Jagannath become gajanan besha in Debasnan Purnima
Snana Purnima: ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ କାହିଁକି ହୁଅନ୍ତି ଗଜାନନ ବେଶ

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ। ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ଏହିଦିନ ମହାପ୍ରଭୁ କାହିଁକି ହୁଅନ୍ତି ଗଜାନନ ବେଶ ଜାଣିବା ପାଇଁ ପଢନ୍ତୁ।

International Sex Workers Day 2023
International Sex Workers Day: ଜଣେ ଯୌନ କର୍ମୀ ମଧ୍ୟ ସମ୍ମାନର ସହ ବଞ୍ଚିବା ଆବଶ୍ୟକ

ଆଜି ଅନ୍ତର୍ଜାତୀୟ ଯୌନ କର୍ମୀ ଦିବସ। ଲୋକେ ତ ନିଜର ଯୌନ ତୃଷ୍ଣାକୁ ଶାନ୍ତ କରିବା ପାଇଁ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ କଥା ହେବା ପାଇଁ ମଧ୍ୟ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି ଆଉ ଟଙ୍କା ବି ଦିଅନ୍ତି। ଏହାର କାରଣ କ’ଣ…

Lord Jagannath, SriMandir
୧୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ହନ୍ତସନ୍ତ ହେବେ ଭକ୍ତ..!

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।