ସେ ଥିଲେ ଭାରତର ନାଇଟିଙ୍ଗେଲ, ଯିଏ ସରୋଜିନୀ ନାଇଡୁ ଭାବେ ଜଣାଶୁଣା। ୧୩ ଫେବୃଆରୀ ୧୮୭୯ ରେ ହାଇଦ୍ରାବାଦରେ ସେ ଜନ୍ମଗ୍ରହଣ କରିଥିଲେ। ସରୋଜିନୀ ନାଇଡୁ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ତଥା ଦେଶର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ।
ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେ ରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା ଯାହାକୁ ପ୍ରାୟ ଝିଅମାନେ କୁହନ୍ତି।
ଯେପରି ପ୍ରଭୁ ଶଙ୍କରଙ୍କ ବାହନ ନନ୍ଦୀ, ବିଷ୍ଣୁଙ୍କ ଗରୁଡ, କାର୍ତ୍ତିକେୟଙ୍କ ମୟୂର, ଦୁର୍ଗାଙ୍କ ସିଂହ ଏବଂ ଶ୍ରୀଗଣେଶଙ୍କ ବାହନ ମୂଷା, ସେହିପରି ସରସ୍ୱତୀଙ୍କ ବାହନ ହେଉଛି ହଂସ। ତେବେ ଦେବୀ ସରସ୍ୱତୀଙ୍କ ବାହନ ଭାବେ ହଂସକୁ କାହିଁକି ନିଆଯାଏ ଆସନ୍ତୁ ଜାଣିବା।
ଶାସ୍ତ୍ରରେ ଦେବୀ ସରସ୍ୱତୀଙ୍କ ମହିମା ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି। ସେମିତି ଏକ କାହାଣୀ ଅନୁସାରେ ମା’ ସରସ୍ୱତୀ ନିଜ ପିତା ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କୁ କେହି ବି ପୂଜା କରିବେ ନାହିଁ। ଦେବୀ କାହିଁକି ଏଭଳି ଅଭିଶାପ ଦେଲେ ଆସନ୍ତୁ ଜାଣିବା।
ଆପଣ ସମସ୍ତେ ନିଶ୍ଚିତ ଭାବରେ ମା’ ସରସ୍ୱତୀଙ୍କ ହାତରେ ବୀଣା ଦେଖିଥିବେ। ଏପରି ପରିସ୍ଥିତିରେ, ସମସ୍ତଙ୍କ ମନରେ ନିଶ୍ଚିତ ଏହି ପ୍ରଶ୍ନ ଉଠିଥିବ ଯେ ମା’ ସରସ୍ୱତୀ କାହିଁକି ବୀଣାକୁ ତାଙ୍କ ହାତରେ ଧାରଣ କଲେ ଏତେ ବାଦ୍ୟଯନ୍ତ୍ର ଥାଉ ଥାଉ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ଏପ୍ରିଲ ୧୪ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି କେବେ ପାଳନ ହେବ, ହଟିଲା ସଂଶୟ । ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୋହର ।
ମାଘ ମାସର ଶୁକ୍ଳ ପକ୍ଷର ବସନ୍ତ ପଞ୍ଚମୀରେ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ତାଙ୍କ ସୃଷ୍ଟି ପଛରେ ରହିଛି ଅନେକ କାହାଣୀ। ଆସନ୍ତୁ ଜାଣିବା।
ଦେବୀ ସରସ୍ୱତୀଙ୍କୁ ନେଇ ଅନେକ ସମୟରେ ମନରେ ଅନେକ ପ୍ରଶ୍ନ ଆସେ। ଯେପରିକି ସେ କାହିଁକି ବିଦ୍ୟାର ଦେବୀ, ତାଙ୍କର ଅନ୍ୟ ନାମ କ’ଣ, ସେ କାହାକୁ ବିବାହ କରିଥିଲେ ଏମିତି ଅନେକ କିଛି। ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ଆସୁଥାଏ ତେବେ ଆସନ୍ତୁ ଏହାର ଉତ୍ତର ଜାଣିନେବା।
ଶାକାହାରୀମାନଙ୍କ ପାଇଁ ଡାଲି ପ୍ରୋଟିନ୍ର ସବୁଠାରୁ ବଡ଼ ଉତ୍ସ। ପ୍ରତିଦିନ ଖାଦ୍ୟ ଉତ୍ପାଦନର ଏକ ଅଂଶ ଭାବରେ ଡାଲିର ପୁଷ୍ଟିକର ଏବଂ ପରିବେଶ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ବିଶ୍ୱ ଡାଲି ଦିବସ’ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଡାଲିରେ ଥିବା ଉପକାରିତା ବିଷୟରେ ଜାଣିନେବା।
ଚାଲିଛି ପ୍ରେମର ସପ୍ତାହ। ଉତ୍ସାହିତ ପ୍ରେମୀ ଯୁଗଳ। କିଏ ସାଥୀକୁ ନେଇ ପାର୍କ ଯାଉଛି ତ ଆଉ କିଏ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ କୌଣସି ନୂଆ ଜାଗାକୁ ଭ୍ରମଣ କରୁଛି। କେହି କେହି ମଧ୍ୟ ଦୂର ଜାଗାକୁ ଯିବାକୁ ଯୋଜନା କରୁଛନ୍ତି। ଆପଣ ଯଦି ଭାଲେଣ୍ଟାଇନ୍ସ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହ ଏହି ୫ଟି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ।
ଭାଲେଣ୍ଟାଇନ୍ସ ଡେ’ ଆସିଗଲେ ସବୁ ପ୍ରେମୀଙ୍କ ମନ ଉତ୍ସାହରେ ଭରିଯାଏ। ଏହିଦିନ ସେମାନେ ନିଜ ମନ କଥାକୁ ମନର ମଣିଷ ଆଗରେ କହିବେ ବୋଲି ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ। ଆସନ୍ତୁ ଜାଣିବା।
ଭାଲେଣ୍ଟାଇନ୍ସ ଡେ’କୁ ସ୍ମରଣୀୟ କରିବା ପାଇଁ ସମସ୍ତେ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି। କିଛି ଲୋକ ନିଜ ସାଥୀମାନଙ୍କୁ କିଛି ବିଶେଷ ଉପହାର ମଧ୍ୟ ଦିଅନ୍ତି, କିନ୍ତୁ ବେଳେବେଳେ ଲୋକମାନେ ଜାଣିଶୁଣି ହେଉ କିମ୍ବା ଅଜାଣତରେ ଏମିତି କିଛି ଉପହାର ବାଛନ୍ତି ଯାହା ଶୁଭ ନ ହୋଇ ଅଶୁଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଉପହାର ଅଶୁଭ ହୁଏ।
ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ'। ଏଥିରେ ଦେଶ ବିଦେଶର ଓଡ଼ିଆ ଭାଷାବିତ୍ ଯୋଗଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିଛନ୍ତି। ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହୋଇଛି।
ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।
ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....
ଚିକିତ୍ସା କ୍ଷେତ୍ରରେ ଆଧୁନିକତା ଏବଂ ବୈଷୟିକ ବିକାଶ ହେତୁ କର୍କଟ ରୋଗ ଆଉ ଦୂରାରୋଗ୍ୟ ହୋଇ ନାହିଁ, କିନ୍ତୁ ଏହାର ଚିକିତ୍ସା ସାଧାରଣ ଲୋକଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇରହିଛି। ସାରା ବିଶ୍ୱରେ କର୍କଟ ରୋଗର ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୪ରେ ‘ବିଶ୍ୱ କର୍କଟ ଦିବସ’ ପାଳନ କରାଯାଉଛି।
ମହିଳାମାନେ କେତେକ ପ୍ରକାରର କର୍କଟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ଘଟୁଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ କଲେ ଫଳ ମିଳିବ ଜାଣିବା।
କୃଷିଭିତିକ ପର୍ବ ଭାବେ ପରିଚିତ ଏହି ଗଙ୍ଗାପେନୁ ଏକ ଭିନ୍ନ, ନିଆରା ଓ ଭାବବିହୋଳ ଭକ୍ତି ଓ ଆବେଗର ପର୍ବ । ମନୋରଞ୍ଜନ ସହ ଭରା ଏହି ପୂଜା ଆଣିଥାଏ ଆନନ୍ଦ, ଉଲ୍ଲାସ ଓ ଭରି ରହିଥାଏ ଭିନ୍ନ ଖୋରାକ ।
ଫେବୃଆରୀ ଆସିଗଲେ ସବୁ ପ୍ରେମୀ ଯୁଗଳ ଉତ୍ସାହିତ ହୋଇଯାଆନ୍ତି। ଏବେ ଏହି ସମୟ। ଭାଲେଣ୍ଟାଇନ୍ସ ଡେ'କୁ ନେଇ ପ୍ରେମିକ-ପ୍ରେମିକାଙ୍କ ମନ ଏବେ ଗଗନ ଛୁଉଁଛି। କିନ୍ତୁ ଏକ ସୁସ୍ଥ, ରୋମାଣ୍ଟିକ ଏବଂ ସୁଖମୟ ଜୀବନ ପାଇଁ ଏକ ସମ୍ପର୍କ ଉପରେ ବିଶ୍ୱାସ ଜରୁରୀ। ତେବେ ଆସନ୍ତୁ ଜାଣିବା ସମ୍ପର୍କ ଉପରେ କାହିଁକି ବିଶ୍ୱାସ ରହିବା ଜରୁରୀ ଏବଂ ଏହାକୁ ହାସଲ କରିବାର ଉପାୟ କ’ଣ?
ବର୍ତ୍ତମାନ ପ୍ରାକୃତିକ ପରିବେଶର ହ୍ରାସ ଏବଂ ମାନବ ବିକାଶର ବୃଦ୍ଧି କାରଣରୁ ଜେବ୍ରା ବିପଦରେ ଅଛନ୍ତି। ଯେତେବେଳେ ବାସସ୍ଥାନ ପ୍ରତି ବିପଦ ଆସେ, ପଶୁମାନେ ମଧ୍ୟ ବିପଦରେ ପଡିଯାଆନ୍ତି। ‘ଆନ୍ତର୍ଜାତୀୟ ଜେବ୍ରା ଦିବସ’ ହେଉଛି ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ଏହି ପଶୁକୁ କିପରି ସଂରକ୍ଷଣ କରାଯାଇପାରିବେ ସେ ନେଇ ବାର୍ତ୍ତା ବାଣ୍ଟିବା।
କାମ ହେତୁ ଅନେକ ଥର ପ୍ରେମିକ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ ନ ଥାନ୍ତି, ତେବେ ଏହି ୫ଟି ଟିପ୍ସକୁ ପାଳନ କରନ୍ତୁ।
ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୬ ତମ ତିରୋଧାନ ଦିବସ । ଏହି ଅବସରରେ ସାରାଦେଶ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସକାଳୁ ସକାଳୁ ରାଜଘାଟରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବହୁ ବରିଷ୍ଠ ନେତା ।
ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକା କାହାକୁ ବା ଅଜଣା। ତାଙ୍କ ବିନା ସ୍ୱାଧୀନତାର କଳ୍ପନା କରିବା ତ ଅସମ୍ଭବ। ସତ୍ୟ ଏବଂ ଅହିଂସା ପଥ ଅନୁସରଣ କରି ସେ ବ୍ରିଟିଶରମାନଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ।
କୁଷ୍ଠରୋଗ ବିଶ୍ୱବ୍ୟାପୀ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଠିଆ ହୋଇଛି। ତେବେ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ଚିକିତ୍ସାର ସହଜ ଉପଲବ୍ଧତା ହେତୁ ଏହାର ଯଥେଷ୍ଟ ହ୍ରାସ ପାଇଛି।
ସାଇମନ୍ କମିଶନଙ୍କ ବିରୋଧରେ ଲାଲା ଲଜପତ ରାୟଙ୍କ ଆନ୍ଦୋଳନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଯେତେବେଳେ ସାଇମନ୍ କମିଶନ ଭାରତ ଆସିଥିଲେ, ସେତେବେଳେ ଏହାକୁ ନେଇ ସମଗ୍ର ଦେଶରେ ନିଆଁ ଜଳିଥିଲା। ସେତେବେଳେ ଲାଲା ଲଜପତ ରାୟ ଲାହୋରରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ