• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଜପତି ଜିଲ୍ଲା ରାମଗିରିରେ ନିର୍ମାଣ ଚାଲିଛି ଭଗବାନ ଶ୍ରୀ ରାମ ଓ ଦେବୀ ସୀତାଙ୍କ ପ୍ରତିମୂର୍ତ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ୍ ୨୨ ତାରିଖରେ ଏହି ମୂର୍ତ୍ତିର ମଧ୍ୟ ପ୍ରତିଷ୍ଠା ଉତ୍ସବ ହେବ । ଏଥିପାଇଁ ଜୋରସୋରରେ ଚାଲିଛି କାର୍ଯ୍ୟ ।

୨୦୨୦ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଭୂମି ପୂଜନ ଦିନ ହିଁ ରାମଗିରିର ଜଗନ୍ନାଥ ମନ୍ଦିର ପରିସରରେ ରାମ ସୀତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଭୂମି ପୂଜା କରାଯାଇଥିଲା । ଗାଁର ଶିଳ୍ପୀ ବିନାୟକ ବଡନାୟକ ବିନା ପାରିଶ୍ରମିକରେ ଆଗ୍ରହର ସହ ବିଗ୍ରହ ତିଆରି କରିଛନ୍ତି । ଆସନ୍ତାକାଲି ଏହା ଶେଷ ହେବ ଏବଂ ୨୨ ତାରିଖରେ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ରଖାଯାଇଛି ।

୧୨ଟି ପଞ୍ଚାୟତର ହଜାର ହଜାର ଭକ୍ତଙ୍କ ସମାବେଶ ହେବ । ସେପଟେ ୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ମଦ ବିକ୍ରି ବନ୍ଦ ରହିଛି । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ଆଗାମୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଏହି ଦୁଇ ଦିନ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସମସ୍ତ ଠିପି ଖୋଲା, ଠିପି ବନ୍ଦ, ତାଡ଼ି ଓ ଦେଶୀ ମଦ ଦୋକାନ ବନ୍ଦ ରହିବ । ବିଭିନ୍ନ ସ୍ଥାନରେ ଭିଡ଼ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି, ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଓଡ଼ିଶା ଅବକାରୀ ଆଇନ- ୨୦୦୮ର ଧାରା ୨୬(୧) ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି ।

୨୨ ତାରିଖରେ ମଦ ବିକ୍ରି ବନ୍ଦ ପାଇଁ ୭ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ଆସାମ, ହରିୟାଣା ଓ ଉତ୍ତରାଖଣ୍ଡ ନିଷ୍ପତ୍ତି ନେଇଛନ୍ତି । ଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାକୁ ଛାଡ଼ିଦେଲେ ରାଜ୍ୟ ସରକାର ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ଏସବୁ ପ୍ରସ୍ତାବ ଉପରେ କୌଣସି ବିଚାର କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।